ଲୋକ ପଚାରନ୍ତି ଭାଉଜ ଆଉ ପୁଚୁକି କେମିତି ଅଛନ୍ତି?

ମୁଁ ତ ଭାବୁଥିଲି ମୋତେ ସମସ୍ତେ ଚନ୍ଦନ ନାଁରେ ବି ଜାଣିଛନ୍ତି। ଏବଂ ମୁଁ ଭାବୁଥିଲି କି ମୋ ଜରିଆରେ ଏମାନଙ୍କୁ ଚିହ୍ନୁ ଏବେ ସେମାନଙ୍କ ଜରିଆରେ ମୋତେ ବି ଚିହ୍ନିବାକୁ ପଡୁଛି। ମୋତେ ବି ଗର୍ବ ଲାଗୁଛି ଯାହା ହେଉ ମୋ ନାଁ ନେଇକି ତ ଏମାନେ କେବେ ଚିହ୍ନା ହେଇ ନାହାଁନ୍ତି କିନ୍ତୁ ଯାହା ହେଉ ତାଙ୍କ ନାଁ ନେଇକି କେତେବେଳେ କେତେବେଳେ ଲୋକମାନେ ମୋତେ ଚିହ୍ନି ଯାଉଛନ୍ତି। ଏକ୍ଚୁଆଲୀ ସେ ତିନିଟା ଯୋଡ଼ିକୁ ନେଇ ସେରିଏଲଟି ବହୁତ୍ ହାଇଟକୁ ଯାଇଥିଲା। ବହୁତ୍ ଭଲ ପାଇବା ମିଳି ଥିଲା। ତୁଳସୀ,ଲିଶା,ଚନ୍ଦନ ଏହି ତିନିଙ୍କୁ ନେଇକି ସେ ଷ୍ଟୋରୀ ବି ଥିଲା। ଖାସ୍ କରି ଚନ୍ଦନ,ତୁଳସୀର ଯେମିତି ହିଟ୍ ଥିଲା ସେମିତି ଲିଶା, ଚନ୍ଦନର ବି ହିଟ୍ ଥିଲା।

ଏବଂ ସେ ବହିକୁ ଯେତେବେଳେ ଆମେ ଯାତ୍ରାରେ ଗଲୁ ଯେହେତୁ ଲିଶା, ଚନ୍ଦନ ନାଁରେ ସମସ୍ତେ ଜାଣିଥିଲେ ତ ସେଇ ନାଁଟାରେ କି ଗୋଟେ ଷ୍ଟୋରୀ ବନାଗଲା,ଲେଖାଗଲା ଯିଏ କି ହର ସାର୍ ଲେଖିଥିଲେ। ଷ୍ଟୋରୀଟି ହେଉଛି ‘ଲିଶା,ଚନ୍ଦନର ପ୍ରେମ କାହାଣୀ’। ଏବଂ ତାପରେ ଆଉ ଗୋଟେ ଷ୍ଟୋରୀ ବନାଗଲା ‘ତୁଳସୀ ମଥାରେ ଚନ୍ଦନ ଟୋପା’। ଦୁଇଟା ଷ୍ଟୋରୀ ହେଇଥିଲା ଦୁଇ ଜଣଙ୍କୁ ନେଇକି। ଯେହେତୁ ସେତେବେଳେ ଏ ସେରିଏଲଟା ଏତେ ପପୁଲାର୍ ଥିଲା। ଏତେ ଭଲ ପାଇବା ଦେଉଥିଲେ ଲୋକମାନେ।

ତେଣୁ ଲୋକମାନେ ଭାବି ନଥିଲେ ଯେ ଡାଇରେକ୍ଟ୍ ଷ୍ଟେଜକୁ ଯାଇ ତାଙ୍କ ସହ ଫ୍ରଣ୍ଟ୍ ଟୁ ଫ୍ରଣ୍ଟ୍ ହେବୁ । ଏତେ ପପୁଲାର୍ ହେଇଥିଲା ଯେ ସେଇଠୁ ଆମେ ଜାଣିଲୁ ଯେ କେତେ ଭଲ ପାଇବା ଅଛି ଆମ ପାଇଁ।ଏକ୍ଚୁଆଲୀ ବ୍ଲୋଗ ଆମ ଦି ଜଣଙ୍କ ବାହାଘର ପରେ ଆସିଲା। ସେମିତି କିଛି ପୂର୍ବରୁ ପ୍ଲାନିଂ ନଥିଲା। ମୋ ଝିଅ ଯେତେବେଳେ ଜନ୍ମ ହେଲା ସେତେବେଳେ ମୁଁ ଯାତ୍ରାର ରିଏଲସେଲରେ ଥିଲି।ସେତେବେଳେ ମୁଁ କଷ୍ଟରେ ଟାଇମ୍ କାଢ଼ି ଆସିଥିଲି। ଯେଉଁଦିନ ସେ ଜନ୍ମ ହେଲା ସେଦିନ ବି ମୋତେ ଯାତ୍ରା କରିବାକୁ ପଡ଼ିଥିଲା। କାମ କରିବାକୁ ପଡ଼ିଥିଲା।ଏକ୍ଚୁଆଲୀ ନର୍ମାଲି କହିବାକୁ ଗଲେ ଜ୍ବାଇଁ ଚର୍ଚ୍ଚା ତ ସମସ୍ତେ ଭଲ ପାଆନ୍ତି। ମୁଁ ବି ପ୍ରାଉଡ୍ କି ଏମିତି ଫ୍ୟାମିଲି ପାଇଛି। ମୁଁ ଭାବୁଛି କି ମୋ ଫ୍ୟାମିଲି ଭଲ ବୋହୂଟେ ପାଇଛନ୍ତି। ସେମାନଙ୍କର ଆଉ କିଛି କମ୍ପ୍ଲେନ୍ ନାହିଁ ମୋ ଉପରେ।

ସିରିଏଲରେ ଚନ୍ଦନ ଏଇଥିପାଇଁ ଚାଲିଲା ଯେ ସେଇ ଯେଉଁ ଟ୍ରେଣ୍ଡ ସେଇ ଯେଉଁ ଭଲ ପାଇବା ବୋଧେ ମୁଁ ଭାବିଲି ଆମେ ଚାନେଲରେ ଯେତେବେଳେ କଥାବାର୍ତ୍ତା ବି କରେ ଯେ ନାଁକୁ ନେଇ କୌଣସି ଚେଞ୍ଜ ପାଇଁ ସେତେବେଳେ ସେମାନେ ଭାବନ୍ତି କି ଆଉ ଅଲଗା କିଛି ନାଁ ଦେବୁ ସେତେବେଳେ ପବ୍ଲିକଙ୍କ ମୁହଁରେ ଆସିବ ଯେ ନାଁ ସେଇ ଚନ୍ଦନ କରୁଛି ଆଉ। ସେମାନେ ଆମ ସେରିଏଲ୍ ଦେଖନ୍ତି। ବହୁତ୍ ଭଲ ପାଇବା ଦିଅନ୍ତି। ସେମିତି କିଛି ପ୍ରଶ୍ନ କରନ୍ତିନି। କିନ୍ତୁ ମୋ ଜେଜେମା ଦେଖିଲେ କୁହନ୍ତି କି ନାଁଇ ମୋ ପୁଅକୁ କାହିକିଁ ମାରିଲେ। ତୋର କେଉଁଠି ମୁଣ୍ଡ ଫାଟି ଯାଇନି ତ।

କିଏ ଖରାପ ଥାନ୍ତି କି ଆଉ କିଛି ଖରାପ କଥା କୁହନ୍ତି। ଆଜି ମୁଁ ଯେତିକି ଜାଣିଛି ଯେ ସେଇ ଦର୍ଶକମାନଙ୍କ ଭିତରେ ରହିକି ହିଁ ଫେସ୍ କରି କି ସେ ଜାଗାରୁ ଆଉଟ୍ ହେଇଛେ ସବୁବେଳେ। ସେ ଜାଗା ମ୍ୟାନେଜ୍ କରି ନେଇଛି। କେବେ ଏମିତି ବି ଫିଲ୍ କରିବାକୁ ଦେଇନି ଯେ ମୋତେ ଲାଗୁଛି କି ଯଦି ଆଗକୁ କିଛି ଖରାପ ହେଉଛି ତ ସେଇ ଜାଗାରେ ମୁଁ ନିଜକୁ ମ୍ୟାନେଜ୍ କରି ନିଜକୁ ହେଣ୍ଡେଲ୍ କରିନେଇଛି ସେ ଜାଗାକୁ।

Leave a Reply

Your email address will not be published. Required fields are marked *