ବିବାଦ ପରେବି ରାଣୀ ପଣ୍ଡା ଦେଖାଇଲେ ବଡ଼ ହୃଦୟ, ଅନାଥ ପିଲାଙ୍କ ପାଖରେ ପହଂଚିଗଲେ ।

ତେବେ କୌଣସି ବିବାଦ ରାଣୀ ପଣ୍ଡାଙ୍କ ରାସ୍ତାକୁ ଅଟକାଇ ପାରିବ ନାହିଁ । ୟେ ହେଉଛନ୍ତି ସେହି ରାଣୀ ପଣ୍ଡା ବେଳେ ବେଳେ ରାଗରେ ଇମୋସନ୍ ହୋଇ ପାଟିରୁ କିଛି ଅପଶବ୍ଦ ବାହାରିଯାଏ ସତ କିନ୍ତୁ ହୃଦୟଟି କେତେ ବଡ଼ ନିକଟରେ ଏକ ଘଟଣାରୁ ଜାଣିପାରିବେ । ହଁ ଆଜ୍ଞା ଛୋଟ ଛୋଟ ଅନାଥ ପିଲା ମାନଙ୍କର ମନ ବୁଝୁଥିବା ୟେ ହେଉଛନ୍ତି ସେହି ରାଣୀ ପଣ୍ଡା । ବୃଦ୍ଧ ବୃଦ୍ଧାଙ୍କର ମନର ଦୁଃଖକୁ ବୁଝିପାରୁଥିବା ୟେ ହେଉଛନ୍ତି ସେହି ରାଣୀ ପଣ୍ଡା ।

ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ବିଭିନ୍ନ ସ୍ଥାନରେ ଏଭଳି ରାଣୀ ପଣ୍ଡା ପହଞ୍ଚି ଯାଆନ୍ତି ଲୋକମାନେ ଆଶ୍ଚର୍ୟ୍ଯ ହୋଇ ଯାଆନ୍ତି । ଯେଉଁଠି ଧନୀ ଓ ବିତ୍ତଶାଳି ଲୋକଙ୍କ ହାତ ପହଞ୍ଚୁନି ସେଇଠି ରାଣୀ ପଣ୍ଡା ପହଞ୍ଚି ଯାଉଛନ୍ତି ନିଜ ସକ୍ଷମତା ଅନୁଯାୟୀ ସାହାର୍ଯ୍ୟର ହାତ ବଢାଉଛନ୍ତି । ରାଣୀ ପଣ୍ଡାଙ୍କର ଏମିତି ଆଉ ଏତେ ବଡ ବିଶାଳ ହୃଦୟ ଦେଖି ସମସ୍ତେ ତରଳି ଯାଉଛନ୍ତି ଆଉ ସେଇଥିପାଇଁ ତୋ ବହୁ ଲୋକ ତାଙ୍କୁ ସବୁବେଳେ ପ୍ରଶଂସା କରୁଛନ୍ତି ।

ଆଜ୍ଞା ହଁ ବନ୍ଧୁଗଣ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ପହଞ୍ଚି ଯାଇଛନ୍ତି ଆଜି ଗୋଟେ ଅନାଥ ଆଶ୍ରମରେ । ଯେତେବେଳେ ବାଦ ବିବାଦ ଚାଲିଛି ଯୁକ୍ତିତର୍କ ଚାଲିଛି ରାଣୀ ପଣ୍ଡାଙ୍କୁ ବହୁ ଗାଳି କରାଯାଉଅଛି । ଏମିତି କି ରାଣୀ ପଣ୍ଡା ମଧ୍ୟ ସହି ପାରୁନଥିଲେ କିନ୍ତୁ ଏସବୁ ପରେ ମଧ୍ୟ ଅନାଥ ପିଲା ମାନଙ୍କର ମନ ବୁଝିବାକୁ ଆଜି ହଁସି ହଁସି ଅନାଥ ଆଶ୍ରମରେ ପହଞ୍ଚି ଯାଇଛନ୍ତି ରାଣୀ ପଣ୍ଡା । ଆଉ ଖୁସିରେ ଛୋଟ ଛୋଟ ପିଲାମାନଙ୍କ ସହିତ ସେଲ୍ଫି ମଧ୍ୟ ନେଇଛନ୍ତି । ତେବେ ସ୍ଥାନଟି ହେଉଛି ଯାଜପୁର ବାଳାଶ୍ରମ । ଯେଉଁଠିକି ବୁଲିବାକୁ ଯାଇଛନ୍ତି ରାଣୀ ପଣ୍ଡା ।

ଶହ ଶହ କୁନି କୁନି ପିଲାଙ୍କ ମୁହଁରେ ହଁସ ଫୁଟାଇ ଦେଇଛନ୍ତି । ନିଜେ ଯାତ୍ରା ପାଣ୍ଡେଲରେ ଡ୍ୟାନ୍ସ କରି ଯାହା କିଛି ଇନକମ୍ କରନ୍ତି ସେଥିରୁ ଅଧିକରୁ ଅଧିକ ସେ ସାହାର୍ଯ୍ୟରେ ଲଗାଇବାକୁ ସେ ସବୁବେଳେ ଚାହିଁଛନ୍ତି । ଆଉ ଏତେ ବାଦ ବିବାଦ ଚାଲିଥିଲେ ମଧ୍ୟ ତାହାରି ମଧ୍ୟରୁ ରାଣୀ ପଣ୍ଡା ସମୟ କାଢ଼ି ଆସି ଅନାଥ ଛୋଟ ପିଲାଙ୍କ ସହିତ ବିତାଇଛନ୍ତି ଆଉ ଅନୁଭବ ମଧ୍ୟ କରିଛନ୍ତି ଯେ ଦୁନିଆରେ କେତେ ଦୁଃଖ ଅଛି । ତେବେ ରାଣୀ କହିଛନ୍ତି ମଧ୍ୟ ଆଗକୁ ଦରକାର ପଡ଼ିଲେ ସେ ଅନାଥ ପିଲାକୁ ଗୋଟେ ନେଇ ପାଳିବେ ଆଉ ପାଠ ପଢ଼ାଇ ବଡ଼ ମଣିଷ କରାଇବେ ।

Leave a Reply

Your email address will not be published. Required fields are marked *