ରାଣୀଙ୍କୁ ଡରିଲେ ବାପି ଆଉ ଦୈତାରି! ସିଧା ଗଲେ ରାଜନୀତିରେ ମିଶିଲେ।ସମସ୍ତେ କହୁଛନ୍ତି ରାଣୀକୁ ଡରି ମିଶିଗଲେ.. ।

ରାଣୀ ପଣ୍ଡାଙ୍କୁ ଡରିଲେ ରାଜନୀତିରେ ମିଶିଲେ କି ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ପ୍ରଥମେ ରାଣୀ ପଣ୍ଡାଙ୍କୁ ହତ୍ୟାର ଧମକ ଦିଆଗଲା ଆଉ ତାପରେ ରାଣୀ ପଣ୍ଡା ପୁରା ରାଗିଗଲେ। ସୋସିଆଲ ମିଡିଆରେ ରାଣୀ ଯାହା କଲେ ତାହା ଓଡିଶା ବାସୀ ଦେଖିଲେ। ଆଉ ତା ପରେ ରାଣୀ ପଣ୍ଡାଙ୍କୁ ଯେଉଁ ସପଟ ମିଳିଲା ତାକୁ ଦେଖି ଛାନିଆ ହୋଇଗଲେ କି ଏଇ ଦୁଇ ପଣ୍ଡା ବାବୁ। ଏମିତି କିଛି ଚର୍ଚ୍ଚା ଏବେ ଜନମାନସରେ ହେଉଛି। କାରଣ ଏଇ ଏବେ ଏବେ ରାଜନୀତିରେ ପାଦ ଥାପିଛନ୍ତି ଏଇ ଦୁଇ କଳାକାର।

ଏଇ ନିକଟ ଅତୀତରେ ମଧ୍ୟ ଏଡ଼େ ବଡ଼ କଳାକାର ଏତେ ଟଙ୍କା ଯାତ୍ରା ମାଲିକଙ୍କଠୁ ନେଉଥିଲେ ମଧ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। ଆଉ ତାହାର ପ୍ରମାଣ ଏବେ ସବୁ ଗଣମାଧ୍ୟମରେ ଅଛି।ଆଉ ସବୁଠୁ ବଡ଼ କଥା ହେଉଛି ଯେ ଏମାନେ ଯେତେବେଳେ ରାଜନୀତି ମଇଦାନକୁ ଓଲ୍ହାଇଛନ୍ତି ରାଜନୀତି କରିବାକୁ ମନ ବଳାଇଛନ୍ତି ସେତେବେଳେ ତ ସମସ୍ତେ କହୁଛନ୍ତି ଦେଖରେ ରାଣୀ ପଣ୍ଡାକୁ ଦେଖି ଡରିଗଲେ ଏଇ ଦୁଇ ପଣ୍ଡା।

ବନ୍ଧୁଗଣ ଏଠାରେ ଜଣେଇ ଦେବା ପାଇଁ ଚାହିଁବୁ ସାଧାରଣ ନିର୍ବାଚନ ପାଖେଇ ଆସୁଛି ଆଉ ଠିକ ଏତିକିବେଳେ ରାଜନୀତିରେ ସାମିଲ ହୋଇଛନ୍ତି ଯାତ୍ରା କଳାକାର ଏବଂ ତାଙ୍କ ଟିମ। ଏସବୁ ପରେ ଲୋକେ କହୁଛନ୍ତି ରାଣୀ ପଣ୍ଡାକୁ ଡରିଗଲେ କି ଏହି ଦୁଇ ବଡ଼ ପଣ୍ଡା।ରାଣୀ ପଣ୍ଡାଙ୍କୁ କିଏ ଦେଇଥିଲା ହତ୍ୟା ଧମକ। ଆଉ ରାଣୀ ପଣ୍ଡାଙ୍କୁ ହତ୍ୟା ଧମକ ଦେଲ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଥୋଇ ଦେଲେ। ଆଉ ତାପରେ ସୋସିଆଲ ମିଡ଼ିଆରେ ରାଣୀ ପଣ୍ଡାଙ୍କୁ ଅଦ୍ଭୂତପୂର୍ବ ସଫଳତାମିଳିଲା।

ରାଣୀ ପଣ୍ଡାଙ୍କୁ ସମସ୍ତେ ସପଟ କଲେ। ରାଣୀ ଦିଦି ଆମେ ତୁମ ସାଙ୍ଗରେ ଅଛୁ ତୁମେ ଜମା ଡର ନାହିଁ ଆଗକୁ ଆଗେଇ ଚାଲ। ବାସ ଏମିତି କିଛି ଭୟରେ ରାଜନୀତିରେ ଯୋଗ ଦେଇଥିବା ଚର୍ଚ୍ଚା ଏବେ ସବୁଠି ହେଉଛି। କାରଣ ଯେତେବେଳେ ଦୈତାରି ପଣ୍ଡା ଆଉ ବାପି ପଣ୍ଡା ମିଶିଛନ୍ତି ରାଜନିତୀରେ ସେତେବେଳେ ନୂଆ କରି ପାଦ ଦେଇଛନ୍ତି ରାଜିନୀତିରେ ଠିକ ସେତିକିବେଳେ ସମସ୍ତେ କହୁଛନ୍ତି ରାଣୀଙ୍କୁ ଡରି ରାଜନୀତିରେ ମିଶିଗଲେ ରେ।

ଆଉ ବି କେହି କେହି କହୁଛନ୍ତି ରାଣୀ ପଣ୍ଡା ଆଗରୁ ରାଜନୀତିରେ ଅଛନ୍ତି। ଆଉ ଏଥର ରାଣୀ ପଣ୍ଡାଙ୍କ ଅନୁସନ୍ଧାନ ମୂଳକ ନାଟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଣୀ ପଣ୍ଡା ଦେଖିବାକୁ ଏମାନେ ପ୍ରସ୍ତୁତ ରୁହନ୍ତୁ। କାରଣ ରାଣୀ ସବୁବେଳେ ରାଣୀ ହୋଇ ବଞ୍ଚିବାକୁ ଚାହାଁନ୍ତି।ଆଜି ଯେତେବେଳେ ଦୈତାରି ପଣ୍ଡା ଓ ବାପି ପଣ୍ଡାଙ୍କ ସହ ତାଙ୍କ ଟିମ ରାଜନୀତିରେ ପାଦ ଥାପି ଛନ୍ତି ସାଧାରଣ ଲୋକେ କହୁଛନ୍ତି ଶରଣ ପଶିଲେ ବାପି ଆଉ ଦୈତାରି।

Leave a Reply

Your email address will not be published. Required fields are marked *