କାମ ଦେଲାନି କୋଟି କୋଟି ସମ୍ପତ୍ତି । କାଳିଆ ଆଗରେ ଆଣ୍ଠେଇ ଆଶିର୍ବାଦ ମାଗିଲେ ଭାରତର ଧନୀ ପୁଅ ଅନନ୍ତ ଅମ୍ବାନୀ ।

ଭାରତର ସବୁଠାରୁ ଧନୀ ପୁଅ ଅନନ୍ତ ଅମ୍ବାନୀ । କାହିଁକି ଜଗନ୍ନାଥଙ୍କ ପାଖକୁ ଦୌଡ଼ିଆସିଲେ । କୋଟି କୋଟି ଟଙ୍କା ସାରିବା ପରେ ଭି ଅନନ୍ତ ଅମ୍ବାନୀଙ୍କ ମନରେ ନଥିଲା ଶାନ୍ତି । ଜଗାକୁ ଦେଖିବାକୁ ଝୁରି ହେଉଥିଲେ ଅନନ୍ତ । କାମ କଲାନି ଧନ ସମ୍ପତ୍ତି ଶେଷରେ ଶାନ୍ତି ପାଇଁ ପୁରୀ ଦୌଡ଼ି ଆସିଲେ ଭାରତର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଆଉ ଅତି ସାଧାରଣ ମଣିଷ ଟେ ପରି କାଳିଆ ଆଗରେ ଆଣ୍ଠେଇ ମୁଣ୍ଡିଆ ମାରିଲେ ।

ଆଉ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେଲେ । ହଁ ଆଜ୍ଞା ଧୁମ୍ ଧାମରେ ପ୍ରି-ୱେଡିଙ୍ଗ ଉତ୍ସବ ପାଳନ କରିଛନ୍ତି । ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଲେ । ପୃଥିବୀର ବଡ଼ ବଡ଼ ସିଙ୍ଗର ଆସି ଗୀତ ଭି ଗାଇଲେ । ବଲିଉଡ଼ର ବଡ଼ ବଡ଼ ଷ୍ଟାର୍ ମାନେ ମଧ୍ୟ ଡ୍ୟାନ୍ସ କଲେ । ସବୁକିଛି କରିବା ପରେ ଭି କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ଭି ଧନୀ ପୁଅ ଅନନ୍ତ ଅମ୍ବାନୀଙ୍କ ମନରେ ନଥିଲା ଶାନ୍ତି । ହଁ ଆଜ୍ଞା ବନ୍ଧୁଗଣ ସୂଚନାଯୋଗ୍ୟ ଯେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଆହୁରି ମଧ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ,ଅଙ୍ଗବସ୍ତ୍ର ଓ ମହାପ୍ରସାଦ ଦିଆଯାଇଛି । ଅନନ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ ମହାପ୍ରଭୁଙ୍କର ଚନ୍ଦନଲାଗି ନିତି ବଢୁଥିଲା । ଭିତରକାଠ ନିକଟରୁ ଚତୂର୍ଦ୍ଧାମୂର୍ତ୍ତୀଙ୍କ ବଡସିଂହାର ବେଶ ଓ ପହୁଡ ନିତି ଦର୍ଶନ କରି ସାନିଧ୍ୟ ନେଇଥିଲେ । ତେବେ ତାଙ୍କର ଅବଦାନରୁ ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ଵାର ସହ ଆଠଟି ଦୁଆରକୁ ରୂପାଛାଉଣି କରାଯାଇଥିବା ବେଳେ ଏବେ ଅବଶିଷ୍ଠ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ସହ ଛୋଟଛୋଟ ମନ୍ଦିର ଦୁଆର ରୂପାଛାଉଣି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି ତାଙ୍କ କୌଳିକ ପଣ୍ଡା ।

ଆହୁରି ମଧ୍ୟ ଶ୍ରୀମନ୍ଦିରରେ ଅତି ସୁନ୍ଦର ଭାବେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବାରୁ ସେ ବେଶ୍ ଖୁସି ଥିବା ନଜରକୁ ଆସିଥିଲେ ବୋଲି ମଧ୍ୟ କହିଛନ୍ତି ତାଙ୍କ କୌଳିକ ପଣ୍ଡା । ଅନ୍ୟପକ୍ଷେ ଶ୍ରୀଜଗନ୍ନାଥଙ୍କ ପହୁଡ ନିତି ଦର୍ଶନ କରି ଫେରିବା ପରେ ସମସ୍ତଙ୍କୁ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ରାମନବମୀ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଲେ ଅନନ୍ତ ।

Leave a Reply

Your email address will not be published. Required fields are marked *