ରଙ୍ଗ ନମ୍ବର ରୁ ପ୍ରେମ ନାଟକ ପରେ ଲିଭ୍ ଇନ୍ ପାର୍ଟନର କୁ ଟଙ୍କା ଦେବବୋଲି ମୋ ଠାରୁ ଟଙ୍କା ଲୁ-ଟି…

ଏକ୍ଚୁଆଲି ମୁଁ ଚାରି ମାସ ତଳେ ଗୋଟେ କଲ୍ ସେଣ୍ଟରରେ ମାଡାମଙ୍କ ସହିତ ମୋର ସାକ୍ଷାତ କାର ହେଇଥିଲା। ପ୍ରକୃତରେ ମାଡାମଙ୍କ ନାଁ ହେଉଛି ଲିପା ନାୟକ କିନ୍ତୁ ଯେତେବେଳେ ମୋ ସହିତ ଦେଖା ହେଲା ସେ ମୋତେ କହିଲେ କି ମୋ ନାଁ ହେଉଛି ଶ୍ରଦ୍ଧା ସାହୁ। ଏମିତି ମାସେର କଥା ହେବା ପରେ ସେ ମୋତେ କହିଲେ କି ତମେ ମୋତେ ଲାଇକ କରୁଛ କି, ଯେହେତୁ ମୋର କେହି ଲାଇଫ ପାର୍ଟନର୍ ନ ଥିଲେ ତ ମୁଁ ବି ହଁ କହି ଦେଲି। ଆଉ ତାପରେ ସେ ମୋତେ ପ୍ରୋପଜ୍ କରିଥିଲେ।

ପ୍ରଥମତଃ ସେ ମୋତେ କହିଲେ କି ମୁଁ ତୁମକୁ ବହୁତ୍ ଭଲ ପାଉଛି। ଯେତେବେଳେ ମୁଁ ଦୂର୍ଗା ପୂଜା ଛୁଟିରେ ଭୁବନେଶ୍ୱରକୁ ଆସିଲି ଜାଣିବାକୁ ପାଇଲି ଯେ ସେ ମ୍ୟାରେଜ୍ ପର୍ସନ ବୋଲି। ଆଉ ତାପେଟ ମୁଁ କହିଲି ତମେ ଯାହାବି ଡ୍ରେସ୍ ସବୁ ନେଇଛ ସେସବୁ ନେଇଥାଅ। କିନ୍ତୁ ଧାର ଆକାରରେ ଯେଉଁ ମୋର ପଚାଶ ହଜାର ଟଙ୍କା ନେଇଛ ସେତିକି ଫେରେଇ ଦିଅ। ଆଉ ସେ ମୋତେ କହିଲେ କି ମୁଁ ଗୋଟେ ଲୋ କାଷ୍ଟର ଫ୍ୟାମିଲିକୁ ବାହାହେଇଛି। ମୁଁ ଚାହୁଁ ନ ଥିଲି ସେ ବାହାଘର ପାଇଁ। ଆଉ ସେ ଲୋକ ମୋତେ ବହୁତ୍ ଟର୍ଚର୍ କରୁଛି ତ ମୁଁ ଲୁଚିକି ସେଠୁ ପଳେଇ ଆସିଲି।

ମୁଁ ତାଙ୍କ ସହ ନୁହେଁ ବରଂ ତମ ସହ ରହିବା ପାଇଁ ଚାହୁଁଛି। ଆଉ ତାପରେ ସେ ମୋତେ କିଛି ପଇସା ମାଗିଲେ, କହିଲେ କି ମୋର କିଛି ସପିଂ କରିବାର ଅଛି। ମୁଁ ବି ପଇସା ଦେଇଦେଲି। ତା ପରଦିନ ସକାଳୁ ମୁଁ ଯେତେ କଲ୍ କରେ ସେ ଆଉ ଉଠାନ୍ତିନି । ପରେ ମୁଁ ଶୁଣିବାକୁ ପାଇଲି ଯେ ସେ ଯେଉଁ ଟୋକା ସହିତ ରହୁଥିଲେ ଲିଭ୍ ଇନ୍ ପାର୍ଟନର୍ ହିସାବରେ ତାକୁ ହିଁ ଭଲ ପାଉଥିଲେ ଆଉ ତା ସହିତ ପଳେଇ ଯାଇଛନ୍ତି। ଆଉ ମୁଁ ପୋଲିସ୍ ପାଖକୁ ଗଲି। ପୋଲିସ୍ ଠାରୁ କିଛି ବି ସହାୟତା ମିଳିଲାନି।

ସେଇ ଝିଅ ଶ୍ରଦ୍ଧା ସାହୁ ଆଉ ସେ ଟୋକା ନିବାସ ସାହୁ ମୋତେ ମାରିବାକୁ ବି ପଛାଉ ନାହାନ୍ତି। ରଙ୍ଗ ନମ୍ୱରରୁ ପ୍ରେମ ନାଟକ ପରେ ଲିଭ୍ ଇନ୍ ପାର୍ଟନରକୁ ଟଙ୍କା ଦେବ ବୋଲି ମୋ ଠାରୁ ଟଙ୍କା ଲୁଟିଲା ଶ୍ରଦ୍ଧା ସାହୁ। ତ ମୁଁ ଏବେ ଗଣମାଧ୍ୟମରେ ଅନୁରୋଧ କରୁଛି କି ମୋତେ ମୋର ପାରିଶ୍ରମିକ ମୂଲ୍ୟ ମିଳିଯାଉ। ଏହାକୁ ନେଇ ଏକ କେଶ୍ ଫାଇଲ କରାଯାଉ। ଏମିତି ଅନ୍ୟ କାହା ସହ ବି ନ ହେଉ। ସେ ଏବେ ମୋ ସହ କୌଣସି କଣ୍ଟାକ୍ଟ୍ ରଖିବାକୁ ଚାହୁଁ ନାହାନ୍ତି। ସେ ମୋର ସବୁ ଫୋନ୍ କଲ୍, ସବୁ ମେସେଜକୁ ବ୍ଲକ୍ କରିଦେଇଛନ୍ତି। ମୁଁ ଫୋନ୍ କଲେ ବି ସେ ଉଠାଉ ନାହାନ୍ତି।

ଆଜି ମୁଁ ସ୍ବୀକାର କରୁଛି ମୋ ଜୀବନଠୁ ମୁଁ ଅଧିକା ତାଙ୍କୁ ଭଲପାଉ ଥିଲି। କାରଣ ମୋର ଫ୍ୟାମିଲି ପ୍ରୋବଲେମ ଥିଲା, ଯେହେତୁ ମୁଁ ସମସ୍ତଙ୍କଠୁ ଏକା ଥିଲି କେବଳ ସେଥିପାଇଁ ତାକୁ ବହୁତ୍ ଭଲପାଉ ଥିଲି। କେବେ ଭାବି ନ ଥିଲି ଏଭଳି ସିଚୁଏସନ୍ ଆସିବ ଲାଇଫରେ। ସେ ଏମିତି ଆହୁରି କରି ଚାଲିଛନ୍ତି। ତାଙ୍କର ପ୍ରେମିକ ସହ ମିଶି ସେ ଆହୁରି ଅନ୍ୟ ପୁଅମାନଙ୍କୁ ଠକି ଚାଲିଥିବେ। ଏଥିପାଇଁ ଏକ କେଶ୍ ଫାଇଲ କରାଯାଉ।

ଏହା ପାଇଁ ଏକ ପୁରୁଷ କମିଶନ ହେବା ନିହାତି ଦରକାର। ନିହାତି ସେ ଜେଲ୍ ଯିବା ଦରକାର, ଆଉ ଶାସ୍ତି ପାଇବା ଦରକାର। ମୋ ପାଖରେ ଯେହେତୁ ପ୍ରୁଫ ଅଛି ତ ମୁଁ କୋର୍ଟକୁ ବି ଯିବି ଆଉ ପୁରୁଷ କମିଶନ ପାଖକୁ ବି ଯିବି। ଏ କେଶ୍ ମୁଁ କୌଣସି ପ୍ରକାରେ ଛାଡି ପାରିବି ନାହିଁ। କାରଣ ସେଇ ଶ୍ରଦ୍ଧା ସାହୁ ଆଉ ନିବାସ ସାହୁ ଦୁଇ ଜଣ ମିଶିକି ମୋତେ ଲୁଟିଛନ୍ତି। ମୋତେ ହାରିବା ପସନ୍ଦ ନୁହେଁ ଯେହେତୁ ମୁଁ କିଛି ଭୁଲ୍ କରିନି। ଏ ନେଇ ଏକ କେଶ୍ ଫାଇଲ କରାଯାଉ। ମୋତେ ନ୍ୟାୟ ମିଳୁ।

Leave a Reply

Your email address will not be published. Required fields are marked *