‘ନବୀନଙ୍କ ପାଇଁ ୩ ଦିନ ହେଲାଣି ଖାଇନି କି ଘରକୁ ଯାଇନି, ତାଙ୍କୁ ଦେଖିବି ବୋଲି ଅନୁଗୁଳରୁ ଆସିଛି’ ।
ବନ୍ଧୁଗଣ ମଙ୍ଗଳବାର ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା କରିଛନ୍ତି । ଆଜି ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ୨୦୨୪ ନିର୍ବାଚନରେ ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ । ହାରି ଯାଇଛି ବିଜେଡ଼ି ଆଉ ହାରି ଯାଇଛନ୍ତି ନବୀନ ।
ବିଜୁ ଜନତା ଦଳର ଦୁର୍ଗ ପତନ ହୋଇଛି । ଦୀର୍ଘ ୨୪ ବର୍ଷର ନବୀନ ସରକାରର ଓଡ଼ିଶାରେ ଅନ୍ତ ଘଟିଛି । ବିଜେଡ଼ି ହାତରୁ ଖସି ଯାଇଛି ରାଜ୍ୟର ଶାସନ ଡୋରି । ଆଉ ନବୀନଙ୍କ ପାଖରୁ ଚାଲି ଯାଇଛି ମୁଖ୍ୟମନ୍ତ୍ରୀ ପଦ । ଆଉ ଆଜି ସେହି ନବୀନ ଯୁଗରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏଭଳି ଜଣେ ଜନନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାନ୍ଦି ଉଠିଛି କୋଟିକୋଟି ଓଡ଼ିଆଙ୍କ ମନ । ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ଇତିହାସରେ ଜଣେ ବୋଲି କହିଛନ୍ତି ଓଡ଼ିଶାବାସୀ ।
ତେବେ ନବୀନଙ୍କ ଅଗଣିତ ପ୍ରଶଂସକ ତାଙ୍କର ଟିକେ ଝଲକଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକ ଆସିଥାନ୍ତି । ସେହିପରି ଜଣେ ବ୍ୟକ୍ତି ନବୀନଙ୍କୁ ଦେଖିବେ ବୋଲି ଅନୁଗୁଳରୁ ଆସିଛନ୍ତି ଆଉ ନବୀନଙ୍କ ପାଇଁ ୩ ଦିନ ହେଲାଣି ଖାଇ ନାହାଁନ୍ତି କି ଘରକୁ ଯାଇନାହାଁନ୍ତି କାହିଁକି ନା ତାଙ୍କ ମନରେ ଏବେ ପ୍ରବଳ ଦୁଃଖ ଅଛି ।
ନିକଟରେ ତାଙ୍କ ସହ ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ଜନ ସାଧାରଣ ଯାହାଙ୍କୁ ଭି ପଚାରିବେ ସମସ୍ତେ ଗୋଟାଏ କଥା କହିବେ ନବୀନଙ୍କ ହାରିବା ପଛରେ ଜଣେ ଲୋକ ହିଁ ଦାୟୀ ସେ ହେଉଛନ୍ତି ଭି.କେ ପାଣ୍ଡିଆନ । ଯେତେ ଲୋକଙ୍କୁ ଭେଟିବେ ସେମାନେ ସମସ୍ତେ ଗୋଟାଏ ହିଁ ଉତ୍ତର ଦେବେ କେବଳ ସେ ଜଣଙ୍କ ମତ ନୁହେଁ । ଏମିତି କେମିତି ହେଲା ନହେଲେ ଗୋଟେ ସିଟ୍ ହାରିଥାନ୍ତା ପୂରା ସରକାର ବଦଳି ଯିବ ଏହା ସମ୍ଭବ ନଥିଲା । ଆଉ ନବୀନ ପଟ୍ଟନାୟକ ଯେତେ ପର୍ୟ୍ୟନ୍ତ ଥିବେ ସେମାନେ ତାଙ୍କ ସହିତ ରହିଥିଲେ ଆଉ ରହିଛନ୍ତି ରହିବେ ମଧ୍ୟ କାହିଁକି ନା ନବୀନ ପଟ୍ଟନାୟକଙ୍କୁ ସେ ହୃଦୟରୁ ଭଲ ପାଆନ୍ତି ।