ମକର ସଂକ୍ରାନ୍ତିରେ ଝିଅ ମାଛ ଭାତ ଖାଇ ମୋବାଇଲରେ କଥା ହେଉଥିଲା…. ମା’ ବାରଣ କରିବାରୁ ବାପା ମା’ ସହ କଲା ଏମତି…।
ମକର ସଂକ୍ରାନ୍ତିରେ ମାଛ ଭାତ ଖାଇ ବାପା ମା’ଙ୍କ ସହିତ ଏମିତି କଲା ଝିଅ। ହଁ ଆଜ୍ଞା ଗତ କାଲି ସୋମବାର ମକର ସଂକ୍ରାନ୍ତି ଥିଲା। କିନ୍ତୁ ସଂକ୍ରାନ୍ତିରେ ଘରେ ହୋଇଥିଲା ମାଛ ତରକାରୀ। ଆଉ ମାଛ ଭାତ ଖାଇ ମୋବାଇଲରେ କଥା ହେଉଥିଲା ଝିଅ ମାମା।
ସବୁବେଳେ ଫୋନରେ କଥା ହୁଏ ବୋଲି ମା ବାରଣ କରିବାରୁ ଝିଅ ଉତକ୍ଷିପ୍ତ ହୋଇ ନୃଶଂସ ହୋଇଗଲା ଶେଷରେ ବାପା ମା’ଙ୍କୁ ପନିଖିରେ ଚୋଟ ମାରିଲା ନୃଶଂସ ଝିଅ। ହଁ ଆଜ୍ଞା ପ୍ରଥମେ ମା’ଙ୍କୁ ପନିଖିରେ ହାଣିଲା ଏହା ପରେ ବାପାଙ୍କୁ ବି ହାଣିଲା ଆଉ ସେ ପୁଣି ଘର ଭିତରେ ବାପା ମା’ଙ୍କୁ ଗଡାଇ ଗଡାଇ ଆକ୍ରମଣ କଲା ଝିଅ।
ସାମାନ୍ୟ ଏତିକି କଥାରେ ଝିଅ ମାମା ନୃଶଂସ ପାଲଟି ଗଲା। ଯେଉଁ ମା’ ୯ ମାସ ୯ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା ଶେଷରେ ସେଇ ଝିଅ ହିଁ ମା’ ବାପାଙ୍କୁ ଟିକେ କଥାରେ ପନିଖିରେ ହଁ ହାଣି ପକାଇଲା।
ବାପା ମା’ ଙ୍କୁ ଗଡାଇ ଗଡାଇ ହାଣିଲା ନୃଶଂସ ଝିଅ। ହଁ ଆଜ୍ଞା ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୁର ସୋରସଙ୍ଗ ହାତିଗଡ଼ିଆ ଗାଁରେ।
ମକର ସଂକ୍ରାନ୍ତିରେ ବାପା ମା’ଙ୍କୁ ଏଭଳି ଭାବରେ ଆକ୍ରମଣ କରୁଥିଲା ଝିଅ। ଉଭୟ ଚିତ୍କାର କରୁଥିଲେ। ତଥାପି ଝିଅ ବାପା ମା’ଙ୍କୁ ଛାଡୁନଥିଲା। ପାଖ ପଡ଼ୋଶୀ ଉଭୟଙ୍କ ଚିତ୍କାର ଶୁଣି ଝିଅ କବଳରୁ ବାପା ମା’ଙ୍କୁ ଉଦ୍ଧାର କରିଥିଲେ। ଆଉ ବାପା ମା’ଙ୍କର କେଉଁ ଭଳି ଅବସ୍ଥା କରିଛି ତାହାତ ଆପଣ ମାନେ ଏଇ ଫୋଟରେ ଦେଖି ପାରୁଥିବେ। ସେମାନଙ୍କୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତୀ କରିଥିଲେ। ଅବସ୍ଥା ଗୁରୁତ୍ୱର ଥିବାରୁ ସେମାନଙ୍କୁ ବାଲେଶ୍ଵରକୁ ସ୍ଥାନାନ୍ତରିତ କରାଯାଇଛି।
ରଞ୍ଜିତ ସିଂ ଓ ତାଙ୍କ ସ୍ତ୍ରୀ ଉଜିନ ସିଂ ଏବଂ ତାଙ୍କର ଝିଅ ମିଶି ଗତ କାଲି ରାତିରେ ଖାଉଥିଲେ। ପରିବାରରେ ସମସ୍ତେ ମିଶି ଖାଉଥିବା ବେଳେ ହଠାତ ମା’ ଝିଅକୁ କହିଥିଲା କି ମା ତୁ ଦୁଷ୍ଟ କାହିଁକି ହେଉଛୁ ବାସ ଏତିକି କଥାରେ ଝିଅ ମାମା ଉତକ୍ଷିପ୍ତ ହୋଇ ମା’ ଉପରେ ଗରମ ଭାତ ଢାଳି ଦେଇଥିଲା। ଏହା ପରେ ପନିଖିରେ ଆକ୍ରମଣ କରି ମା’ ର ହାତକୁ ହାଣି ଦେଇଥିଲା ଆଉ ଏହା ପରେ ବାପାକୁ ବି ଆକ୍ରମଣ କରିଥିଲା।
ଆଉ ଏଇ ଘଟଣାରେ ବାପା ମା’ ଲହୁଲୁହାଣ ହୋଇ ପଡ଼ିଛନ୍ତି। ଅନ୍ୟ ପକ୍ଷରେ ଏଇ ଘଟଣାରେ ଅଭିଯୁକ୍ତ ଝିଅକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏଭଳି ଝିଅକୁ ଜନ୍ମ କରି ବାପା ମା ଆଜି ନିଜକୁ ନିନ୍ଦୁଛନ୍ତି। ଆଖିରୁ ବହି ଯାଉଛି ଧାର ଧାର ଲୁହ। ବାପା ମା’ ଉଭୟ ଗୁରୁତ୍ୱର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।