ଦୁଇ ସାଙ୍ଗ ବସକୁ କରୁଥିଲେ ଓଭରଟେକ…ଚାହୁଁ ଚାହୁଁ ଚଢ଼ିଗଲା ବସ, ୨୦ ଫୁଟ ତଳକୁ ବାହାରି ପଡ଼ିଲା ଦହି।
ସବୁଦିନ ଭଳି ଆଜିବି କେତେ ହସଖୁସିରେ ନିଜର କାମ ସାରି ସକାଳୁ ସକାଳୁ ୨ ସାଙ୍ଗ ବାଇକରେ ଘରକୁ ଫେରୁଥିଲେ କିନ୍ତୁ କିଏ ବା ଜାଣିଥିଲା ଏଥର ଏ ସାଙ୍ଗ ସହ ବାଇକରେ ବସି ଘରକୁ ଫେରିବା ତା’ର ଶେଷ ଦିନ ହୋଇଯିବ ବୋଲି। ୨ ଜଣ ସାଙ୍ଗ ବସକୁ ଓଭରଟେକ କରୁଥିବା ସମୟରେ ଆଖି ପିଛୁଳାକେ ବସ ଚକା ତଳେ ଖସିଗଲା ବାଇକ ଆଉ ଚାହୁଁ ଚାହୁଁ ଜଣେ ସାଙ୍ଗର ମୁଣ୍ଡରୁ ଖପୁରୀ ବାହାରିବା ସହ ୨୦ ଫୁଟ ତଳକୁ ଛିଟିକି ପଡିଲା ଆଉ ଘ-ଟଣା ସ୍ଥଳରେ ହିଁ ଜଣେ ସାଙ୍ଗର ଜୀବନ ଅକାରଣରେ ଚାଲିଗଲା। ଏହା ସହ ଅନ୍ୟ ଜଣେ ସାଙ୍ଗ ମଧ୍ୟ ଗୁରୁ-ତ୍ୱର ହୋଇଥିବା ସୂଚନା ମିଳିଛି।
ଆଜ୍ଞା ହଁ ବନ୍ଧୁଗଣ ଏଭଳି ଲୋମ ଟାଙ୍କୁରା ଦୁର୍ଘ-ଟଣା ଘଟିଛି କରାପୁଟ ଜିଲ୍ଲା କୋର୍ଟପାଟ ଏନଏସି ଅନ୍ତର୍ଗତ କେନ୍ଦୁଗୁଡା ନିକଟରେ। ଉଭୟ କୋର୍ଟପାଟ ବଜାରରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ ୨ ସାଙ୍ଗ। ଆଉ ଦ୍ରୁତ ଗତିରେ ଗାଡି ଚଳାଇ କୋର୍ଟପାଟ ଠାରୁ ଜୟପୁର ଅଭିମୁଖେ ବାହାରିଥିବା ବେଳେ ଏକ ଘରୋଇ ବସକୁ ଓଭରଟେକ କରୁଥିବା ସମୟରେ ଭାରସମ୍ୟ ହରାଇ ବସ ଚକା ତଳକୁ ବାଇକ ପଶି ଯାଇଥିଲା।
ଆଉ ସେହି ବସ ଚକା ତଳେ ହିଁ ନାବାଳକର ଅକାରଣରେ ଜୀବନ ଚାଲିଗଲା। ଦୁର୍ଘ-ଟଣା ଏତେ ଜୋରରେ ହୋଇଥିଲା ଯେ ମୃ-ତ ଦେବେନ୍ଦ୍ରଙ୍କ ମୁଣ୍ଡରୁ ଖପୁରୀ ୨୦ ଫୁଟ ତଳକୁ ଛିଟିକି ପଡିବା ସହ ମୁଣ୍ଡ ଭିତରୁ ଦହି ବାହାରି ଜାତୀୟ ରାଜପଥ ଉପରେ ଏଣେତେଣେ ବିଛାଡି ହୋଇ ପଡ଼ିଥିଲା। ଆଉ ଯେଉଁ ଫୋଟକୁ ଦେଖାଇବା ଆମ ପାଇଁ ସମ୍ଭବ ନୁହେଁ। ଆଉ ସେ ଦୃ-ଶ୍ୟକୁ ଯିଏ ଦେଖିଲା ସିଏ ମଧ୍ୟ ଚକିତ ହୋଇଗଲା।
ଉଭୟଙ୍କୁ ସଙ୍ଗେ ସଙ୍ଗେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସୂଚନା ମୁତାବକ କୋର୍ଟପାଟ ବ୍ଲକ ଅନ୍ତର୍ଗତ ମୃ-ତ ଦେବେନ୍ଦ୍ର ଯାନୀ ଯାହାଙ୍କ ବୟସ ହେଉଛି ୧୭ ବର୍ଷ ଏବଂ ଆ-ହତ ମିନୁ ଯାନୀ ଯାହାଙ୍କ ବୟସ ହେଉଛି ୨୦ ବର୍ଷ। ଆଉ ଉଭୟ ବାଇକରେ ଯାଉଥିବା ସମୟରେ ଘଟିଛି ଏଭଳି ଦୁର୍ଘ-ଟଣା। ଆଉ ଦୁର୍ଘ-ଟଣା ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା।ଘ-ଟଣା ସ୍ଥଳରେ କୋର୍ଟପାଟ ପୋ-ଲିସ ପହଁଚି ବସ ଓ ବାଇକକୁ ଜ-ବତ କରି ଥା-ନାକୁ ନେଇଯାଇଥିବା ବେଳେ ଶ-ବକୁ ବ୍ୟବ-ଚ୍ଛେଦ ପାଇଁ ପଠାଇ ଘଟ-ଣାର ତ-ଦନ୍ତ କରୁଛି।।