“ମୋ ଓଡିଶାବାସୀଙ୍କ ପାଇଁ ସମାଜସେବା ତାର ପସନ୍ଦ ନଥିଲା ,ହେଲେ ମୁଁ ଓଡ଼ିଶାବାସୀଙ୍କୁ ଛାଡ଼ିପାରିବିନି” : ରାଣୀ ପଣ୍ଡା ।

ତାଙ୍କୁ ଓଡ଼ିଶାର ଲୋକ କୁହନ୍ତି ଯେ ସେ ଆମ ହୃଦୟର ରାଣୀ ବୋଲି । କାହିଁକି ନା ଅନେକ ଭଲ ପାଇବା ଓଡ଼ିଶାବାସୀ ମାନଙ୍କୁ ଦିଅନ୍ତି ସେ ଏବଂ ଗରିବ ଲୋକ ମାନଙ୍କ ପାଖରେ ସବୁବେଳେ ଯାଇ ଠିଆ ହୁଅନ୍ତି । ନାଟକ ମାଧ୍ଯମରେ ହେଉ କିମ୍ଵା ନିଜ ସାମାଜିକ କାମ ପାଇଁ ହେଉ ସେ ନିଜର ହୃଦୟ ସହିତ ଜଡ଼ିତ କରନ୍ତି ଲୋକମାନଙ୍କୁ । ଆଉ ସେଥିପାଇଁ ଲୋକମାନେ ତାଙ୍କ ଦୁଃଖରେ କାନ୍ଦି ପକାନ୍ତି ଆଉ ତାଙ୍କ ଖୁସିରେ ହଁସନ୍ତି । ଅନେକ ଅପମାନ ସହିବା ପରେ ମଧ୍ୟ ସେ ମୁଣ୍ଡ ଟେକି ଚାଲିଛନ୍ତି । ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ସବୁବେଳେ କିଛି ନା କିଛି କଥାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରୁହନ୍ତି ସେ । ଆଜ୍ଞା ହଁ ବନ୍ଧୁଗଣ ନିକଟରେ ଦେଖିବାକୁ ମିଳିଛି ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।

ଆଜ୍ଞା ହଁ ପ୍ରେମରେ ଧୋକା ଖାଇବା ପରେ ମାନସିକ ସ୍ତରରେ ଭାଙ୍ଗି ଯାଇ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ବିକାଶ ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଣୀ ପଣ୍ଡା । ବିବାହର ପ୍ରତିଶ୍ରୁତି ଦେଇ ବିକ୍ରମ ତାଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି । ବିବାହ ପ୍ରତିଶ୍ରୁତି ଓ ପରେ ପ୍ରତାରଣା ଅଭିଯୋଗରେ ଏତଲା ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।

ଏନେଇ ସେ ପୂର୍ବରୁ ସୋସିଆଲ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ ଭିଡିଓ ଜାରି କରି ଆସୁଥିଲେ । ଭିଡିଓ ମାଧ୍ୟମରେ ପୁରୁଷ ବନ୍ଧୁ ତାଙ୍କ ସହ ପ୍ରତାରଣ କରିଥିବା ନେଇ ଅଭିଯୋଗ ଆଣୁଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ରାଣୀ ପଣ୍ଡା ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଣୀ ପଣ୍ଡା କହିଛନ୍ତି ଯେ ସେ ସବୁବେଳେ ଭଲ ଅଛନ୍ତି ଆଉ ଭଲ ରହିବା ପାଇଁ ଚେଷ୍ଟା କରିବେ । ନିହାତି ଭାବରେ ଦୁଃଖର ଦିନର ଅନ୍ତ ଘଟିବ । ତାଙ୍କ ବୟଫ୍ରେଣ୍ଡ୍ ଛାଡିକି ଚାଲି ଯାଇଥିବାରୁ ସେ ନିଜକୁ ହତାଶିଆ ପ୍ରେମିକ ବୋଲି କହିଛନ୍ତି ।

ଆଜି ଯେଉଁ ଓଡ଼ିଶାବାସୀ ବର୍ତ୍ତମାନ୍ ସ୍ଥିତିରେ ତାଙ୍କ ଅଛନ୍ତି ବା ତାଙ୍କୁ ଭଲ ପାଉଛନ୍ତି ବିଗତ ଦିନରେ ଯେତେବେଳେ ଓଡ଼ିଶା ଲୋକ ତାଙ୍କୁ ନିନ୍ଦାର ପାତ୍ରୀ ସଜେଇ ଥିଲେ ସେତେବେଳେ ସେ ପିଲା ତାଙ୍କ ଜୀବନରେ ଥିଲା । ତାଙ୍କ ଷ୍ଟ୍ରଗଲ୍ ପିରିୟଡ଼ରେ ସାଥିରେ ଥିଲା । ସମ୍ପର୍କଟା ଆଜିକାଲିର ନୁହେଁ ଏତେ ବର୍ଷର ସମ୍ପର୍କ ତେଣୁ ସେ ଚାହାଁନ୍ତି ନାହିଁ ଭାଙ୍ଗିବା ପାଇଁ । ସେ ଏତେ ଦିନ ହେଲା ଚୁପ୍ ଥିଲେ କାଳେ ସେ ପିଲା ସୁଧୁରିଯିବ ବୋଲି କିନ୍ତୁ ସେ ସୁଧୁରିଲାନି । ତାଙ୍କର ଓଡିଶାବାସୀଙ୍କ ପାଇଁ ସମାଜସେବା ତାର ପସନ୍ଦ ନଥିଲା । ହେଲେ ସେ ଓଡ଼ିଶାବାସୀଙ୍କୁ ଛାଡ଼ିପାରିବେନି ବୋଲି କହିଥିଲେ ରାଣୀ ।

Leave a Reply

Your email address will not be published. Required fields are marked *