ହିରୋଇନ୍ ମାନଙ୍କ ସହ ହର ପଟ୍ଟନାୟକ ଯେମିତି ସିନ୍ କରୁଥିଲେ ଏବେ ଆଉ ସେମିତି ହେଉନି।

ଅଭିନୟ ହେଉ କିମ୍ଵା ମିମିକ୍ରି ସବୁଥିରେ ସେ ହେଉଛନ୍ତି ପାରଙ୍ଗମ । ଲୋକମାନେ ତାଙ୍କୁ କେତେବେଳେ ଖଳ-ନାୟକ ଚରିତ୍ରରେ ଦେଖନ୍ତି ତୋ ଆଉ କେତେବେଳେ ଆଉ କିଛି ଅଭିନୟ ରେ । କିନ୍ତୁ ଲୋକମାନେ ତାଙ୍କୁ ତାଙ୍କ ଅଭିନୟ ଜରିଆରେ ଅନେକ ଗୁଡ଼ିଏ ଭଲ ପାଇବା ମଧ୍ୟ ଦେଇଛନ୍ତି । ଆଜ୍ଞା ହଁ ସେ ଆଉ କେହି ନୁହନ୍ତି ଆଜି ଆମେ ଯାହାଙ୍କ ବିଷୟରେ କଥା ହେବା ସେ ହେଉଛନ୍ତି ଡିସ୍କୋ ରେଡି । ତେବେ ତାଙ୍କ ନାଁ ଡିସ୍କୋ ରେଡି ହେବା ପଛର କାରଣ କଣ ବୋଲି ତାଙ୍କୁ ପଚରା ଯାଇଥିଲା ଯାହାକି ସମସ୍ତେ ମଧ୍ୟ ଜାଣିବାକୁ ଚାହାଁନ୍ତି ।

ଏହି ପ୍ରଶ୍ନର ଉତ୍ତରରେ ସେ ଉତ୍ତର ଦେଇଥିଲେ ଯେ, ସେ ଛୋଟ ଥିବା ବେଳେ ଯେତେବେଳେ ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ଗୋଟେ ରାଉଣ୍ଡ କ୍ୟାପ ପିନ୍ଧୁଥିଲେ । ଆଉ ଯେତେବେଳେ ଘର କଡ ଦେଇକି ବରଯାତ୍ରୀ ସବୁ ଯାଏ ସେତେବେଳ ସେ ଡିସ୍କୋ ଡ୍ୟାନ୍ସ କରନ୍ତି । ତେଣୁ ସାହିରେ ତାଙ୍କୁ ଡିସ୍କୋ ଡାକି ଡ଼ାକି ସେଇଠୁ ତାଙ୍କ ନାଁ ସେପରି ରହିଗଲା ବୋଲି କହିଥିଲେ । ତେବେ ତାଙ୍କ ପ୍ରକୃତ ନାମ ହେଉଛି ଗୁରୁନାଥ ରେଡି ।

ଏହାପରେ ଗୁରୁନାଥ ଓରଫ୍ ଡିସ୍କୋ ରେଡି ତାଙ୍କ ଫ୍ୟାମିଲି ବିଷୟରେ କହିଥିଲେ ଯେ, ତାଙ୍କ ବାପା ଓ ମାଆଙ୍କ ଜନ୍ମ ବ୍ରହ୍ମପୁର ଗଞ୍ଜାମରେ । ତାଙ୍କ ବାପା ଇଲେକ୍ଟ୍ରି ଡିପାର୍ଟମେଣ୍ଟ ରେ ଚାକିରି କରୁଥିଲେ ତାଙ୍କର ରେଡ଼ାଖୋଲକୁ ଟ୍ରାନ୍ସଫର୍ ହୋଇଥିଲା । ଆଉ ସେଠାରେ ଡିସ୍କୋ ରେଡି ନିଜର ସ୍କୁଲ କଲେଜ୍ ସାରିଥିଲେ ।

ତେବେ ଆହୁରି ମଧ୍ୟ କହିଥିଲେ ଯେ ଆଗରୁ ରବିବାର ୪ଟା ବେଳେ ଯେଉଁ ଓଡ଼ିଆ ଫିଲ୍ମ୍ ଦେଉଥିଲା, ବିଜୟ ମହାନ୍ତି, ହର ପଟ୍ଟନାୟକ ଆଦିଙ୍କ ଫିଲ୍ମ୍ ଦେଖିବାକୁ ସେ ପୂରା ପାଗଳ ଥିଲେ । ହର ପଟ୍ଟନାୟକଙ୍କ ପ୍ରତି ତାଙ୍କର ବହୁତ୍ ସ୍ନେହ ଓ ଭଲପାଇବା ଥିଲା । ତେଣୁ ତାଙ୍କ ପ୍ରତିଛବି ହେବାକୁ ସେ ଚେଷ୍ଠା କରିଥିଲେ ଆଉ ହର ପଟ୍ଟନାୟକଙ୍କ ଭଏସ ଅଭ୍ୟାସ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେ ହର ଭାଇଙ୍କ ପାଦ ଧୂଳି ତୋ ହେଇ ପାରିବେନି କିନ୍ତୁ ହର ପଟ୍ଟନାୟକଙ୍କୁ ଏତେ ଲୋକ ଭଲ ପାଆନ୍ତି ଯେ ଲୋକେ କଉ ଷ୍ଟେଜ ପ୍ରୋଗ୍ରାମ କରିବାକୁ ଗଲେ ଲୋକ ତାଙ୍କ ଡାଇଲଗ ଶୁଣିବାକୁ ଡିମାଣ୍ଡ କରନ୍ତି।

Leave a Reply

Your email address will not be published. Required fields are marked *