ମାଳଦ୍ୱୀପ ସଂସଦ ଭିତରେ ଗଡା ଗଡି, ବାଚସ୍ପତିଙ୍କ କାନରେ ପେଁକାଳି ବଜାଇ କନ୍ଦାଇ ଦେଲେ ସାଂସଦ।
ଭାରତକୁ ବିରୋଧ କରିବା ପଡିଲା ମହଙ୍ଗା। ଭାଙ୍ଗିଯିବ ମାଳଦ୍ୱୀପର ମୁଇଜ୍ଜୁ ସରକାର। ସଂସଦ ଭିତରେ ଗଡା ଗଡି ହେଲେ ସାଂସଦ। ବାଚସ୍ପତିଙ୍କ କାନରେ ବଜାଇଲେ ପେଁକାଳି।ଆଜ୍ଞା ହଁ ବନ୍ଧୁଗଣ ଭାରତକୁ ବିରୋଧ କରିବା ଏବଂ ଚୀନ ସହ ହାତ ମେଳାଇବା ଏବେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ପଡିଛି ମହଙ୍ଗା। ତାଙ୍କ ବିରୋଧରେ ଖୁବ ଶୀଘ୍ର ଆସିପାରେ ଅନାସ୍ଥା ପ୍ରସ୍ତାବ। ଲଗାତର ଭାରତକୁ ବିରୋଧ କରିବା ଓ ତାଙ୍କ କ୍ରୁର ନୀତି ପାଇଁ ମୁଇଜ୍ଜୁ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହାରି ଭିତରେ ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ maljibhai Democratic party ବା mdp ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ଅବିଶ୍ୱାସ ତଥା ଅନାସ୍ଥା ପ୍ରସ୍ତାବ ଆଣିବାକୁ ରାଜି ହୋଇଛି। ସଂସଦରେ ମୁଖ୍ୟ ବିରୋଧୀ mdp ପାଖରେ ସଂଖ୍ୟା ଗରିଷ୍ଠତା ରହିଛି
ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଏବେ ଆବଶ୍ୟକୀୟ ଦସ୍ତଖତ ଯୋଗାଡ଼ କରିବାରେ ଲାଗିପଡିଛନ୍ତି ବିରୋଧୀ। ଉଭୟ mjp ଓ Democratic party ପ୍ରତିନିଧିଙ୍କ ସମେତ ମୋଟ ୩୪ ଜଣ ସଦସ୍ୟ ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇଥିବା ସୂଚନା ମିଳିଛି।
ତେବେ ଉତେଜନା କାରଣରୁ ମାଳଦ୍ୱୀପ ସଂସଦରେ ମୁଇଜ୍ଜୁଙ୍କ ବିରୋଧରେ ଏହି ପ୍ରସ୍ତାବ ଅଣା ଯାଇପାରିନଥିଲା। ମନ୍ତ୍ରୀ ମଣ୍ଡଳର ସଂସଦୀୟ ମଞ୍ଜୁରୀ ପାଇଁ ସ୍ୱତନ୍ତ୍ର ଅଧିବେଶନର ଭୋଟିଂ ବେଳେ ସଂସଦରେ ହୋଇଥିଲା ଜୋରଦାର ହଙ୍ଗାମା। ୪ ଜଣ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବା ପାଇଁ ସିଧା ସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧିନ ବିରୋଧି ଧଳ mdp। ଆଉ ବିରୋଧୀଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ପ୍ରତିବାଦ କରିଥିଲେ ସରକାରକୁ ସମର୍ଥନ କରୁଥିବା PNC ଏବଂ PPN ସାଂସଦ ମାନେ। ସ୍ଥିତି ଏମିତି ଉପୁଜିଥିଲା ଯେ ବାଚସ୍ପତିଙ୍କ ଆସନ ପାଖକୁ ଯାଇ ତାଙ୍କ କାନ ପାଖରେ ପେଁକାଳି ବଜାଇଥିଲେ PNC ସାଂସଦ ମାନେ।
କଥା କେବଳ ଏତିକିରେ ଅଟକି ନଥିଲା ସଂସଦ ଭିତରେ ରେସଲିଂ ରିଙ୍ଗ ଭଳି ପରିସ୍ଥିତି ଉପୁଜିଥିଲା। ଗୃହ କାର୍ଯ୍ୟ ବଦଳରେ ଚାଲିଲା ଘମାଘମ ମାରପିଟ। ଖାଲି ଧସ୍ତାଧସ୍ତି କି ଠେଲା ପେଲା ନୁହେଁ ବରଂ ଜୋରଦାର ହାତାହାତୀ ଓ ଗଡା ଗଡି ବି ହୋଇଥିଲେ ବିରୋଧୀ ଏବଂ ଶାସକ ଦଳର ସାଂସଦ ମାନେ। ସ୍ଥିତି ଏପରି ଉପୁଜିଲା ଯେ ବିଧା ଗୋଇଁଠା ଚୁଟି ଝିଙ୍କା ଝିଙ୍କି ହେବାକୁ ପଛାଇଲେ ନାହିଁ ଉଭୟ ପକ୍ଷ।
MDP ସାଂସଦ ଇସା ଏବଂ PNC ସାଂସଦ ଅବଦୁଲ ସାଇମଙ୍କ ମଧ୍ୟରେ ପୁରା କୁସ୍ତି ଯୁଦ୍ଧ ଭଳି ଲଢେଇ ଚାଲିଥିଲା। ଏହି ତୁମୁଳ କାଣ୍ଡ ପରେ ମାଳଦ୍ୱୀପ ସଂସଦର ଗୃହ କାର୍ଯ୍ୟକୁ ମୁଲତବୀ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ମାଳଦ୍ୱୀପର ଦୁଇ ପ୍ରମୁଖ ବିରୋଧୀ ଦଳ MDP ଓ Democrat ରାଷ୍ଟ୍ରପତି ମୁଇଜ୍ଜୁଙ୍କ ଏକ ଛତ୍ରବାଦ ନୀତିକୁ ବିରୋଧ କରୁଛନ୍ତି। ସେମାନଙ୍କର କହିବା କଥା ହେଉଛି ଦୀର୍ଘ ବର୍ଷ ଧରି ଭାରତ ଆମର ସହଯୋଗୀ ହୋଇ ରହିଛି। ଏଭଳି ସ୍ଥିତିରେ ଭାରତ ସରକାରଙ୍କୁ ବିରୋଧ କରି ଏଡ଼ାଇବା ଦେଶ ପାଇଁ ଠିକ ନୁହେଁ ବୋଲି ଉଭୟ ଦଳ କହିଛନ୍ତି।
ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ମାଳଦ୍ୱୀପ ସମ୍ବିଧାନ ଅନୁସାରେ ନିର୍ବାଚନରେ ୫୦% (୫୦ପ୍ରତିଶତ)ରୁ ଅଧିକ ଭୋଟ ପାଇଁ ମହମ୍ମଦ ମୁଇଜ୍ଜୁ ରାଷ୍ଟ୍ରପତି ଥିଲେ ମଧ୍ୟ ସଂସଦରେ ତାଙ୍କ ଦଳରେ ସଂଖ୍ୟା ଗରିଷ୍ଠତା ନାହିଁ। ମାଳଦ୍ୱୀପ ସଂସଦରେ ମୋଟ ୮୭ ଟି ସିଟ ମଧ୍ୟରୁ MDP ଓ Democrat ସାଂସଦଙ୍କ ପାଖରେ ୫୫ ଟି ସିଟ ଅଛି। ମୁଇଜ୍ଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ମାତ୍ର ୫୪ ଟି ଭୋଟର ଆବଶ୍ୟକ ରହିଛି।
ଗତ ବର୍ଷ ନିୟମ ପରିବର୍ତ୍ତନ କରି ସଂସଦରେ ଅଧିକାର ଦିଆଯାଇଥିଲା ଯେ ସର୍ବବୃହତ ଦଳ MDP ସଂଖ୍ୟା ଲଘୁ ଦଳର ସମର୍ଥନ ବିନା ମୁଇଜ୍ଜୁଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିପାରିବେ। ଆଉ ଏକୁଟିଆ MDP ପାଖରେ ହିଁ ୫୬ ଜଣ ସାଂସଦ ଅଛନ୍ତି। ଏଭଳି ସ୍ଥିତିରେ ଖୁବଶୀଘ୍ର ମାଳଦ୍ୱୀପରେ ମୁଇଜ୍ଜୁ ସରକାରଙ୍କ ପତନ ଘଟିବା ଏକ ପ୍ରକାରର ନିଶ୍ଚିତ ବୋଲି କୁହାଯାଉଛି।
ତେବେ ଏଠାରେ ଆମେ ଜଣେଇ ଦେବାକୁ ଚାହିଁବୁ କି ଗତ ବର୍ଷ ନଭେମ୍ବର ୫ ତାରିଖରେ ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଆଉ ଏହା ପର ଠାରୁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଏହା ସହ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦୀପ ଗସ୍ତ ସମୟର କିଛି ଫୋଟକୁ ନେଇ ମାଳଦ୍ୱୀପ ସରକାରଙ୍କ ୩ ଜଣ ମନ୍ତ୍ରୀ ଆପତ୍ତି ଜନକ ଟିପ୍ପଣୀ ଦେବା ସହ ଭାରତୀୟ ମାନଙ୍କୁ ମଧ୍ୟ ଆକ୍ଷେପ କରିଥିଲେ।
ଖାଲି ସେତିକି ନୁହେଁ ଜାନୁଆରୀ ୧୪ ତାରିଖରେ ମାଳଦ୍ୱୀପରେ ଅନୁଷ୍ଠିତ କୋରକମିଟି ବୈଠକରେ ମୁଇଜ୍ଜୁ ସରକାର ତାଙ୍କ ଦେଶରେ ରହିଥିବା ୮୮ ଜଣ ଭାରତୀୟ ସୈନିକଙ୍କୁ ଖୁବ ଶୀଘ୍ର ହଟାଇ ନେବା ପାଇଁ ଭାରତ ସରକାରଙ୍କୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏପଟେ ଭାରତକୁ ବିରୋଧ କରୁଥିବା ବେଳେ ସେପଟେ ଚୀନ ସହ ସମ୍ପର୍କ ବଢ଼ାଉଥିବା ଦେଖିବାକୁ ମିଳିଛି। ନିକଟରେ ବେଜିଂ ଗସ୍ତ କରି ଫେରିଥିବା ମୁଇଜ୍ଜୁ ଚୀନ ରାଷ୍ଟ୍ରପତି ସିଇଯିନଙ୍କୁ ମନ ଖୋଲା ପ୍ରଶଂସା କରିଛନ୍ତି। ଯେଉଁଥିପାଇଁ ମାଳଦ୍ୱୀପର ବିରୋଧୀ ଦଳ ମୁଇଜ୍ଜୁ ସରକାରଙ୍କୁ ତୀବ୍ର ବିରୋଧ କରିବା ସହ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।