ସମାଚାରସ୍ପେଶାଲ ରିପୋର୍ଟ

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ହେବେ ଗି-ରଫ ! କାମ କଲାନାହିଁ କ୍ଷମା ପ୍ରାର୍ଥନା ଥା-ନାରେ ଦେଲେ ଏ-ତଲା ।

ଗି-ରଫ ହେବେ ଯାତ୍ରା ଜଗତର ବରିଷ୍ଠ ଖଳନାୟକ ଦୈତାରୀ ପଣ୍ଡା । ଥା-ନାରେ ପହଞ୍ଚିଲା ମାମ-ଲା । ତେଜିଲା ପ୍ରତିବାଦ ଦୈତାରୀ ପଣ୍ଡାଙ୍କୁ ଗି-ରଫ କର । ଆଜ୍ଞା ହଁ ବନ୍ଧୁଗଣ ଯାତ୍ରା ଦୁନିଆର ଦୁ-ର୍ଦ୍ଦାନ୍ତ ଖଳନାୟକ ଭାବରେ ପରିଚିତ ଦୈତାରୀ ପଣ୍ଡା । ତାଙ୍କୁ ଏ ପରିଚୟ ଦେଇଛନ୍ତି କିଏ? କାହା ପାଇଁ ସେ ଆଜି ଘରେ ଘରେ ପରିଚିତ? ଏ ସବୁର ଉତ୍ତର ହେଉଛି ଏହି ରାଜ୍ୟର ଜନତା ଓ ଯାତ୍ରା ପ୍ରେମୀ । ଏମାନେ ଦୈତାରୀ ପଣ୍ଡାଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ । ହେଲେ ଦୁର୍ଭାଗ୍ୟର ବିଷୟ ଏ ରାଜ୍ୟ କାହାର ବୋଲି ଭୁଲିଗଲେ ଦୈତାରୀ ପଣ୍ଡା । ଦୈତାରୀ ପଣ୍ଡା ଭାବିଥିଲେ ଏହି ରାଜ୍ୟର ମାଲିକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କିନ୍ତୁ ସେ ଜାଣିନାହାନ୍ତି ୫ ବର୍ଷରେ ଥରେ ଜନତାଙ୍କ ଦରବାରେ ମୁଖ୍ୟମନ୍ତ୍ରୀ ପରୀକ୍ଷା ଦିଅନ୍ତି । ନବୀନ ହେଉଛନ୍ତି ଶାସନତନ୍ତ୍ର ବା ଜନତନ୍ତ୍ରର ଜଣେ ସାଧାରଣ ସେବକ । ପ୍ରକୃତରେ ଏ ରାଜ୍ୟର ମାଲିକ ହେଉଛନ୍ତି କୋଟି ଓଡ଼ିଆର ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ନାଁରେ ସମଗ୍ର ଓଡ଼ିଆ ଜାତି ପରିଚାଳିତ ହେଉଛି । ହେଲେ ଦୁର୍ଭାଗ୍ୟର ବିଷୟ ମହାପ୍ରଭୁଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଛନ୍ତି ଦୈତାରୀ ପଣ୍ଡା ।

ସେ କହିଛନ୍ତି, ନବୀନ ବାବୁ ଜଗନ୍ନାଥ । ଓଡ଼ିଶାର ଜଗନ୍ନାଥ ହେଉଛନ୍ତି ନବୀନ ପଟ୍ଟନାୟକ । ବିଜେଡିରେ ମିଶିବା ପରେ ବଡ଼ବଡ଼ିଆ ନେତାଙ୍କୁ ତେଲ ମାରିବା ପାଇଁ ଦୈତାରୀ ପଣ୍ଡା ଉତ୍ସାହିତ ହୋଇ ଏପରି କହି ପକାଇଥିଲେ । ହେଲେ ତାଙ୍କର ଏହି ବୟାନକୁ ସହଜରେ ଗ୍ରହଣ କରିପାରି ନଥିଲେ ଜନତା । କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ମନରେ କୁଠାରାଘାତ ଲାଗିଛି ଯେଉଁଥିପାଇଁ ତାଙ୍କୁ ମନଇଚ୍ଛା ଗାଳି କରୁଛନ୍ତି ଲୋକେ । ଏପରିକି ନିଜ ଜାତିଭାଇ ତଥା ଯଲିଉଡ୍‌ର କିଛି କଳାକାର ମଧ୍ୟ ତାଙ୍କର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର ହେବା ପରେ ଆଉ ସମ୍ଭାଳି ନପାରି ଦୈତାରୀ ପଣ୍ଡା ଶେଷରେ ନିଜ ତରଫରୁ ଗୋଟିଏ ଭିଡିଓ କରି କ୍ଷମା ପ୍ରାର୍ଥନା କରିଛନ୍ତି ।

ଆଉ କହିଥିଲେ ସେ ନିଜେ ଜଗନ୍ନାଥଙ୍କ ଜଣେ ବଡ଼ ଭକ୍ତ । ଆଉ ତାଙ୍କ ଦିନ ଆରମ୍ଭ ହୁଏ ଜଗନ୍ନାଥଷ୍ଟକମରୁ ହେଲେ ତଥାପି ମିଳିଲାନି ତାଙ୍କୁ କ୍ଷମା । ଦୈତାରୀ ପଣ୍ଡାଙ୍କୁ ଏବେ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି । ରାମସେନା ପକ୍ଷରୁ ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *