”ଆମ ପିଲା ମୋବାଇଲ୍ ଖୋଲିଲେ ନିଶା ମହାରଣାଙ୍କ… ଏଠାରୁ ଭଲରେ ଯିବାକୁ କହିଲୁ ହେଲେ ଗଲେନି, ତେଣୁ…” ।

ବୋଲ୍ଡ କୁଇନ୍ ନିଶା ମହାରଣା । ଯାତ୍ରା ଷ୍ଟେଜ ଉପରେ ଅର୍ଦ୍ଧ ନଗ୍ନ ନାଚରେ ପୁରା ମାହିର । ଆଉ ସେଥିପାଇଁ ଆଜି ପୁରା ହଟହଟା ହୋଇଛନ୍ତି । ହୋଲି ଭଳି ଦିନରେ କଂଗ୍ରେସ ଭବନରେ ପୁରା ଧକ୍କା ମାରି ବାହାର କରିଦେଇଛନ୍ତି ନିଶାକୁ । ହଁ ଆଜ୍ଞା ସୁରଙ୍କୁ ଦେଖିବାକୁ ଆସିଥିଲେ ଧକ୍କା ଖାଇଲେ ନିଶା । ଅଶ୍ଳୀଳ ନୃତ୍ୟ ପାଇଁ କଂଗ୍ରେସ ଭବନ ମନା ବୋଲି କହିଲେ କର୍ମୀ । ନାରିନେତ୍ରୀ ମାନେ ଧକ୍କା ମାରି ତାଙ୍କୁ ବାହାର କରିଛନ୍ତି । ଅର୍ଦ୍ଧନଗ୍ନ ନାଚରେ ଯିଏ ଲୋକଙ୍କୁ ଟାଣି ରଖୁଥିଲେ ସେ ଆଜି କଂଗ୍ରେସ ଭବନରେ ଅପଦସ୍ତ ହେଇଛନ୍ତି ।

ନିଶା ହୋଲିରେ ଆସିଥିଲେ କଂଗ୍ରେସ ଭବନ । ଆଉ ନିଶା ମହାରଣାଙ୍କୁ ନେଇ ଜଣେ ସ୍ତ୍ରୀ ଲୋକ କହିଛନ୍ତି ମୋବାଇଲ୍ ରେ ୟୁଟ୍ୟୁବ୍ ଖୋଲିଲା ମାନେ ନିଶା ମହାରଣାର ଅଶ୍ଳୀଳ ଡ୍ରେସ୍ ରେ ଦେଖିବାକୁ ମିଳେ । ସ୍ତ୍ରୀ ଲୋକ ଜଣକ କହିଲେ ସେମାନେ ପ୍ରଥମେ ଭଲରେ କହିଲେ ନିଶା ମହାରଣାଙ୍କୁ ଯିବାକୁ କିନ୍ତୁ ସେ କହିଲେ ନାହିଁ । ଏହାପରେ ବାଧ୍ୟ ହୋଇ ସେ ତାଙ୍କୁ ବାହାର କଲେ । ଆହୁରି ସ୍ତ୍ରୀ ଲୋକ ଜଣକ କହିଛନ୍ତି ଆଜିକାଲି ଛୁଆ ପିଲା ସମସ୍ତେ ମୋବାଇଲ୍ ଖୋଲିଲେ ନିଶାଙ୍କ ଅଶ୍ଳୀଳ ଭାଷା ଆଉ ଅଶ୍ଳୀଳ ପୋଷାକ ଦେଖିବାକୁ ମିଳେ ।

କର୍ମୀ ମାନଙ୍କ ପାଇଁ କଂଗ୍ରେସ ଭବନ ହେଉଛି ଗୋଟେ ପବିତ୍ର ଯାଗା । ପବିତ୍ର ହୋଲି ଦିନରେ ସେମାନେ ହୋଲି ଖେଳିବାକୁ ଯାଇଥିଲେ । ଆଉ ସେମାନେ ଚାହୁଁ ନଥିଲେ କୌଣସି ଜିନିଷ ଖରାପ୍ କରିବାକୁ । ନିଶା ମହାରଣାଙ୍କୁ ମଧ୍ୟ ଡକା ଯାଇନଥିଲା କିନ୍ତୁ ନିଶା ମହାରଣାଙ୍କୁ ଏଇଟା ଗୋଟେ ମସଲା ମିଳିଗଲା ଏଠି ଆସିକି ନିଜର ଭିଡ଼ିଓ କରିକି ଭାଷା ଅଭାଷା ଭାଇରାଲ୍ ହେବା ପାଇଁ । କିନ୍ତୁ ସେମାନେ ଭଦ୍ର ଲୋକ ପାର୍ଟିରେ କାମ କରିବାକୁ ଆସୁଛନ୍ତି ଆଉ ଚାହୁଁ ନଥିଲେ କୌଣସି ଜିନିଷ ଖରାପ୍ ହେଉ ବୋଲି ।

ଆଜି ସିନା ଗୋଟେ ଦିନ ସଲୱାର୍ ପିନ୍ଧିଥିଲେ ହେଲେ ସର୍ବଦା ଅଶ୍ଳୀଳ ଡ୍ରେସ୍ ପିନ୍ଧିଥାନ୍ତି । ତେଣୁ ସେମାନେ କାହିଁକି ନିଶା ମହାରଣାଙ୍କ ସହ ହୋଲି ଖେଳିବେ । କାଲିକି ତାଙ୍କ ଛୁଆ ଦେଖିଲେ କଣ କହିବେ । ତେଣୁ ସେମାନେ ଆଗେ ଭଲରେ କହିଲେ ମିଶାଙ୍କୁ ଯିବା ପାଇଁ ଆଉ ସେ ନ ଯିବାରୁ କଂଗ୍ରେସ ଦଳର କିଛି ମହିଳା କର୍ମୀ ଜବରଦସ୍ତି ତଡ଼ିକି ନିଶାଙ୍କୁ ବାହାର କରିଦେଲେ ବୋଲି କହିଛନ୍ତି ଜଣେ ମହିଳା ।

Leave a Reply

Your email address will not be published. Required fields are marked *