ବୁଢା ବୟସରେ ବାପା କଲା ଭୁଲ କାମ, ଏବେ ଝିଅ ପାଉଛି କଷ୍ଟ…କେମିତି ବଞ୍ଚିବ ଦୁନିଆରେ।

ବାପା ତୁମେ କରିଲ ଭୁଲ ଆଜି ମୁଁ ଭୋଗୁଛି ଦୁଃ-ଖ। ନିଜ ବୟସକୁ ମାନିଲନି ମୋତେ ଜନ୍ମ କରିଦେଲ। ଏବେ ମାର ଦେହ ଦେଖି ମୋତେ ଲାଗୁଛି ଡ-ର। ମ-ଦ ପିଇ ଭୁଲ କଲ ଆଉ ମୋତେ ଏ ଦୁନିଆକୁ ଆଣି ନିଜେ ଲୁ-ଚିଗଲ।୪ ବର୍ଷର ଝିଅର ମନ ଯଦି ଆଜି ବୁଝିପାରିଥାନ୍ତା ତା ସହିତ କ’ଣ ହୋଇଛି ତାହେଲେ ଏସବୁ ପ୍ରଶ୍ନ ତା ବାପାକୁ ପଚାରିଥାନ୍ତା। ସେ ନିଷ୍ଠୁର ବାପା ଏବେ ମା ଝିଅଙ୍କୁ ଛାଡି କୁଆଡେ ଚାଲିଯାଇଛି। ଆଉ ରୋଗିଣା ମା’ ପଡିଛି ଝିଅ ଯେମିତି କିଛି ବୁଝି ପାରୁନି। ନିଷ୍ଠୁର ବାପା ବୁଢା ବୟସରେ ମା ସହିତ ସମ୍ପ-ର୍କ ରଖିଲା ଆଉ କୁନି ଝିଅ ପୂଜାକୁ ଦୁନିଆକୁ ଆଣିଲା। ଆଉ ତା’ପରେ କୁଆଡେ ଚାଲିଗଲା। ଖାଲି ସେତିକି ନୁହେଁ ପୂଜା ଆଜି କେମିତି ଅଜଣା ଦୁଃ-ଖର ଭାର ମୁଣ୍ଡାଇଛି।

ସକାଳ ହେଲେ ମା’ ପାଟିରେ କ’ଣ ଟିକେ ଖାଇବାକୁ ଦେବା ପାଇଁ ବାହାରକୁ ଦୌଡ଼ି ଯାଉଛି। ୟାକୁ ତାକୁ ମାଗି ଆଣି ମା’କୁ ଖୁଆଉଛି। ମା’କୁ ୪୫ ବର୍ଷରୁ ଅଧିକ ହେଲାଣି। ମା’ର ଅସୁସ୍ଥ ଆହୁରି କ’ଣ ହେବ। ପୂଜା କ’ଣ କରିବ? ଏ ଭଙ୍ଗା ଦଦରା ଘରେ ମା’ର ମୁଣ୍ଡ ଅଣ୍ଡାଳି କା-ନ୍ଦୁଛି ଝିଅ। ସେପଟେ ଝିଅର ଦୁଃଖ ଦେଖି ମା’ବି ନିଜର ଭାଗ୍ୟକୁ ନି-ନ୍ଦୁଛି। କ’ଣ କରିବ ଝିଅଟିକୁ ଆଣିଥିଲା ଦୁନିଆକୁ ହେଲେ ତାର ଯତ୍ନ ନେବାକୁ ତା ଶରୀରରେ ଏବେ ଯେମିତି ବଳ ନାହିଁ।

କୁନି ଝିଅଟି ଡ଼ରୁଛି ମା’ର ଯଦି କ’ଣ ହୋଇଯିବ ତାହେଲେ ସେ କ’ଣ କରିବ। କାରଣ ମା’ ବିନା ତାର ଏ ଦୁନିଆରେ କେହି ନାହାଁନ୍ତି। ମଦୁଆ ବାପାଟା କେବେଠାରୁ ଘର ଛାଡ଼ି ଚାଲିଯାଇଛି। ତେବେ ଏ ଖବର ପ୍ରସାରଣ ପରେ ପରିବାରକୁ ସାହାର୍ଯ୍ୟ କରିବାକୁ ପ୍ରସାସନ ଦୌଡ଼ି ଆସିଥିଲା। ଆଉ ମା’କୁ ମେଡିକାଲ ନିଆଯାଇଥିଲା।

ହେଲେ ଦୁଃ-ଖର କଥା ହେଉଛି ସମାଜରେ ଯେଉଁ କଥା ଲୁଚି ଯାଉଛି କୁନି ଝିଅଟିର ଭବିଷ୍ୟତ କେମିତି ଅନ୍ଧାରକୁ ଠେଲି ଦିଅନ୍ତି ବାପା ମା’। ମ-ଦ ପିଇଲେ ଲୋକେ କେତେ ବଡ଼ ଭୁଲ କରିଦିଏ ଆଜି ସବୁଠାରୁ ବଡ଼ ଉଦାହରଣ। ଯଦି ବାପା କୁନି ଝିଅଟିର ଯତ୍ନ ନେବାକୁ ଟିକେ ବି ଚିନ୍ତା କରୁନଥିଲା ତାହେଲେ କୁନି ଝିଅକୁ ଦୁନିଆକୁ ଆଣୁଥିଲା କାହିଁକି। ତାହା ବି ଏହି ବୁଢା ବୟସରେ। ଦୁନିଆକୁ ବୁଝିବା ଆଗରୁ ହସ ଖୁସିରେ ସାଙ୍ଗସାଥିଙ୍କ ସହିତ ଖେଳିବା ଆଗରୁ ପିଲାଦିନ ତାକୁ ଏମିତି ଯ-ନ୍ତ୍ରଣା ଦେଇଗଲା ତାହା ସେ କେବେବି ଭୁଲି ପାରିବନି।

ତେବେ ଏହି ଘଟ-ଣାଟି ହେଉଛି ଜଳେଶ୍ୱର ପୌର ପରି-ଶୋଧ ଅଧିନସ୍ଥ ୫ନମ୍ବର ୱାର୍ଡ ରେଳବାଇ ମାଲଗୋଦାମ ସାହିରେ ଏକ ସରକାରୀ ଜାଗାରେ ଥିବା ଏକ ଭଙ୍ଗା କୁଡ଼ିଆରେ ଏଭଳି ମା’ଝିଅ ପଡ଼ିଥିଲେ। ଆଉ ଶେଷରେ ପ୍ରସାସନ ତରଫରୁ ସହଯୋଗର ହାତ ବଢାଯାଉଛି। ତେବେ ଦେଖିବାକୁ ବାକି ରହିଲା କୁନି ଝିଅଟିର ଭବିଷ୍ୟତ ଆଗକୁ ଯାଇ କ’ଣ ହେଉଛି।

Leave a Reply

Your email address will not be published. Required fields are marked *