ଝିଅଙ୍କୁ ନୁହେଁ ଟଙ୍କାକୁ ଭଲ ପାଅ…
ସେ ଯାହା କୁହନ୍ତି ରୋଟଠୋକ୍ କୁହନ୍ତି। ଆଉ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ତାଙ୍କ ମୁହଁରୁ ବାହାରୁଥିବା ବାକ୍ୟ ହିଁ କାଫିଥାଏ। କାହିକିଁ ନା ତାଙ୍କ ମାଇଣ୍ଡରେ ଯଉଁଟା ଥାଏ ସେଇଟା ତାଙ୍କ ପାଟିରେ ଥାଏ। ବହୁତ୍ ଲୋକ ଥାଆନ୍ତି କି ମାଇଣ୍ଡରେ ଗୋଟେ ଆଉ ଫେସରେ ଆଉ ଗୋଟେ ଥ ଥାଏ । କିନ୍ତୁ ସେ ଯାହା ବି ଥାଆନ୍ତି ସବୁ ଷ୍ଟ୍ରିଟ୍ ଥା’ନ୍ତି । ଆଉ ସେଥିପାଇଁ ବୋଧ ହୁଏ ତାଙ୍କର କିଏ ଶତ୍ରୁ ଥିବେ କିଏ ମିତ୍ର ଥିବେ ସେ ବିଷୟରେ କଥା ହେବା । ଆପଣମାନଙ୍କର ଖୁବ୍ ପରିଚିତି ଝିଅ ଆମର ନୂଆ ବୋହୂର ଶିବ । ଯାହାକୁ ଆପଣ ବହୁତ୍ ଭଲ ପାଇବା ଦେଇଛନ୍ତି।ତାଙ୍କ ସହ ଡାଇରେକ୍ଟଲି କଥା ହେବା ଯେ ତାଙ୍କ ଲାଇଫ ଏବେ କେମିତି ଚାଲିଛି। ଭକ୍ତ ତ ମୁଁ ଏତେ ବଡ଼ ହେଇପାରିନି ଆଜି ଯାଏଁ।
ଭକ୍ତ ନୁହଁ, ଦାସର ଦାସର ଦାସ । ମୁଁ ଭଗବାନଙ୍କ ନାଁ ନେବାକୁ ଭଲପାଏ। କାରଣ ଫ୍ୟାମିଲି ସଦାବେଳେ କନେକ୍ଟେଡ ଥାଆନ୍ତି ଭଜନ କୀର୍ତ୍ତନରେ । ଆଉ ପିଲାମାନେ ପରିବାରରୁ ଯେମିତି ସଂସ୍କାର ପାଇଥିବେ ବଡ଼ ହେଲେ ସେମିତି ବାହାରେ। ଆଉ ମୁଁ ଆଜିକା ସମୟରେ ଯେଉଁଠି ବି ଆସିକି ପହଞ୍ଚିଛି ଯାହା ବି ଭଲ କରେ କି ଖରାପ କରେ ସବୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆଉ ବାପାମାଆଙ୍କ ଆଶୀର୍ବାଦରୁ। ଜଗନ୍ନାଥଙ୍କ ପାଇଁ ସବୁ। ଆଉ ମୁଁ ୟୁଥ୍ ମାନଙ୍କୁ କହିବି ଯେ ଆମକୁ ଆଧ୍ୟାତ୍ମିକ ହେବାକୁ ପଡ଼ିବ। ଆମେ ଯେଉଁଥି ପାଇଁ ଆସିଛୁ ଏହି ସୋସାଇଟିକୁ ତା ପାଇଁ କିଛି କାମ ନ କଲେ ଆମର କିଛି ଭେଲ୍ୟୁ ରହିବନି।
ଆମେ ଭଗବାନଙ୍କ ପାଇଁ ହିଁ ଆସିଛୁ ଦୁନିଆକୁ ବାପାମାଆଙ୍କ ଦ୍ଵାରା। ତ ସେଥି ପାଇଁ ଆପଣ ଭଜନ କରନ୍ତୁ କୀର୍ତ୍ତନ କରନ୍ତୁ ଆପଣଙ୍କର ଆରାଧ୍ୟ ସେ ଦେବତା ହୁଅନ୍ତୁ କି ଦେବୀ। ଆପଣ ତାଙ୍କୁ ପୂଜା କରନ୍ତୁ ତାଙ୍କ ପାଖରେ ମନ ଲଗାନ୍ତୁ। ଲାଇଫ ମୋର ବହୁତ୍ ଚେଞ୍ଜ୍ ହେଇଛି। ମୁଁ ପିଲାବେଳୁ ମେନିଫେଷ୍ଟେସନରେ ବହୁତ୍ ବିଶ୍ୱାସ କରେ। ଆଉ ଜୀବନରେ ମୋର ଯଦି କିଛି କରିବାର ଅଛି ତାହେଲେ ସେଇଟା ମୋ ଜଗନ୍ନାଥଙ୍କ ପାଇଁ। ଆଉ ମୁଁ ପଇସା ପାଇଁ କିଛି ଗର୍ବ କରେ ନାହିଁ। ମୁଁ ଗର୍ବ କରେ ଯେ ମୁଁ ଜଗନ୍ନାଥଙ୍କ ଟୋକା। ମୋର ଜୀବନରେ ବହୁତ୍ ପଇସା ଦରକାର ଅଛି। ଯାହାକି ମୋର ଜଗନ୍ନାଥଙ୍କ ପାଇଁ ସେଥିରେ କିଛି କରିବି। ଆଉ ‘ମାନବ ସେବା ହିଁ ମାଧବ ସେବା’। ଲୋକମାନଙ୍କ ଭିତରେ ହିଁ ବ୍ରହ୍ମ ଥାଆନ୍ତି। ଆଉ ବ୍ରହ୍ମ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ। ଅପଲୋକର ନେତ୍ର। ତାଙ୍କ ପାଇଁ ଗରିବ ଲୋକମାନଙ୍କ ପାଇଁ କିଛି କରିବାର ଅଛି।
ଆଗେ ଜଗନ୍ନାଥ ତାପରେ ଗରିବ ଲୋକ ଆଉ ତାପରେ ମୋ ବାପାମାଆ ଆଉ ଭଉଣୀ ପାଇଁ କରିବି। ବାପାମାନେ ସବୁବେଳେ ଚାହାଁନ୍ତି କି ତାଙ୍କ ପୁଅ ତାଙ୍କଠୁ ଆହୁରି ବେଶି ଦୁନିଆ ଦେଖୁ। କିନ୍ତୁ ମା’ମନେ ସବୁବେଳେ ଚାହାଁନ୍ତି କି ତାଙ୍କ ଛୁଆ କେମିତି ନିଜ ପଣତ କାନିରେ ସବୁବେଳେ ଘୋଡ଼େଇ ହୋଇ ରହୁ। ମୋର ଆଗକୁ ଗୋଟିଏ ଲକ୍ଷ୍ୟ ଯେ ମୋତେ କୋଟିପତି ହେବାର ଅଛି। ଆକ୍ଟିଂ ହେଉଛି ମୋ ପାଶନ୍ ତ ତା ପାଇଁ ମୁଁ କାମ କରୁଛି। ଆଉ ମୁଁ ପଇସା କମଉଛି ହିଁ ଫ୍ୟାମିଲି ପାଇଁ। ଆଉ ଦୁନିଆରେ ନେଗେଟିଭ୍ ଲୋକ ରହିବା ଦରକାର ତାହେଲେ ଯାଇ ସିନା ମୁଁ ସେମାନଙ୍କ ଭିତରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବି। ଝିଅମାନେ ପାୱାରଫୁଲ୍ ଲୋକଙ୍କୁ ହିଁ ଭଲ ପାଆନ୍ତି। ତ ଝିଅଙ୍କୁ ନୁହେଁ ଟଙ୍କାକୁ ଭଲପାଅ। ପାଖରେ ଯଦି ପାୱାର ନ ଥିବ କେହି ବାପା ଝିଅଙ୍କୁ ଦେବେନି କି ଝିଅ ବି ପାଖକୁ ଆସିବନି।