ମୁଖ୍ୟମନ୍ତ୍ରୀ ହେବ ତ ଏମିତି । କାମ ଚାଲିଥିଲା ବେଳେ ହଠାତ୍ ଫୋନ କଲେ ମୁଖ୍ୟମନ୍ତ୍ରୀ, ଆଉ ତା’ପରେ… ।
ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ରାଜନେତାମାନେ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାରରେ ବ୍ୟସ୍ତଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ । ନିର୍ବାଚନ ଆସୁଥିଲେ ବି ସେ ତାଙ୍କର କାମ ବନ୍ଦ କରିନାହାନ୍ତି କି ରାଜନୀତି ଅଙ୍କକଷାରେ ସମୟ ଦେଇ ଲୋକଙ୍କୁ ଅଣଦେଖା କରିନାହାନ୍ତି । କର୍ମତତ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ସମୟରେ ବି ସ୍ୱାଭାବିକ ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି । ଆଜ୍ଞା ହଁ ବନ୍ଧୁଗଣ ରାଜ୍ୟରେ ଚାଲିଥିବା ବିକାଶ କାମର ସମୀକ୍ଷା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କୁ ଫୋନ୍ କରି କାମ କେମିତି ଚାଲିଛି, ସେ ନେଇ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କେମିତି ଚାଲିଛି ଓ ସରିଲାଣି କି ନାହିଁ ସେନେଇ ଅପଡେଟ୍ ନେଉଛନ୍ତି ନବୀନ ।
ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରିଥିଲେ । ଏହା ସହ ସ୍ଥାନୀୟ କାମ ପାଇଁ ମଧ୍ୟ ଟଙ୍କା ଆବଣ୍ଟନ କରିଛନ୍ତି । ଏହି ସବୁ କାମର ଅଗ୍ରଗତି ଏବେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା ।
ଯାହାଦ୍ୱାରା ଲୋକମାନଙ୍କର ଅଭିଯୋଗ ଶୁଣାଣି ହୋଇ ପରି ନ ଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନ ନବୀନ ଓଡ଼ିଶା ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମସ୍ତ ଜିଲ୍ଲା ଗସ୍ତ କରି ଲୋକ ମାନଙ୍କର ଅଭିଯୋଗ ପତ୍ର ଆଣି ପରେ ପାଣ୍ଠି ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଏହି ସବୁ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ତେବେ ଲୋକମାନଙ୍କୁ ସିଧାସଳଖ ଫୋନ୍ କଲ୍ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ପ୍ରଥମ ଥର ଦେଖିବାକୁ ମିଳୁଛି । ଯାହାକି ନବୀନ ପଟ୍ଟନାୟକଙ୍କ ଉତ୍ତରଦାୟିତ୍ୱର ପ୍ରମାଣ ଦେଉଛି । ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବର୍ତମାନ ସମୟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।