ସମାଚାରସ୍ପେଶାଲ ରିପୋର୍ଟ

ଅଯୋଧ୍ୟାରେ ଗଳି ଗଳିରେ ଶୁଭୁଛି ରାମଙ୍କ ଓଡ଼ିଆ ଭଜନ.. ଶେଷରେ ଗୀତକୁ ସେୟାର କଲେ ମୋଦୀ।

ଅଯୋଧ୍ୟା ନଗରୀର ଗଳି ଗଳିରେ ଶୁଭୁଛି ରାମଙ୍କ ଓଡ଼ିଆ ଭଜନ। ଓଡ଼ିଆ ଭଜନ ପାଇଁ ପୁରା ଦେଶ ଆଜି ମଗ୍ନ। ଓଡ଼ିଆ ଭଜନକୁ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଅଯୋଧ୍ୟାରେ ଓଡ଼ିଆ ଭାଷାକୁ ଗୁରୁତ୍ୱ। ପ୍ରଭୁ ଜଗନ୍ନାଥ ଧାମର ଭାଷା ଏବେ କମାଲ କରୁଛି ଅଯୋଧ୍ୟାରେ। ପ୍ରଥମେ ଷ୍ଟେସନରେ ଓଡ଼ିଆ ଭାଷା ଲାଗିଥିଲା। ଏବେ ରାମଙ୍କ ଓଡ଼ିଆ ଭଜନ ଅଯୋଧ୍ୟା ବାସୀଙ୍କୁ ପୁରା ମଗ୍ନ ଆଉ ମତୁଆଲା କରିଛି। ମୋବାଇରୁ ଆରମ୍ଭ କରି ଟିଭି ସମସ୍ତେ ଓଡ଼ିଆ ଭଜନ ଶୁଣିବାକୁ ଲାଗୁଛନ୍ତି। କେହି ଓଡ଼ିଆ ଭାଷା ଭାଷୀ ଲୋକ ହୋଇନଥିଲେ ମଧ୍ୟ ରାମଙ୍କର ଓଡ଼ିଆ ଭଜନ ସମସ୍ତଙ୍କ ମନକୁ ବେଶ ଛୁଇଁଛି।

ହଁ ଆଜ୍ଞା ଆଉ କିଛି ଦିନର ଅପେକ୍ଷା ଜାନୁଆରୀ ୨୨ ତାରିଖରେ ହେବ ପ୍ରଭୁ ରାମଙ୍କର ପ୍ରାଣ ପ୍ରତିଷ୍ଠା। ଆଉ ଏହା ପୂର୍ବରୁ ଓଡ଼ିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଓଡ଼ିଆ ଭଜନ ଏବେ ପୁରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ପ୍ରଭୁ ରାମଙ୍କର ଓଡ଼ିଆ ଭଜନ ଏବେ ମାତ୍ରାରେ ଲୋକଙ୍କୁ ଆକୃଷ୍ଟ କରିବ ବୋଲି କେହି କେବେ ଭାବିନଥିଲେ। ଏହା ପୂର୍ବରୁ ଓଡ଼ିଆ ଭଜନକୁ ପୁରା ଦେଶ କେବେ ହେଲେ ଶୁଣିନଥିଲା। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେୟାର କଲା ପରେ ଏବେ ପୁରା ଦେଶ ଶୁଣୁଛି ରାମଙ୍କର ଓଡ଼ିଆ ଭଜନ। ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ।

ତେବେ ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ ରହିଛି ଭଜନର ଟାଇଟେଲ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ଓଡ଼ିଆ ଭଜନକୁ ସେୟାର କରିଛନ୍ତି। ଯାହାକୁ ନେଇ ପୁରା ଓଡିଶା ଏବେ ଗର୍ବ ଅନୁଭବ କରୁଛି।ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ମଧ୍ୟ ପୁରା ଓଡିଶା ଏବେ ପ୍ରଶଂସାରେ ପୋତି ପକାଉଛି।

ଯେତିକି ଯେତିକି ଦିନ ପାଖେଇ ଆସୁଛି ଅଯୋଧ୍ୟା ସେତିକି ସେତିକି ସଜେଇ ହେଉଛି। ପୁରା ଅଯୋଧ୍ୟା ଏବେ ଯାତ୍ରୀଙ୍କ ଗହଳିରେ ପରିପୂର୍ଣ୍ଣ ହୋଇଛି। ଶ୍ରୀରାମଙ୍କ ଧ୍ୱନୀରେ ଫାଟି ପଡୁଛି ଅଯୋଧ୍ୟା। ମନ୍ତ୍ର ଧ୍ୱନୀରେ ଏବେ ଅଯୋଧ୍ୟା ନଗରୀ ପ୍ରକମ୍ପିତ ହେଉଛି। ଗହଳି ପ୍ରବଳ ମାତ୍ରାରେ ବଢ଼ୁଥିବାରୁ ସୁରକ୍ଷାକୁ ମଧ୍ୟ କଡା କଡୀ କରାଯାଇଛି।

Leave a Reply

Your email address will not be published. Required fields are marked *