ବାହାଘରକୁ ବର୍ଷେ ସ୍ତ୍ରୀ ଆଠ ମାସର ଗର୍ଭ-ବତୀ ହେବାରୁ ମା-ରିଦେଲା ସ୍ୱାମୀ
ମିଠା ମିଠା କଥା କହି ପ୍ରେମ ଜା-ଲରେ ଫ-ଶାଇଲା। ଏହାପରେ ଉଭୟ ଉଭୟଙ୍କୁ ବିବାହ ମଧ୍ୟ କଲେ। ପ୍ରଥମ ସ୍ତ୍ରୀକୁ ଛାଡ଼ି ଦ୍ଵିତୀୟ ଥର ପାଇଁ ପ୍ରେମ ବିବାହ କଲେ। ଆଉ ସେଇ ସ୍ଵାମୀ ହିଁ ସ୍ତ୍ରୀର ଜୀବନ ନେଇଗଲା। ହଁ ଆଜ୍ଞା ଆଠ ମାସ ଗର୍ଭ-ବତୀ ସ୍ତ୍ରୀର ଜୀବନ ନେଇଗଲା ସ୍ଵାମୀ। ଆଉ ମାସକ ପରେ ଘରକୁ ଆସିଥାନ୍ତା ନୂଆ ଅତିଥି ।କିନ୍ତୁ ସ୍ଵାମୀ ଏତେ ନୃ-ସଂସ ହେଇଗଲା ଯେ ଆଠ ମାସର ଗର୍ଭ-ବତୀ ସ୍ତ୍ରୀର ଜୀବନ ନେଇଗଲା ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଳିଗଲା। ଆଉ ଏବେ ରାସ୍ତା କଡ଼ରେ ପଡ଼ିରହିଛି ଆଠ ମାସର ଗର୍ଭ-ବତୀ ମହିଳାଙ୍କ ମୃ-ତ ଦେହ।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ୍ ଅନ୍ତର୍ଗତ ନପଙ୍ଗ ଗ୍ରାମର ଦାସ ସାହିର ସିପୁନ ଦାସଙ୍କ ଦ୍ଵିତୀୟ ପତ୍ନୀ ତପସ୍ଵିନୀଙ୍କ ଏ ହେଉଛି ମୃ-ତ ଦେହ। ନପଙ୍ଗ ଗ୍ରାମର ସିପୁନ ଦାସ ଏକ ବର୍ଷ ତଳେ ରାତିରେ ମନ୍ଦିରରେ ପ୍ରେମ ବିବାହ କରିଥିଲେ ସାନ ମାଳନ୍ଦା ଗ୍ରାମର ଖୋଳାମୁଁହ ଠାରେ ରହୁଥିବା ପ୍ରଫୁଲ୍ଲ ଦାସଙ୍କ ଝିଅ ତପସ୍ଵିନଙ୍କୁ। ସିପୁନଙ୍କ ପ୍ରଥମ ସ୍ତ୍ରୀ ଆଉ ପିଲା କଥା ଜାଣିଥିଲେ ତପସ୍ୱିନୀ।
ଆଉ ଏପଟେ ତପସ୍ୱିନୀ ଖଣ୍ଡାୟତ ଜାତିର ଝିଅ ହେଇଥିବା ବେଳେ ସେପଟେ ସିପୁନ ନୀଚ ଜାତିର ଥିଲେ। ଆଉ ଏହାକୁ ନେଇ ଅନେକ ସମୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ, ମତାନ୍ତର ସହିତ ମା-ରପି-ଟ୍ ମଧ୍ୟ ହେଉଥିଲା। ଅନେକଥର ଏହି ଘଟ-ଣାକୁ ନେଇ ସ୍ଥାନୀୟ ଥା-ନାରେ ଅଭି-ଯୋଗ ମଧ୍ୟ ହେଇଥିବା ସୂଚନା ମିଳୁଛି। ଆଉ ତାପରେ କୌଣସି ସମାଧାନ ମଧ୍ୟ ହୋଇପାରୁ ନ ଥିଲା। ପ୍ରତି ଚାରି ମାସ ତଳେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଯାଜପୁର ମେଡିକାଲ ପାଖରେ ସ୍ଵାମୀ ସିପୁନ ତପସ୍ୱିନୀଙ୍କୁ ଗର୍ଭ-ବତୀ ଅବସ୍ଥାରେ ଛାଡ଼ି କୁଆଡ଼େ ପଳାଇଲେ। ତପସ୍ଵିନୀଙ୍କୁ ଉ-ଦ୍ଧାର କରାଯାଇ ସୁଧାର ଗୃହରେ ରଖାଯାଇଥିଲା। ଏବେ ସେ ଆଠ ମାସର ଗର୍ଭ-ବତୀ ଥିଲେ।
ତେବେ ଆଜି ସକାଳୁ ସକାଳୁ ଶାଶୁ ଘର ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଚଣ୍ଡୀପଡ଼ିଆ ରାସ୍ତା କଡ଼ରୁ ତପସ୍ଵିନୀଙ୍କ ମୃ-ତ ଦେହ ଦେଖିଥିଲେ ଗ୍ରାମବାସୀ।ତପସ୍ଵିନୀଙ୍କ ବାପାମାଆ ଝିଅର ମୃ-ତ ଦେହକୁ ଦେଖି ସ୍ଥାନୀୟ ଥା-ନାରେ ମୋ ଝିଅକୁ ସ୍ଵାମୀ ସହିତ ଶାଶୁ ଘର ଲୋକେ ମା-ରି ଦେଇଥିବା ଅଭି-ଯୋଗ କରିଛନ୍ତି। ଏବଂ ଅଭି-ଯୋଗ ଆଧାରରେ ସ୍ଥାନୀୟ ଭଣ୍ଡାରୀ ପୋଖରୀ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତପସ୍ଵିନୀଙ୍କ ଶରୀରରେ ବିଭିନ୍ନ ଦାଗ ଦେଖି ହ-ତ୍ୟା ହୋଇଥିବା ନେଇ ସନ୍ଦେହ କରି ତ-ଦନ୍ତ ଜାରି ରଖିଛି। ଏବଂ ଖସି ପଳେଇ ଯାଉଥିବା ସ୍ଵାମୀ ସିପୁନଙ୍କୁ ଟ୍ରାକିଂ କରି ପୋ-ଲିସ କାବୁ କରି ନେଇଛି।