ରାନୀ ପଣ୍ଡାଙ୍କ ଭାଷା କେମିତି ବଦଳିବ କହିଲେ ପୀୟୂଷ
ଯାତ୍ରାକୁ ଦେଖିବା ପାଇଁ ଲୋକ ସବୁବେଳେ ଯାଆନ୍ତି। କିନ୍ତୁ ଯେତେବେଳେ କଣ୍ଟ୍ରୋଭର୍ସି ହୁଏ ସେତେବେଳେ ଲୋକ ମୋବାଇଲରେ ଅଧିକ ଦେଖନ୍ତି ଯାତ୍ରାର ଆର୍ଟିଷ୍ଟ୍ ମାନଙ୍କ ବିଷୟରେ। ଆପଣ ଯଦି ଦେଖିଥିବେ ଧଉଳି ଗଣନାଟ୍ୟର କିଛି ସମସ୍ୟା ଆଜି ସମସ୍ତଙ୍କୁ ନିର୍ବାକ କରିଛି ଯେ କେତେ ଲୋକ ସେଠି ପ୍ରାଣ ହରାଇ ଥିଲେ। ତାପରେ ପରେ ପରେ ଆସିଥିଲା କଣ୍ଟ୍ରୋଭର୍ସି । ବିଭିନ୍ନ ପ୍ରକାରର ମନ୍ତବ୍ୟ ଶୁଣିବାକୁ ମିଳିଥିଲା। ଏବଂ ଝଗଡ଼ା ମଧ୍ୟ ବହୁତ୍ ଶୁଣିବାକୁ ମିଳିଥିଲା। ତା ଭିତରେ ଅନେକ ଆର୍ଟିଷ୍ଟ୍ ମାନେ ଆସି ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ ମୋ ପାଖରେ ଅଛନ୍ତି ପିୟୂଷ ତ୍ରିପାଠୀ ସାର୍।
ତାଙ୍କ ସହିତ କଥା ହେବା ଯେ ସେ ଏଇ ଜିନିଷକୁ ନେଇ କଣ ତାଙ୍କ ମନ୍ତବ୍ୟ ରଖିବେ। ଆଉ ତାଙ୍କ ପାଖରୁ ଜାଣିବା ଯେ ଏମାନଙ୍କ ଭିତରେ କିଏ ଠିକ୍ ଥିଲା ଆଉ କିଏ ଭୁଲ୍ ଥିଲା। ପରିବାରରେ ଝଗଡ଼ା ହୁଏ। କାହା ପରିବାରରେ ଝଗଡ଼ା ନାହିଁ। ଯଦି ଝଗଡ଼ା ପୁଅ,ଝିଅଙ୍କ ଭିତରେ ହେଇଛି କି ମାଆ,ପୁଅଙ୍କ ଭିତରେ ହେଇଛି ସେଇଟାକୁ ପରିବାରର ମୂରବୀ ବାପା ହିସାବରେ,ବାପା ତାକୁ ସମାଧାନ କରନ୍ତି। ଆଉ ଏଠି ତ ଝଗଡ଼ା ହେଇଛି ବାପ ଝିଅଙ୍କ ଭିତରେ ,ତାକୁ ସମାଧାନ କରିବ କିଏ ?
ଯେଉଁ ବି ପରିସ୍ଥିତି ଉପୁଜିଛି ସମୟ ଅନୁସାରେ ସବୁ ଠିକ୍ ହେଇଯିବ । ଆଜି ଗୋଟେ ବିପଦ ଆସି ପହଞ୍ଚିଲା ଧଉଳି ଗଣନାଟ୍ୟରେ। ଟ୍ରକ୍ ଆସି ଓଲଟି ପଡ଼ିଲା। କେତେ ଲୋକ ମରିଗଲେ। ସେଇ କଥାକୁ ନେଇ କି ଗୋଟେ ଦୁଃଖଦ ଘଟଣା। ସେଇଟା ଗୋଟେ ଖୁସି ଖବର ନୁହଁ। ବହୁତ୍ ଲୋକଙ୍କର କାହାର ଶଙ୍ଖା ଚାଲିଗଲା, କାହାର ମାଆ କୋଳରୁ ପୁଅ ଚାଲିଗଲା।
କିନ୍ତୁ ସେଇପାଇଁ ସମବେଦନା ଜଣେଇବା ଜାଗାରେ ସେଇଟା ଗୋଟେ କଣ୍ଟ୍ରୋଭର୍ସି ହେଇଗଲା ସେଇ କଥାକୁ ନେଇ କି। ଯେଉଁଟା ଅତି ଗୋଟେ ଦୁଃଖଦ ଘଟଣା। ସେଇଟା ହବା କଥା ନୁହଁ। ସେଦିନ ରାଣୀ ପଣ୍ଡା ଯାଇ ପହଞ୍ଚିଲେ ସାହଯ୍ୟ କଲେ। ମୁଁ ଆଗରୁ ବି କହି ଆସିଛି ସେ ଜଣେ ଭଲ ମଣିଷ। ସେ ଯାଗାରେ ସେତେବେଳେ ତ ମୁଁ ଯାଇ ପହଞ୍ଚି ନଥିଲି।
ସେ ଆସିବାର ଅଧଘଣ୍ଟା ପରେ ମୁଁ ଯାଇ ପହଞ୍ଚିଲି। ମୁଁ ଫୋନ୍ କରିଲା ବେଳକୁ ସେ ପଳେଇ ଆସିଲେ। ସିଏ ଯାଇ ପହଞ୍ଚି କଣ ଫିଲ୍ କରିଥିବେ,ସେ ଯାଇ ତାଙ୍କ ମନ୍ତବ୍ୟ ରଖିଲେ। ତାପରେ ମୁଁ ଯାଇ ପହଞ୍ଚିଲି ମୁଁ ଦେଖିକି ମୋ କାମ କରିକି ଆସିଲି। ତେଣୁ ଏ ଝଗଡ଼ା ଯାହା ହେଇଛି ସମୟ କ୍ରମେ ହିଁ ସବୁ ସମାଧାନ ହେବ।ପ୍ରକୃତରେ ସେମାନେ ଯାତ୍ରା କଳାକାର ନୁହଁ। ସେମାନେ ହେଉଛନ୍ତି ଷ୍ଟାର୍। ବିଗତ ଦିନରେ ଶକ୍ତି କପୁର୍ ବଲିଉଡ଼ରୁ ଆସିକି ଯାତ୍ରାରେ ଗୋଟେ ରାତି କାମ କରିକି ଯାଇଥିଲେ। ତାଙ୍କ ପାଇଁ ଦର୍ଶକ ହୁଅନ୍ତି। ଆଭିକା ମୁଁ ଜଣେ ଯାତ୍ରା କଳାକାର। ମୁଁ ତୁଳସୀରେ ଅଛି।
ମୁଁ କିନ୍ତୁ ଚାହିଁଲେ ଅଲଗା ପାର୍ଟିକି ଗେଷ୍ଟ୍ ହେଇ ଯାଇ ପାରିବି। କିନ୍ତୁ ସେମାନେ ସମସ୍ତଙ୍କର।ରାଣୀ ପଣ୍ଡା ଏମାନେ ସବୁ ହେଉଛନ୍ତି ଷ୍ଟାର୍। କମିଟି ଏମାନଙ୍କ ପାଇଁ ଲାଭ କରନ୍ତି। ଯେଉଁ ଗୋଟେ ଦିନ ତାଙ୍କର ଡାକରା ଆସେ, ତାଙ୍କ ପାଇଁ ଟିକେଟ ବିକ୍ରି ହୁଏ। ପ୍ରତିଦିନର ସେଲ୍ ଅପେକ୍ଷା ସେଦିନର ସେଲ୍ ଚଢ଼ିକି ରହେ।ଦର୍ଶକଙ୍କ ଭଲ ପାଇବା ତାଙ୍କ ସାଙ୍ଗରେ ଅଛି।
ତେଣୁ ସେଲ୍ ବି ହୁଏ। ତେଣୁ ସମାନେ ହେଉଛନ୍ତି ଷ୍ଟାର। ଯାତ୍ରା କଳାକାର ନୁହଁ, ତା ମାନେ ନୁହଁନ୍ତି କି ସେମାନେ ଆକ୍ଟିଂ ଜାଣି ନାହାଁନ୍ତି। ସେମାନେ ତାଙ୍କ ଜାଗାରେ ଆକ୍ଟିଂ ଜାଣିଛନ୍ତି ସବୁ ଜାଣିଛନ୍ତି। ତେଣୁ ତାଙ୍କୁ ଷ୍ଟାର ଯାଗାରେ ରଖିବା ଦରକାର୍। ଏଇଟା ଖରାପ ଲାଗୁଛି ଯେ କଥାବାର୍ତ୍ତାର ଶୈଳୀଟା ଧୀରେ ଧୀରେ ବଦଳି ଯାଉଛି। ସେଇଟା ଟିକେ ମନକୁ କଷ୍ଟ ଦଉଛି। କାହିକିଁ ନା ମୋତେ ଲୋକ ଜାଣିଛନ୍ତି ଯାତ୍ରା ପାଇଁ। ଯଦି ମୁଁ ଯାତ୍ରା ପାଇଁ କିଛି କରି ପାରିଲି ସେଇଟା ହେଉଛି ମୋ ପାଇଁ ବଡ଼ କଥା। ଆଉ ଯେଉଁ ଝଗଡ଼ାଟା ଏଇଟା ବି ବେଶୀ ବଡ଼ କଥା ନୁହଁ । ତ ଏଇଟା ବି ଏତେ ବଡ଼ ସମସ୍ୟା ନୁହଁ ନା, ଛୋଟିଆ ସମସ୍ୟା । ନିହାତି ସମାଧାନ ହେବ। ବାସ୍ ଚାହିଁବା ଦରକାର।