ପୁତୁରା ର ଅଣ୍ଟାକୁ ଧରି ଟେକିଦେବ ମୋ ପୁଅ!

ଆରେ ସେ ପୁତୁରା କଣ ଗର୍ଜନ କରିବେ ଏ ପୁଅ ଆଗରେ। ସେଇ ପୁଅ ଏ ପୁତୁରାର ଅଣ୍ଟାକୁ ଧରି ଟେକି ଦେବ ଆଉ ଥପ କରି ଛାଡ଼ି ଦେବ। ହାତରେ ଲଜ୍ଜ୍ୟା ନାହିଁ। ଏଗୁଡ଼ାକ ଶସ୍ତା କଥା । ଭୁବନେଶ୍ୱର ସାରା ଏ ଏରିଆ ଭିତରେ କିଏ ଅଛି ବେ ଡାକିବ, ଅଟକେଇ ପାରିବ ଦୁଇ ଘଣ୍ଟା ଭିତରେ ଘରୁ ସେ ଟେକା ହୋଇ ଆସିବ। ସେଇ ପୁଅର ଏମିତି ଶକ୍ତି। ସାତଟା ବିରାଟ ପାହାଡ଼ ଦେଶରେ ଚଢ଼ିଛି ପୃଥିବୀରେ। ଏଭରେଷ୍ଟ ଶୃଙ୍ଗ, ଆଇରନ୍ ମ୍ୟାନ୍,ଜର୍ମାନରୁ ଲୋକଙ୍କୁ କାଟି,ଫ୍ରାନ୍ସରୁ ଲୋକକୁ କାଟି,ଆମେରିକା ଲୋକଙ୍କୁ କାଟି, ଲଣ୍ଡନ ଲୋକଙ୍କୁ କାଟି ଆଇରନ୍ ମ୍ୟାନ୍ ସିଏ।

ଆରେ ସିଏ ଜଟଣୀଟା କାହା ବୋଉର ନୁହଁ, କାହା ବାପାର ନୁହଁ ,କାହାର ନୁହଁ । ଆମେ ଜଟଣୀ ତ ସବୁଦିନ ଯାଉଛୁ। ଏଇନେ ଜଟଣୀରୁ ଆସୁଛୁ। ଜଟଣୀ ବନ୍ଦ କରି ଦେବ କିଏ। କିଏ ଯଦି ବନ୍ଦ କରି ଦେବେ ଲିଙ୍ଗରାଜ ବନ୍ଦ କରିଦେବେ, ଜଗନ୍ନାଥ ବନ୍ଦ କରିବେ,ସୋମନାଥ ବନ୍ଦ କରିବେ,ମାଆ ଗୌରୀ, ଆଲ୍ହା, ଯୀଶୁ ବନ୍ଦ କରିବେ। ମୋତେ କେହି ଦେଖା ଯାଉ ନାହାଁନ୍ତି ବନ୍ଦ କରିବା ବାଲା।ହାତରେ ଲଜ୍ଜ୍ୟା ନାହିଁ। ଏଗୁଡ଼ାକ ଶସ୍ତା କଥା । କିଏ କାହାର ବାପାର ସମ୍ପତ୍ତି।

ଏଇନେ ଜଟଣୀରୁ ଆସୁଛି। ମୋ ପୁଅ ପଅରଦିନ ବୁଲୁଥିଲା।ଏରିଆ ଭିତରେ କିଏ ଅଛି ବେ ଡାକିବ, ଅଟକେଇ ପାରିବ ଦୁଇ ଘଣ୍ଟା ଭିତରେ ଘରୁ ସେ ଟେକା ହୋଇ ଆସିବ।କାରଣ ଆମେ କାହାକୁ ଅଟକେଇବୁ ନାହିଁ। କାହା ସହିତ ଗଣ୍ଡଗୋଳ କରିବୁ ନାହିଁ। କାହା ସହିତ ଗାଳି ଗୁଳଜ କରିବୁ ନାହିଁ।

କାହା ହୃଦୟକୁ ବାଧିଲା ଭଳିଆ କଥା କହିବୁ ନାହିଁ । ଭଦ୍ରତା ସହିତ ମୋ ଦୁଇ ପୁଅ ଭୋଟ୍ ମାଗୁଛନ୍ତି। ଭଦ୍ରତା ସହିତ ମୋ ଦୁଇ ପୁଅ ଲୋକମାନଙ୍କୁ ବୁଝାଉଛନ୍ତି। ଲୋକ ଯଦି ଭଦ୍ର ବୋଲି ଭୋଟ୍ ଦେବେ ତେବେ ଆପତ୍ତି ନାହିଁ। ତାକୁ ଯଦି ପ୍ରତିରୋଧ କରିବ କିଏ ବି ଆସୁ ମୋଦି ଆସୁ, ନବୀନ ପଟ୍ଟନାୟକ ଆସୁ ତାର ଜବାବ୍ ତିନି ଘଣ୍ଟା ଭିତରେ ଦିଆ ହେବ। ମିଛରେ କିଛି ନାହିଁ ମୁଁ କହି ପାରିବି ନାହିଁ। ଆରେ ସେ କିଏ। କେଉଁ ଗାଈର ଗୋବର। ଏଗୁଡ଼ାକ କି ବେକାର କଥା।

Leave a Reply

Your email address will not be published. Required fields are marked *