ଏମିତି ବାପା କେଉଁ ଝିଅକୁ ନମିଳୁ । ନିଜ ଝିଅ ଉପରେ ଥିଲା ବାପାଙ୍କ ଖରାପ ନଜର.. ସହି ନପାରି ଝିଅ କଲା ଏମିତି.. ।

ବାପା ନା ପିଶାଚ ? ଯୌନ ଲାଳସା ପାଇଁ ନିଜ ଜନ୍ମ କଲା ଝିଅକୁ ବି ଛାଡିଲାନି ସଇତାନ ବାପା । ନିଜ ଶରୀରର ଭୋକ ମେଂଟାଇବା ପାଇଁ ନିଜର ନାବାଳିକା ଝିଅକୁ କଲା ଶିକାର । ଏଭଳି ଏକ ଲଜ୍ଜ୍ୟାଜନକ ଖବର ଆସିଛି କୋଣାର୍କ ଥାନା ଅଂଚଳରୁ । ତେବେ ଅଭିଯୁକ୍ତ ଜଣକ ହେଲେ ପିତା ନାଁରେ ପିଶାଚ । କୋଣାର୍କ ଥାନା ଅଧିନ ମାଟିଆପଡ଼ା ଗ୍ରାମର ମଳୟ ରଞ୍ଜନ ମହାନ୍ତି । ଏହି ବ୍ୟକ୍ତି ଜଣଙ୍କ ବାପା ନାମରେ ସମାଜ ପାଇଁ ଏକ କଳଙ୍କ । ନିଜର ୧୩ ବର୍ଷର ନାବାଳିକା ଝିଅକୁ ଅସଦାଚରଣ କରି ଆସୁଥିଲା ।

ସେନେଇ ଝିଅଟି ଆଜି ଆତ୍ମହତ୍ୟା କରିବା ପାଇଁ ବାଧ୍ଯ ହୋଇଛି । ଯେ କେହି ଏହାକୁ ଶୁଣୁଛି, ତା ଆଖିରୁ ଲୁହ ଆସି ଯାଉଛି । ଯେଉଁ ବାପା ଝିଅକୁ ଜନ୍ମ ଦେଇ ଥିଲା ଶେଷରେ ସେ ହିଁ ସବୁ କିଛି ଶେଷ କରିଦେଲା । ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି । ବନ୍ଧୁଗଣ ସୂଚନା ଅନୁସାରେ କୋଣାର୍କ ଥାନା ଅର୍ନ୍ତଗତ ମାଟିପଡ଼ା ଗାଁ’ର ଜଣେ ଯୁବତୀ କିଛି ଦିନ ତଳେ ଆତ୍ମହତ୍ୟା କରିଛନ୍ତି । ଆଉ ତାଙ୍କ ଆତ୍ମହତ୍ୟା ପଛର ପ୍ରମୁଖ କାରଣ ହେଉଛନ୍ତି ବାପା ।

ସବୁ ବାପା ଇଚ୍ଛା କରନ୍ତି ନିଜ ଝିଅ କିଭଳି ସୁଖରେ ରହୁ । ବିବାହ କରି ପର ଘରେ ଭଲରେ ରହୁ । ହେଲେ ଆମେ ଏଠାରେ ଯେଉଁ ବାପାଙ୍କ ବିଷୟରେ କହିବାକୁ ଯାଉଛୁ, ସେ ବାପା ନୁହଁନ୍ତି ଜଣେ ନର ରାକ୍ଷସ । ସେହି ବାପା ରଖିଛି ଝିଅ ସହ ଶାରୀରିକ ସମ୍ପର୍କ । ଥରେ ନୁହେଁ କି ଦୁଇଥର ନୁହେଁ ବାର ବାର ରଖିଛି ସମ୍ପର୍କ । ଅନେକ ଦିନରୁ ଝିଅ ଉପରେ ରହିଥିଲା ନଜର । ଶେଷରେ ସୁବିଧା ପାଇଁ ଏଭଳି କିଛି କରି ଦେଇଛନ୍ତି ଯାହାକୁ କହିବାକୁ ମଧ୍ୟ ଖରାପ ଲାଗୁଛି ।

ଯୁବତୀଙ୍କ ବାପା ସବୁଦିନ ମଦ୍ୟପାନ କରି ଘରକୁ ଫେରି ଥାଆନ୍ତି ଆଉ ଆସିବା ପରେ ଝିଅକୁ ଖୁବ୍ ମାରି ଥାଆନ୍ତି । ତା ସହିତ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ରଖି ଥାଆନ୍ତି । ତେବେ ଝିଅ ନିଜ ମା’କୁ ଏକଥା ସବୁ କିଛି କହିବା ପରେ ବାପା’ର ଏଭଳି କାଣ୍ଡ ଶୁଣି ମା ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବାରମ୍ବାର ଏଭଳି ହେବାରୁ ତାର ମା ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଏହାପରେ ମଦୁଆ ବାପା ମା ଓ ଝିଅ ଉଭୟଙ୍କୁ ଖୁବ୍ ପିଟିଥିଲେ । ଆଉ ଶେଷରେ ଲଜ୍ୟା ସହି ନପାରି ଶେଷରେ ଜୀବନ ହାରିଦେଲା ଝିଅ । ଏ ଘଟଣାଟି ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏଭଳି ବାପାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *