କେନ୍ଦ୍ରାପଡା କି କଟକ କେଉଁଠୁ ବି ମିଳିଲାନି ଅନୁଭବଙ୍କୁ ବିଜେଡି ଟିକେଟ। ଅନୁଭବ ଏବେ କରିବେ କ’ଣ?

ଅନୁଭବ ଲେଖିଥିଲେ ଜୟ ଶ୍ରୀରାମ। ଏପଟେ କେନ୍ଦ୍ରାପଡାରୁ କଟିଲା ଟିକେଟ। ହୋଲିରେ ଅନୁଭବଙ୍କୁ ନେଇ ବଡ଼ ଚର୍ଚ୍ଚା। କଟକରୁ ହୋଇପାରନ୍ତି ସାଂସଦ ପ୍ରାର୍ଥୀ।ଅନୁଭବଙ୍କ ଫ୍ୟାନ ମାନଙ୍କୁ ଏବେ ଲାଗିଛି ବଡ଼ ଝଟକା। ଦୁଇ ଦଳ ଲୋକସଭା ପ୍ରାର୍ଥୀ ଘୋଷଣା କରିଲେ ହେଲେ ସେଥିରେ ନାହିଁ ଅନୁଭବଙ୍କ ନାମ। କାରଣ କେନ୍ଦ୍ରାପଡା ଲୋକସଭା ଆସନରେ ଏଥର ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି। କିନ୍ତୁ କେନ୍ଦ୍ରାପଡା ରାଜନିତୀରେ ଆଉ ଅନୁଭବ ମହାନ୍ତିଙ୍କ ନାଁ ଉଠୁନି। ଲାଗୁଛି ବିଜେଡି ପାଇଁ ଯେମିତି ଅନୁଭବ ମହାନ୍ତି ଅଲୋଡା ହୋଇଯାଇଛନ୍ତି।

ହେଲେ ଏତେ ଦିନ ହେଲାଣି ଲୋକସଭା ପ୍ରାର୍ଥୀ ଭାବେ ବିଜେଡିର ରହି ଅନୁଭବ ଯେଉଁ ସଙ୍ଗଠନ କରିଛନ୍ତି ତାଙ୍କର ଯେଉଁ ସମର୍ଥକ ମାନେ ରହିଛନ୍ତି, ଯେଉଁମାନେ ଅପେକ୍ଷା କରିଥିଲେ ଯେ ଅନୁଭବ ମହାନ୍ତି ପୁଣି ଯେଉଁ ଦଳରୁ ଲୋକସଭା ପ୍ରାର୍ଥୀ ଭାବେ ଲଢ଼ିବେ ଯେଉଁ ଦଳ ତାଙ୍କୁ ପୁଣି ଟିକଟ ଦେବ ସେହି ଦଳକୁ ସେମାନେ ସମର୍ଥନ କରିବେ।ହେଲେ ଏବେ ଦେଖିବାକୁ ମିଳିଛି କି ଅନୁଭବ ମହାନ୍ତିଙ୍କ ଫ୍ୟାନମାନେ ଏବଂ ସମର୍ଥକ ମାନେ ମଧ୍ୟ ଗୋଟିଏ ଚର୍ଚ୍ଚା କରୁଛନ୍ତି।

କୁଆଡେ କଟକରୁ ଲୋକସଭା ଆସନରେ ଅନୁଭବ ମହାନ୍ତିଙ୍କୁ ଟିକଟ ମିଳିପାରେ। ସିଏ କୁଆଡେ ବିଜେପି ଆଡ଼କୁ ଢ଼ଳୁଛନ୍ତି ଆଉ ବିଜେପି ମଧ୍ୟ ତାଙ୍କୁ କଟକର ସାଂସଦ ପ୍ରାର୍ଥୀ ଭାବେ ସୁଯୋଗ ଦେବ ବୋଲି ଚର୍ଚ୍ଚା ହେଉଛି। ଆଉ ଏଇ ଚର୍ଚ୍ଚା ପଛରେ କାରଣ ହେଉଛି ଯେ ଯେତେବେଳେ ଅନୁଭବ ମହାନ୍ତି ପୋଷ୍ଟରେ ଜୟ ଶ୍ରୀରାମ ଲେଖିବା ସହ ପୁଣି କଟକରେ MP ଭର୍ତୁହରି ମାହାତାଙ୍କ ସହ ହୋଲି ଖେଳି ଆଶୀର୍ବାଦ ନେଇଥିଲେ।

ଖାଲି ଏତିକି ନୁହେଁ ଭର୍ତୁହରି ବିଜେଡିରୁ ଇସ୍ତଫା ଦେବା ପରେ ସେ ହୋଲି ଖେଳିବାକୁ ନିମନ୍ତ୍ରଣ ଦେଇଥିବା କେହି ବିଜେଡି ନେତା ଆସିନଥିଲେ। ହେଲେ ଅନୁଭବ କିନ୍ତୁ ଆସି ପହଞ୍ଚିଥିଲେ। ଆଉ ଭର୍ତୁହରିଙ୍କ ସହ ହୋଲି ଖେଳିଥିଲେ। ତେବେ ବିଜେଡି ଛାଡିଥିବା ଭର୍ତୁହରିଙ୍କ ଠାରୁ ବିଜେଡି ନେତାମାନେ ଦୂରତା ରଖୁଥିବା ବେଳେ ଅନୁଭଵ ତାଙ୍କ ପାଖକୁ ଆସିଥିବା ଏକ ଭିନ୍ନ ଚର୍ଚ୍ଚାକୁ ଯେମିତି ଜନ୍ମ ଦେଇଛି।

ଆଉ ଏପଟେ ବିଜେପି ମଧ୍ୟ ଏପର୍ଯ୍ୟନ୍ତ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଆଉ ଏ ଭିତରେ କେନ୍ଦ୍ରାପଡାରୁ ବି ଦୁଇ ଦଳ ନିଜର ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏମିତିକି ବିଜେଡି ଦଳ କଟକରୁ ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ଚର୍ଚ୍ଚ ହେଉଛି ଏବେ ଅନୁଭବ ହୁଏତ ବିଜେପି ସିବିରିର ସମ୍ପର୍କରେ ଥାଇ ପାରନ୍ତି। ଆଉ ବୋଧେ ଟିକଟ ନିଶ୍ଚିତ ହେବା ପରେ ହିଁ ହୁଏତ ସେ ବିଜେଡି ଦଳ ଛାଡି ବିଜେପିକୁ ସିଧା ଯାଇପାରନ୍ତି।

ତେବେ ଯଦି ଅନୁଭବକୁ କଟକରୁ ବିଜେପି ସାଂସଦ ପ୍ରାର୍ଥୀ କରେ ତେବେ କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତୁହରି କ’ଣ କରିବେ? କାରଣ ନିକଟରେ ବିଜେଡି ଛାଡିଥିବା ଭର୍ତୁହରି ହୁଏତ ବିଜେଡିରେ ମିଶି ପାରନ୍ତି ଏବଂ କଟକରେ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।ତେବେ କଟକରେ କାହାକୁ ସାଂସଦ ପ୍ରାର୍ଥୀ କରୁଛି ଏବଂ ଅନୁଭବଙ୍କ ରାଜନୈତିକ ଭବିଷ୍ୟତ କୁଆଡେ ଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *