“ଗୋଟିଏ ବହୁତ ବଡ଼ ସିକ୍ରେଟ ଆଜି କହୁଛି । ବାହାଘର ପୂର୍ବରୁ ମଧ୍ୟସ୍ଥିକୁ ବାଧ୍ୟ କରି ଗୋଟେ ନମ୍ବର ଆଣିଲି ଆଉ ତାପରେ” : ସାଗର ।
ନିକଟରେ ଏକ ସାକ୍ଷାତକାର ସମୟରେ ସ୍ଵାମୀ ସ୍ତ୍ରୀ ଉଭୟ ସାଗର ଓ କବିତା ବାହାଘର କିପରି ହୋଇଥିଲା ଏବଂ ବାହାଘର ପୂର୍ବରୁ କଣ କଣ କରିଥିଲେ ସେ ବିଷୟରେ ମିଡ଼ିଆ ସାମ୍ନାରେ କହିଛନ୍ତି । ବାହାଘରକୁ କେତେ ବର୍ଷ ହେଲାଣି ଆଉ ସାଗର ଭାଇଙ୍କୁ କିପରି ପାଇଥିଲେ ବୋଲି ପ୍ରଶ୍ନରେ କବିତା ଉତ୍ତର ଦେଇଥିଲେ ଯେ ବାହାଘର ୨୦୧୭ ମସିହାରେ ହୋଇଥିଲା । ସେତେବେଳେ ତାଙ୍କ ବାହାଘର ପାଇଁ ଖୋଜା ପୁଅ ଯାଉଥିଲା । ସାଗରଙ୍କ ଜଣେ ଝିଆରୀ ଲେଖା ହେବ ସେ କବିତାଙ୍କ ସାଙ୍ଗ ଥିଲେ । ତାଙ୍କ ସାହିରେ ଗୋଟେ ବାହାଘର ହେଉଥିଲା ସାଗର ଯାଇଥିଲେ ।
ଆଉ ସେଠି ସାହି ଲୋକ କବିତାଙ୍କ ମାଙ୍କୁ କହିଥିଲେ ତୁ ଯେ ପୁଅ ଖୋଜୁଥିଲୁ । ଏଇ ପୁଅକୁ ଦେଖ ସେ ତୁମ ଜାତିର ବୋଲି । କବିତା ସେଦିନ ସାଗରଙ୍କୁ ଦେଖି କହିଥିଲେ ହଁ ଏତେ ସୁନ୍ଦର ପୁଅ ବୋଲି । ମାଆ ମଧ୍ୟ ଦେଖେଇଲେ ଓ କବିତା କହିଥିଲେ ହଁ ଭଲ ଲାଗୁଛି ବୋଲି । ଏମିତି ହେଇକି ଦୁହିଁଙ୍କ ଘରେ କଥା ହେଲା ଆଉ ପସନ୍ଦ ହେଲା ପରେ ବାହାଘର ହୋଇଥିଲା ।
ତେବେ ସାଗର କହିଥିଲେ ଯେ ତାଙ୍କର ଆଉ କବିତାଙ୍କ ମ୍ୟାରେଜ୍ ଟା ଟିକିଏ ଲଭ୍ ଆଉ ବହୁତ୍ ସାରା ଆରେଞ୍ଜ ମେରେଜ୍ ଥିଲା । ଜଷ୍ଟ ଲଭ୍ ଟା କଣ ଥିଲା ନା ଦେଖା ଚାହାଁ ହେଇଯାଇଥିଲା କିନ୍ତୁ କଥାବାର୍ତା ଯେଉଁଟା ଚାଲିଲା ସେତେବେଳେ କଣ ହେଇଥିଲା ମାନେ ସାଗର ଚେଷ୍ଟା କରିଥିଲେ କେମିତି କଣ ନମ୍ୱର୍ ଟିକେ ଆଣିଲେ କବିତାଙ୍କ ସହିତ କଥା ହୋଇପାରିବେ ଭଲ ଲାଗିବ । ତେବେ ଏଇଟା ଗୋଟେ ବଡ଼ ସିକ୍ରେଟ କଥା ସେ କେବେ କାହାକୁ କହି ନଥିଲେ ଯେ ଦୁହିଁଙ୍କ ମଧ୍ୟସ୍ଥି ଯିଏ ହେବେ ତାଙ୍କୁ ସାଗର କହିଥିଲେ ସବୁକିଛି ତୋ ତୁଟି ଗଲାଣି ତାଙ୍କୁ ଝିଅ ନମ୍ୱର୍ ଟା ଦରକାର ।
ମଧ୍ୟସ୍ଥି କଣ କଲେ ତାଙ୍କ ସହ କଥାବାର୍ତା କରିକି କବିତାଙ୍କ ନମ୍ୱର୍ ଆଣିକି ଦେଇଥିଲେ । ଯାହାକି ସାଗର ତାଙ୍କ ଜୀବନରେ ପ୍ରଥମଥର ପାଇଁ ଗୋଟାଏ ବାଡ଼ୁଅ ଝିଅକୁ ବାଇକ୍ ରେ ଧରି ବୁଲିଥିଲେ ବଟନକାନନ ରେ । ଏଇଟା ଆଜି ଯାଏଁ କେହି ଜାଣି ନଥିବେ ତାଙ୍କ ସହିତ ଲଭ ସିନ ଘଟିଥିଲା । ସେଦିନ କବିତାଙ୍କୁ ସାଗର ଗୋଟେ ମୋବାଇଲ୍ ଫୋନ୍ ଗିଫ୍ଟ କରିଥିଲେ, ଗୋଲାପ ଫୁଲଟିଏ ଦେଇଥିଲେ । ଆଉ ଗୋଟାଏ ଦିନରେ ବହୁତ୍ କିଛି କଥାବାର୍ତା ହୋଇଥିଲା । ତାପରେ ବାହାଘର ହେଲା ପର୍ୟ୍ୟନ୍ତ ଦୁହିଁଙ୍କ କଥାବାର୍ତା ଚାଲିଥିଲା ।