“ମୁଁ ଯେତେ ଭିଡ଼ ଭିତରେ ଥିଲେ ବି ମୋତେ ଖୋଜନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକ ଅଛନ୍ତି ମାନେ ମୋର ସବୁ ଅଛି” ।
ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି । ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କିଛି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ଅନ୍ୟମାନେ ହତୋତ୍ସାହ ଦେଖା ଯାଇଛନ୍ତି ।
ତେବେ ରାଜ୍ୟ ରାଜନୀତି ଆଗାମୀ ନିର୍ବାଚନକୁ ନେଇ ସରଗରମ ରହିଥିବା ବେଳେ ଇତି ମଧ୍ୟରେ ନିକଟରେ ଏକ ସାକ୍ଷାତକାର ସମୟରେ ନିର୍ବାଚନ ତଥା ନବୀନ ସରକାରଙ୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ସେ ହେଉଛନ୍ତି ଜଣେ ବଡ଼ ଫ୍ୟାନ୍ । ତାଙ୍କୁ ଆଜକୁ ୨୫ ବର୍ଷ ହୋଇଯିବ ନବୀନ ସାର୍ ଙ୍କ ପଛରେ । ସେ ନିଜକୁ ନିଜେ ଭି ଚିନ୍ତା କରୁଛନ୍ତି ଯେ ନବୀନ ଜଣେ ଓଡ଼ିଶାର ଇମାନଦାର ମୂଖ୍ୟମନ୍ତ୍ରୀ । ଏଭଳି ମୂଖ୍ୟମନ୍ତ୍ରୀ ସେ ଭି ଚିନ୍ତା କରୁଛନ୍ତି ଯେ କେବେ ବି ଆମେ ଜୀବନରେ ପାଇବୁନି ।
ଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି ସବୁଦିନ ପାଇଁ କି ଏଭଳି ମୂଖ୍ୟମନ୍ତ୍ରୀ ସଦାବେଳ ପାଇଁ ଆମ ପାଖରେ ଦୁଃଖର ସୁଖର ସାଥୀ ହୋଇ ଥାଆନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ହେତୁ ହେବା ଦିନଠାରୁ ସେ ଅନେକ ଅନେକ ମୁଖ୍ୟମନ୍ତ୍ରୀ ଦେଖିଛନ୍ତି ହେଲେ ଏଇ ଯେଉଁ ମୂଖ୍ୟମନ୍ତ୍ରୀ ଅଲଗା । ସେ ବହୁତ୍ ପୁରୁଣାରୁ ଥିଲେ କଂଗ୍ରେସ୍ ରେ କିନ୍ତୁ ଯେବେ ଠାରୁ ନବୀନ ମୂଖ୍ୟମନ୍ତ୍ରୀ ହୋଇ ଆସିଲେ ଓଡ଼ିଶାକୁ ସେବେ ଠାରୁ ତାଙ୍କ ମନ ନବୀନଙ୍କ ପ୍ରତି ଉତ୍କୃଷ୍ଟ ହେଲା ।
ସେ ନବୀନଙ୍କ ସହ କଥା ହୋଇଛନ୍ତି ଆଲୋଚନା କରିଛନ୍ତି । ତାଙ୍କ ହାଇଟ ଛୋଟ ତେଣୁ ତାଙ୍କ ସାମ୍ନାରେ କେହି ରହିଗଲେ ଦେଖା ଯାଏନି କିନ୍ତୁ ଯେତେ ଭିଡ଼ ଭିତରେ ଥିଲେ ବି ତାଙ୍କୁ ନବୀନ ଖୋଜନ୍ତି । ନବୀନ ତାଙ୍କୁ ବହୁତ୍ ଭଲ ପାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୯ ଠାରୁ ୨୦୨୪ ରେ ମଧ୍ୟ ଅଂଶୁମାନ ମହାନ୍ତି ବହୁତ୍ ଭୋଟରେ ଜିତିବ । ଏଇ ୨୦୨୪ ବର୍ଷ ପୁଣିଥରେ ଓଡ଼ିଶାରେ ଶଙ୍ଖ ବାଜିବ ।