ରାସ୍ତା ଉପରୁ ଆରମ୍ଭ ହୋଇଥିଲା ଆମ ଲଭ୍ ଷ୍ଟୋରୀ!

ତାଙ୍କ ଲଭ୍ ଷ୍ଟୋରୀ ତ ମୁଁ ଜାଣେନି କିନ୍ତୁ ସେ ଯେତିକି କୁହନ୍ତି ତାଙ୍କ ପ୍ରେମ,ପ୍ରେମ କାହାଣୀ ରୋଡ଼ରୁ ଷ୍ଟାର୍ଟ ହେଇଥିଲା। ଆଉ ଆଜି ଗୋଟେ ବିଚରେ ସରୁଛି। କାହିଁକି ନା ବିଚ୍ ତ ନୁହେଁ ଗୋଟେ ନଈ କୂଳରେ ସରୁଛି। ଯେଉଁଠି ତାଙ୍କର ଏଙ୍ଗେଜମେଣ୍ଟ ଅଛି ବୋଧ ହୁଏ। ବାହାଘରର କିମ୍ବା ହାତଗଣ୍ଠିର ପ୍ରଥମ ସୋପାନ ସେ ଚଢ଼ିବାକୁ ଯାଉଛନ୍ତି। ତୃଷ୍ଣା ମ୍ୟାମ୍ ଏବଂ ରାହୁଲ ଭାଈ ଯେଉଁମାନଙ୍କ ଯୋଡ଼ିକୁ ଇନଷ୍ଟାଗ୍ରାମରେ ଆପଣ ମାନେ ଅନେକ ଭଲ ପାଇବା ଦିଅନ୍ତି ।

ୟୁଟୁବ୍ କଥା କୁହନ୍ତୁ ସେଥିରେ ବି ଅନେକ ଭଲ ପାଇବା ଦିଅନ୍ତି। ତାଙ୍କ ସହିତ ଆଜି ଆମେ କଥା ହେବା ଯେ ଗୋଟେ ଲକ୍ଷ୍ୟ ସେ ହାସଲ କରି ପାରିଲେ କି ନାହିଁ।ଏକ୍ଚୁଆଲି ଆମ ଲଭ୍ ଷ୍ଟୋରୀଟା ପୁରା ରୋଡ଼୍ ଉପରୁ ହିଁ ଷ୍ଟାର୍ଟ ହେଇଥିଲା। ମୁଁ ରୋଡ଼୍ଉପରେ ଗାଡ଼ି ଥୋଇ ଦେଇଥିଲି। ଇଏ ଆସିକି କହିଲା ଭାଈ ଟିକେ ଗାଡ଼ି ସାଇଟ୍ କର। ସେ ଭାଈରୁ ବେଷ୍ଟ ହଜବେଣ୍ଡ ହେଇଗଲି।

ସେ ଭାଈଟା ରାକ୍ଷୀ ବାନ୍ଧିବା ଭାଈ ହେଲାଣି କିନ୍ତୁ ବେଷ୍ଟ ହଜବେଣ୍ଡ ହେଇଗଲା। ସେଇଯେ ଭାଈ ଟିକେ ଗାଡ଼ିଟା ସାଇଟ୍ କର ସେତିକିରୁ ଷ୍ଟାର୍ଟ ହେଇଛି ଆଉ । ଗାଡ଼ି ସାଇଟ୍ କଲି ଆଉ ତା ଗାଡ଼ିଟା ଆଣି ମୋ ହାର୍ଟରେ ରଖିଲି। ଫେସବୁକରେ ଫାଷ୍ଟ କଥା ହେଲୁ ତାପରେ ଗୋଟେ ମାସ ଭିତରେ ନମ୍ୱର୍ ଏକ୍ସଚେଞ୍ଜ ହେଇଗଲା। ଯାହାବି ହେଲେ ମୁଁ ତାଠୁ ବଡ଼। ତ ମୁଁ ହିଁ ଟିକେ ବୁଝେଇ ସୁଝେଇ ସବୁ ଜିନିଷ ଓକେ କରି ଚାଲିଥାଏ। ଭଲ ପାଇବାର ଦଶ ବର୍ଷ ପରେ ଆଜି ନିର୍ବନ୍ଧ।

ଅନେକ ଯୋଡ଼ିଙ୍କୁ ଆମେ ଟିିକଟକରୁ ଆସିବାର ଦେଖିଛୁ। ଆପଣଙ୍କ ଭଳିଆ ଯୋଡ଼ି ବି ଆମେ ରିଲ୍ସରେ ଭାଇରାଲ୍ ହେବାର ଦେଖିଛୁ। କିନ୍ତୁ ଲୋକ କୁହନ୍ତି ଯେ ଏଇଠୁ ଆରମ୍ଭ ହେଇଥିବା ସମ୍ପର୍କ ଅଧିକ ଦୂର ଯାଏନି। ଆପଣଙ୍କର ଗଲା ୟା ପଛର କିଛି କାରଣ। ମୁଁ ଭାବିଛି ଏ ଲାଇନରେ ମୁଁ ଷ୍ଟପ୍ କରି ପ୍ରୋଡ୍ୟୁସର୍ ହେଇଯିବି।ପ୍ରଡକ୍ସନ ହାଉସ୍ ଉଠେଇବି।

ମ୍ୟାରେଜ୍ ପରେ ହାତରୁ ଶଙ୍ଖା ସିନ୍ଦୁର ଖୋଲିବା ଠିକ୍ ନୁହେଁ। ତ ଏ ଲାଇନରେ ଆମର ଶଙ୍ଖା ସିନ୍ଦୁର ରହିବ ନାହିଁ। ତମକୁ ୱେଷ୍ଟର୍ନ ପିନ୍ଧିବାର ଅଛି ତ ତମକୁ ଶଙ୍ଖା ସିନ୍ଦୁର କାଢ଼ିବାକୁ ପଡ଼ିବ। ତମେ ବାଧ୍ୟ ସେ ଜାଗାରେ ସେଥିପାଇଁ ମୁଁ ଏହି ଲାଇନରୁ ସ୍କିପ୍ କରିକି ନିଜେ ହିଁ ପ୍ରୋଡ୍ୟୁସର୍ ହେଇଯିବା ପାଇଁ ପ୍ଲାନିଂ ଚାଲିଛି। ଶଙ୍ଖା ସିନ୍ଦୂର ପାଇଁ ଅଭିନୟ ଛାଡିବିନି। ମୋତେ ବହୁତ୍ ପସନ୍ଦ ଚୁଡ଼ି ସିନ୍ଦୂର ଲଗାଇବାକୁ। ଆମେମାନେ ଲକି କି ଆମ ମାନଙ୍କର ପ୍ୟାରେଣ୍ଟସ୍ ଆମକୁ ସବୁଥିରେ ସପୋର୍ଟ କରିଛନ୍ତି। ଆମର ରିଲେସନସିପକୁ ସପୋର୍ଟ କରିଛନ୍ତି ଏବଂ ଆମର ୟୁଟୁବ୍ କ୍ୟାରିଅରକୁ ସପୋର୍ଟ କରିଛନ୍ତି। ମାନେ ସବୁ ଏ ଆକ୍ଟିଂ ଲାଇନକୁ ବି ସପୋର୍ଟ କରିଛନ୍ତି। ଏଇଟା ହିଁ ଆମ ପାଇଁ ଗୋଟେ ପ୍ଲସ ପଏଣ୍ଟ।

ଅନେକ ଲୋକ ଚାହାଁନ୍ତି ଯେ ରିଲେସନସିପକୁ ସିକ୍ରେଟ୍ ରଖିଲେ ତାର ଗୋଟେ ହେଲଦି ରିଲେସନ ଥାଏ। ଆପଣ ଭାବିଥିଲେ କି ଆପଣ ରିଲ୍ସ କରନ୍ତି। ଲୋକମାନଙ୍କର କମେଣ୍ଟସ୍ ଯାହା ବି ଆସେ କେମିତି ତାର ନେଗେଟିଭ ଇମ୍ପାକ୍ଟ୍ ପଡେ। ଲୋକ ମାନେ ତ କହିବେ। ହାତୀ ଗଲେ ତ କୁକୁର ଭୋକିବ। ଏ ଜିନିଷ ତ ଆପଣ ଶୁଣିଥିବେ। ସେ ଜିନିଷରେ ଲୋକ ଉଠିବା କେବେ ସହି ପାରିବେନି। ସେ ଯଦି ଉଠି ପାରୁ ନାହାଁନ୍ତି ତମେ ଯଦି ଉଠୁଛ ତାହାଲେ ସେ ତମ ଗୋଡ଼କୁ ଘୋଷାରିବେ। ଆଉ ଯେଉଁମାନେ ସବୁ ଖରାପ୍ କାମେଣ୍ଟ ଦିଅନ୍ତି ମୋତେ ମଜା ଲାଗେ ସେମାନଙ୍କର ରିପ୍ଲାୟ ଦେବା ପାଇଁ। ନିଜର ସାଙ୍ଗସାଥୀ କହୁଥିଲେ ନିଜର ଲୋକ ମାନେ ବି କହୁଥିଲେ ମ୍ୟାରେଜ୍ ତମେମାନେ କରି ପାରିବନି।

କିନ୍ତୁ ଆଜି ଆମେ ଯେଉଁଠି ଠିଆ ହେଇଛୁ ସେମାନଙ୍କ ପାଇଁ ଗୋଟେ ବହୁତ୍ ବଡ଼ ଉତ୍ତର। ଆଉ ଯେଉଁମାନେ କହୁଥିଲେ ସେମାନେ ନାହାଁନ୍ତି ଆଜି ଏଠି। ସେମାନଙ୍କୁ ମୁଁ ଡାକିନି। ସେମାନେ ଭଲ ଜିନିଷ ଦେଖି ପାରିବେନି ନା। ଆଉ ଏଠି ଯେତିକି ଗରମ ହେଉଛି ତାର ତିନି ଗୁଣା ଗରମ ହେବ। କାରଣ ନିଆଁଟା ଲାଗିବ ନା ସେଥିପାଇଁ। ଆଉ ମୋର ଯଦି କିଛି ପ୍ରୋବଲେମ୍ ଥିବ କି ମୋର କିଛି ସିକ୍ରେଟ ଥିବ ଆଗ ସିଏ ଜାଣିବେ। ସେଥିପାଇଁ ମୋର ସାଙ୍ଗସାଥୀକୁ କିଛି କହିବା ପାଇଁ ପଡେନି। ନିହାତି ଭାବରେ ଏଇ ଦୁଇ ଦମ୍ପତ୍ତିଙ୍କୁ ବହୁତ୍ ସାରା ଭଲ ପାଇବା ଦିଅନ୍ତୁ। ଆଉ ଲାଇଫରେ ସେ ସବୁବେଳେ ସାଙ୍ଗରେ ରୁହନ୍ତୁ। ଭଗବାନଙ୍କ ଆଶୀର୍ବାଦ ସେମାନଙ୍କ ଉପରେ ସବୁବେଳେ ଥାଉ।

Leave a Reply

Your email address will not be published. Required fields are marked *