କଣ ପାଇଁ ଶ୍ରୀମୟୀଙ୍କ ବଦଳରେ ମନ୍ମଥଙ୍କୁ ମିଳିଲା ଟିକେଟ…
ଶ୍ରୀମୟୀ ମିଶ୍ରଙ୍କୁ ହଟେଇ ମନ୍ମଥଙ୍କୁ ମିଳିଲା ଟିକେଟ। ଅପରାଜିତାଙ୍କ ସହ ମନ୍ମଥଙ୍କର ହେବ ହେଭି ଟକ୍କର । ପ୍ରଥମ ପର୍ଯ୍ୟାୟରେ ନଅ ଲୋକସଭା ଆସନ ଘୋଷଣା। ରାଜନୀତି କେତେବେଳେ ମୋଡ଼ ବଦଳେଇ ଦେବ ତାହା କହି ହେବ ନାହିଁ। ଲୋକସଭା ଆସନ ପାଇଁ ପୂର୍ବରୁ ଶ୍ରୀମୟୀଙ୍କ ନାମ ବିଜେଡ଼ି ନେଉଥିବା ବେଳେ ଏବେ କିନ୍ତୁ ପୁରା ପରିବର୍ତ୍ତନ ହେଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଲୋକସଭା ଆସନ ପାଇଁ ନାଁ ନେଇଛନ୍ତି ସୁରଙ୍କ ପୁଅ ମନ୍ମଥ ରାଉତରାୟଙ୍କର। ଯାହା ପରେ ଶ୍ରୀମୟୀଙ୍କ ନାମ ତାଲିକାରୁ ବାହାର ହୋଇ ଯାଇଛି।
ଦଳକୁ ଆସୁ ଆସୁ ଶ୍ରୀମୟୀଙ୍କୁ ହଟେଇ ଦେଇଛନ୍ତି ମନ୍ମଥ। କଣ ପାଇଁ ଶ୍ରୀମୟୀଙ୍କ ବଦଳରେ ମନ୍ମଥ ପାଇଲେ ଟିକେଟ ? କଣ ପାଇଁ ଶ୍ରୀମୟୀଙ୍କ ବଦଳରେ ସୁରଙ୍କ ପୁଅ ମନ୍ମଥଙ୍କୁ ଭୁବନେଶ୍ଵର ଲୋକସଭା ଟିକେଟ ଦେଲା ବିଜେଡ଼ି ?ହଁ ଆଜ୍ଞା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଏବଂ ବିଧାନସଭା ଆସନର ନାମ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନରୁ ନଅ ଜଣଙ୍କର ନାମ ତାଲିକା ଦେଇଛି ବିଜେଡ଼ି। ଲୋକସଭାର କେଉଁ ଆସନରୁ କେଉଁମାନେ ଛିଡ଼ା ହେଉଛନ୍ତି ଟିକେ ଦେଖି ନିଅନ୍ତୁ।
କଳାହାଣ୍ଡି ଆସନରୁ ଲମ୍ବୋଦର ନିଆର୍, ସମ୍ବଲପୁର ଆସନରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ଵରରୁ ମନ୍ମଥ ରାଉତରାୟ , କୋରାପୁଟରୁ କୌଶଲ୍ୟା ଏକାକା ଏବଂ ଆସ୍କାରୁ ରଞ୍ଜିତା ସାହୁଙ୍କ ନାମ ଲୋକସଭା ଆସନ ପାଇଁ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନ ପାଇଁ ନଅ ଜଣଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେପଟେ ଦେଖିବା ଶଙ୍ଖ ଭବନରେ ମନ୍ମଥ ରାଉତରାୟଙ୍କ ନାମ ମିଶିଲା ପରେ ଏପଟେ ବିଜେଡ଼ି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଚଳିତ ୨୦୨୪ ନିର୍ବାଚନ ସାଧାରଣ ଭାବେ ବହୁତ୍ ରୋମାଞ୍ଚକ ହେବାକୁ ଯାଉଛି। ଯାହାକୁ ନେଇ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି କି ଭୁବନେଶ୍ଵରରେ ଲୋକସଭା ଆସନରୁ ଯିଏ ବି ଛିଡ଼ା ହେବ ତା ସହିତ ହେଭି ଟକ୍କର୍ ହେବ।