କା-ନ୍ଦ ବୋବାଳିରେ ଫାଟି ପଡୁଛି ଘର । ମା’ ଚାଲିଗଲା ତା’ପରେ ପରେ ପୁଅ ବି ଚାଲିଗଲା.. ।
ମାର ମୃ-ତ୍ୟୁ ପରେ ପୁଅର ହେଇଗଲା ମୃ-ତ୍ୟୁ । ମାର ଜୁଇକୁ ଦେଖି ପୁଅର ଜୀବନ ଚାଲିଗଲା । ମା ପୁଅ ଡକାଡ଼କି ହୋଇଗଲା ଚାଲିଗଲେ । ଏତେ କମ୍ ବୟସରେ ମାର ମୃ-ତ୍ୟୁକୁ ସହି ପାରିଲାନି ପୁଅ । ମା’ ଓ ମମତା ଏମିତି ଦୁଇଟି ଶବ୍ଦ ଯାହାର ମୂଲ୍ୟ କେହି କେବେ ଆକଳନ କରି ପାରିନାହାଁନ୍ତି । ସେହି ଅମୂଲ୍ୟ ରତ୍ନ, ମା’ ଯେତେବେଳେ ଅଘ-ଟଣରେ ପରପାରିକୁ ଚାଲି ଯାଇଥିଲେ, ଯେମିତି ନାବାଳକ ପୁଅର ଛାତି ଫାଟି ଯାଇଥିଲା । ପୁଅଟି ମୁଣ୍ଡରେ ଦୁଃ-ଖର ପାହାଡ଼ ହୋଇ ଛିଣ୍ଡି ପଡ଼ିଥିଲା ମା’ର ମୃ-ତ୍ୟୁର ଖବର । ଦାରିଦ୍ର୍ୟର ତାଡ଼ନା ଭିତରେ କେମିତି ହେବ ମା’ର ସଂସ୍କାର, କ’ଣ ହେବ ଭବିଷ୍ୟତ, ଭାବିଲା ବେଳକୁ ମୁଣ୍ଡ ବୁଲାଇଯାଇଥିଲା ।
ଗାଁର କିଛି ସାଙ୍ଗ-ସାଥୀ, ମା’ର ଅନ୍ତିମ ସଂସ୍କାର ପାଇଁ ଭିକ୍ଷା ମାଗି ଟଙ୍କା ଯୋଗାଡ଼ କରିଥିଲେ ସତ । ହେଲେ ମା’ର ଶ-ବ ଘରକୁ ପହଞ୍ଚିବା ପୂର୍ବରୁ ପୁଅ ବାଛିନେଲା ଅଫେରା ବାଟ । ସ୍ନେହରେ ଯେଉଁ ଶାଢ଼ୀରେ ଦିନେ ପୁଅ ମୁହଁ ପୋଛି ଦେଉଥିଲେ ମା’, ସେହି ଶାଢ଼ୀରେ ଝୁଲିପଡ଼ିଲେ ପାଟଣାଗଡ଼ କାନୁଟ ଗାଁର ଦ୍ରୋଣ ମହାକୁଡ଼ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆସିଥିବା ଏହି ଖବରଟି ଯେତେ ଦୁଃ-ଖଦାୟକ, ଖବର ପଛର କାହାଣୀ ଯେତେ ଯ-ନ୍ତ୍ରଣା ଦାୟକ । କାନୁଟ ଗାଁରେ ଗତ ୧୦ ତାରିଖରେ ଅଦାବରୀଆ ପରିବାରରେ ଘଟିଥିଲା ଏକ ଅଘ-ଟଣ । ଗ୍ୟାସ୍ ଟାଙ୍କି ପାଇପରେ ନି-ଆଁ ଲାଗିଯିବାରୁ ଘରର ୫ଜଣ ଏବଂ ପଡ଼ୋଶୀ ଘରର ଜଣେ ଗୁରୁ-ତର ଆ-ହତ ହୋଇଥିଲେ । ପ୍ରଥମେ କଂଟାବାଞ୍ଜି, ପରେ ବଲାଙ୍ଗୀର ହସ୍ପିଟାଲ ନିଆଇଥିଲା । ଅବସ୍ଥା ଗୁରୁ-ତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଇଥିଲା।
ହେଲେ ଜଣଙ୍କ ପରେ ଜଣେ ଅଦାବରୀଆ ପରିବାରର, ମହେଶ୍ୱର ଅଦାବରୀଆ, ଭାନୁମତି ଅଦାବରୀଆ ଏବଂ ଭୈରବୀ ଅଦାବରୀଆଙ୍କ ମୃ-ତ୍ୟୁ ହୋଇଥିଲା । ସେହିପରି ତାଙ୍କ ଘରକୁ ଟିଭି ଦେଖିବାକୁ ଯାଇ ଗୁରୁତର ହୋଇଥିବା ମାଳତୀ ମୁହାକୁଡ଼ଙ୍କ ମଧ୍ୟ ମୃ-ତ୍ୟୁ ହୋଇଥିଲା । ଆଉ ଆ-ତ୍ମହ-ତ୍ୟା କରିଥିବା ଦ୍ରୋଣ ମହାକୁଡ଼ ହେଉଛନ୍ତି ମୃ-ତ ମାଳତୀଙ୍କ ପୁଅ । ମାର ମୃ-ତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ମୃ-ତ ମା ମାଳତୀ ମହାକୁଡଙ୍କର ଶାଢୀରେ ଝୁଲି ପଡିଛି ତାଙ୍କର ୧୯ ବର୍ଷୀୟ ପୁଅ ଦ୍ରୋଣ ମହାକୁଡ । ତେବେ ଏହି ଘଟ-ଣା ପାଟଣାଗଡ଼ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।