ସାମ୍ନାକୁ ଆସିଲା ସତ । ଦେହ ସୁଖ ନେଇ ଛାଡିଦେଲା ଡିଜେ ବୟେ । ବାର୍ ଡ୍ୟାନ୍ସର ଚାରୁ କଲେ ଏମିତି… ।
ବନ୍ଧୁଗଣ ନିକଟରେ ଦେଖିବାକୁ ମିଳିଛି ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ମୃତଦେହ । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ଭଡ଼ା ଘରୁ ସନ୍ଦେହଜନକ ଭାବେ ଏକ ମୃତଦେହ ଠାବ କରାଯାଇଛି । ଏନେଇ ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ମୃତଦେହ ଠାବ କରିଛି । ମୃତଦେହ ଚିହ୍ନଟ ସହ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତ ଯୁବତୀ ଜଣଙ୍କ ବାର ଗାର୍ଲ ଭାବେ କାମ କରୁଥିଲେ ।
ତାଙ୍କ ନାଁ ଚାରୁ ମଲହୋତ୍ରା ହୋଇଥିବା ବେଳେ ଯୁବତୀଙ୍କ ଘର ଚଣ୍ଡିଗଡ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେ ଚଣ୍ଡୀଗଡ଼ରୁ ଆସି ଭୁବନେଶ୍ୱରର ଏହି ଆପାର୍ଟମେଣ୍ଟରେ ରହି ଦୀର୍ଘ ୫ ବର୍ଷ ହେବ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଥିବା ଏକ ବାରରେ ଡ୍ୟାନସର ଭାବେ କାମ କରୁଥିଲେ । ହେଲେ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ଛାନଭିନ ଚଳାଇଛି । ତେବେ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ଯୁବତୀଙ୍କ ମୋବାଇଲ ଓ ସୋସିଆଲ ମିଡିଆ ଆକାଉଣ୍ଟର ତଥ୍ୟ ନେଇ ମଧ୍ୟ ତର୍ଜମା କରୁଛି ପୋଲିସ ।
ଏବେ ସାମ୍ନାକୁ ଆସିଛି ସତ । କିଏ ସେହି ଡିଜେ ବୟ ଯାହାପାଇଁ ଜୀବନ ହାରିଦେଲେ ସୁନ୍ଦରୀ ବାର୍ ଡ୍ୟାନ୍ସର । ବାର୍ ରେ ଡ୍ୟାନ୍ସ କରୁଥିଲେ ଓ ନିଜ ଜୀବନ ଶୈଳୀକୁ ମେଣ୍ଟେନ୍ କରୁଥିଲେ ଆଉ ରିଲ୍ସ କରି ସୋସିଆଲ ମିଡ଼ିଆରେ ମଧ୍ୟ ପକାଉଥିଲେ । ହଁସ ହଁସ ମୁହଁ ଆଉ ସୁନ୍ଦର୍ ଚେହେରା ଦେଖି ଲୋକେ ହୁଏତ କେବେ ଭାବି ନଥିବେ ଯେ ବାର୍ ଡ୍ୟାନ୍ସର ଜଣକ ହଠାତ୍ ଜୀବନ ହାରିଦେବେ । ଏବେ ଭୁବନେଶ୍ୱରରେ ଚର୍ଚ୍ଚା ଧରିଛି ସେଠାରେ ବାର୍ ଡ୍ୟାନ୍ସର ମାନଙ୍କ ମୃତ୍ୟୁ ଏତେ କାହିଁକି ହେଉଛି ।
ତେବେ ଏହି ସୁନ୍ଦରୀ ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ପଛରେ ଜଣେ ଡିଜେ ବୟଙ୍କ ହାତ ଥିବା ଶୁଣିବାକୁ ମିଳୁଛି । ଯାହାକୁ ନେଇ ସସପେନ୍ସ୍ ବଢ଼ି ଚାଲିଛି । କଟକର ଏକ ବାର୍ ର ଜଣେ ଡିଜେ ବୟଙ୍କୁ ଭଲ ପାଉଥିଲେ । ଏମିତି କି ବିବାହ ପାଇଁ ନିଷ୍ପତି ମଧ୍ୟ ନେଇ ଯାଇଥିଲେ । ହେଲେ ଗତ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଆଗରୁ ମଧ୍ୟ ଶାରିରୀକ ସମ୍ପର୍କ ରହିଛି ଓ ବାହାଘର ପାଇଁ ଜିଦ୍ ଧରିଥିଲେ ଚାରୁ । ଏମିତି କି ୫ଦିନ ତଳେ ହାତ ମଧ୍ୟ କାଟି ଦେଇଥିଲେ ଡିଜେ ବୟ ପାଇଁ ।