ମୁଁ ହାତ ମାରିଦେଲେ ରୋଗ ଭଲ ହୋଇଯିବ,ମୋ ସହ କଥା ହେଲେ ବି ରୋଗ ଭଲ ହୋଇଯିବ।

ଲୋକ କୁହନ୍ତି ଆଉ ସେ ମଧ୍ୟ ଦାବି କରନ୍ତି ଯେ ହାତ ମାରିଦେଲେ ଲୋକଙ୍କର ରୋଗ ଭଲ ହେଇଯାଏ। ସେଥିପାଇଁ ଅନେକ ଲୋକ ମଧ୍ୟ ତାଙ୍କ ଭକ୍ତ ସାଜିଛନ୍ତି। କିନ୍ତୁ ହାତ ମାରିଲେ ରୋଗ ଭଲ ହୋଇଯିବା କଥାଟା ଆମେ କରୋନା ପିରିଅଡ଼ରୁ ତାଙ୍କ ପାଖରୁ ଶୁଣି ଆସିଥିଲେ। ଆଉ ଏଥିପାଇଁ ସେ ବହୁତ୍ ପ୍ରସିଦ୍ଧ ମଧ୍ୟ ହୋଇଥିଲେ। କହି ପାରିବା ୟାକୁ ନେଇ ସେ ବହୁତ୍ କଣ୍ଟ୍ରୋଭର୍ସିରେ ମଧ୍ୟ ପଡ଼ିଥିଲେ। ଆସନ୍ତୁ କଥା ହେବା ବାବା ଆର୍ତତ୍ରାଣଙ୍କ ସହିତ। ଯିଏକି ନିଜର ଏହି କାମ ପାଇଁ ଆଉ ନିଜର ଏହି ୟୁନିକନେସ୍ ପାଇଁ ଆଜି ଫେମୋସ୍ ଯେ ସେ ହାତ ମାରି ଦେଲେ ଲୋକଙ୍କର ରୋଗ ଭଲ ହେଇଯାଏ।

ସେ କହିଲେ ଯେ କିଛି ଦୈବୀ ଶକ୍ତି ଆମ ପାଖରେ ଅଛି ଯାହା ଖାଲି ଛୁଇଁ ଦେଲେ ନୁହେଁ, ଆପଣ ପୃଥିବୀରେ ଯେଉଁଠି ଥାଆନ୍ତୁ ଯଦି କିଛି ଦେହ ଖରାପ ହେଉଛି ମୋର ୟୁଟୁବରେ ମନ୍ତ୍ର ତାକୁ ଶୁଣିଲେ ଭଲ ହେଇଯିବେ।ଆଉ ମୋ ସାଙ୍ଗରେ ଫୋନରେ କଥା ହେଲେ ବି ଭଲ ହେଇଯିବେ। ଆପଣଙ୍କୁ ଶହେ ଚାରି ଜ୍ଵର ଥାଉ କି ଝାଡ଼ା ବାନ୍ତି ଥାଉ ଯାହା ବି ଥାଉ ମୋ ମନ୍ତ୍ର ଶୁଣିଲେ ସାଙ୍ଗେ ସାଙ୍ଗେ ଭଲ ହେଇଯିବେ। ଆପଣ ଦେଖିଥିବେ ମୋ ପାଖକୁ ଲୋକ ତ ଚାଲି କି ଯାଆନ୍ତି। ଓଡ଼ିଶା ନୁହେଁ, ଇଣ୍ଡିଆ ନୁହେଁ, ବାହାର ଦେଶକୁ ମଧ୍ୟ ଯାଉଛି। ବାହାର ଦେଶରେ ଚମତ୍କାରୀ ଶକ୍ତିରେ ହଜାର ହଜାର ଲୋକଙ୍କୁ ଭଲ କରୁଛି। ଆଉ ସମସ୍ତଙ୍କ ମନରେ ଗୋଟିଏ ବିଶ୍ୱାସ ଜାଗ୍ରତ କରୁଛି ଯେ ପ୍ରଭୁ ଜଗନ୍ନାଥ ଅଛନ୍ତି।

ସେଇ ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଆଉ ଭରସା ରଖିବା ଆମର ରୋଗ, ଦୁଃଖ, କଷ୍ଟ ସବୁ ଭଲ ହେଇଯିବ। ଲକ୍ଷ ଲକ୍ଷ ଲୋକଙ୍କର ମୁଁ ରୋଗ ଭଲ କରିଛି। ଯେଉଁମାନେ ମେଡ଼ିକାଲରୁ ଫେରିକି ଆସିଛନ୍ତି। ମୋ ପାଖରୁ ଭଲ ହେଇଛନ୍ତି।ଯଦି କିଏ ମୋତେ କେଉଁଠି ପ୍ରଭୁ କହି ଦିଅନ୍ତି ତାପରେ ମୁଁ କହେ ଦେଖରେ ମୁଁ ଭାଈ ସାଧାରଣ ଲୋକ। ମୋର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ। ତମେ ସେୟାଙ୍କୁ ପୂଜା ଅର୍ଚ୍ଚନା କର। ସାର୍ଥକ ନ୍ୟୁଜକୁ ପଚାରିଲେ ସେ ମୋ ବିଷୟରେ କହିବ । ତାକୁ କିଏ ମେଡ଼ିକାଲରୁ ଭଲ କରି ଏଠିକି ଆଣିଛି।ସିଏ ଯେତେବେଳେ ଏମ୍ସରେ ଥିଲା ସେଠି ତାକୁ କିଏ ଭଲ କରିଛି । ତା ପେନ୍ କିଏ ରିଲିଫ୍ କରିଛି, ତାକୁ ପଚାରିଲେ ସେ ଭଲରେ କହି ପାରିବ। ତେର ବର୍ଷ ଧରି ବହୁତ୍ ଝଡ ଝଞ୍ଜାରେ ଆମେ ଏଠି ପହଞ୍ଚିଛୁ।

ଯେଉଁ ସମୟରେ ସୁର, ସାରଥୀର କେଶ୍ ହେଲା ସବୁ ବାବାମାନେ ଦାଢ଼ି କାଟି ଲୁଚିଲେ। ସେହି ସମୟରେ ଗୋଟିଏ ଲୋକ ଯିଏକି ମିଡିଆକୁ ଫେସ୍ କରିଥିଲା ସିଏ ଥିଲି ମୁଁ। ତେଣୁ କିଛି ତ ଅଛି ନା ଲୋକ ମାନଙ୍କର ଉପକାର କରୁଛୁ ଆମେ। ଏ ଲୋକମାନେ ଜୀବିତ ଅବସ୍ଥାରେ କାହାକୁ ମାନନ୍ତି ନାହିଁ। ଟେକା,ପଥର ଫୋପାଡନ୍ତି, ନିନ୍ଦା ଅପମାନ କରନ୍ତି। କିନ୍ତୁ ମଲା ପରେ ସମ୍ମାନ ଦିଅନ୍ତି। ଯେମିତି ବିଜୁ ପଟ୍ଟନାୟକ। ଏମାନଙ୍କୁ କେହି ବି ଜୀବିତ ଅବସ୍ଥାରେ ଭଲ ପାଇ ନଥିଲା। ଆପଣ ଦେଖନ୍ତୁ ଯିଏ ଯେତେ ଭଲ କଲେ ବି ଲୋକ ତାଙ୍କୁ ପ୍ରଶଂସା କରିବାର ନାହିଁ। ଯେ ପର୍ଯ୍ୟନ୍ତ ସେ ବଞ୍ଚିଛି। ମଲା ପରେ ତାଙ୍କୁ ପୂଜା କରିବେ।

Leave a Reply

Your email address will not be published. Required fields are marked *