ଆସିଲା ଖୁସି ଖବର। ଏଣିକି ସମସ୍ତେ ଘରେ ଜାଳିବେ ମାଗଣା ବିଜୁଳି… ପରିବାର ବର୍ଗଙ୍କ ପାଇଁ ୫୦ ୟୁନିଟର…।

ଆସିଲା ଖୁସି ଖବର ଏଣିକି ସମସ୍ତେ ଘରେ ଜାଳିବେ ମାଗଣା ବିଜୁଳି। ଆଉ ବିଜୁଳି ପାଇଁ ଆଉ ଦେବାକୁ ପଡିବନି କୌଣସି ଟଙ୍କା କି ଚକର କାଟିବାକୁ ପଡିବନି ବିଜୁଳି ଅଫିସ ଆଗରେ। ନାଁ କୋଉ ଧାଡିରେ ଛିଡା ହୋଇ ବିଲ ଦେବାକୁ ପଡିବ ନାଁ ଦୁଆର ମୁହଁରେ ଛିଡା ହୋଇ କିଏ ବିଲ ବାବଦରେ ରସିଦ କାଟି ଟଙ୍କା ନେବ।

ହଁ ଆଜ୍ଞା ଆପଣ ଠିକ କଥା ଜାଣିବାକୁ ପାଉଛନ୍ତି। ଓଡିଶା ସରକାର କରିଛନ୍ତି ଏକ ବଡ଼ ଘୋଷଣା। ଏଣିକି ଅନ୍ୟ ସୁବିଧା ପରି ଗରିବଠୁ ମଧ୍ୟବିତ୍ତ ପରିବାର ଯାଏଁ ସମସ୍ତେ ପାଇବେ ବିନା ଶୁଳ୍କରେ ବିଜୁଳି। ଆଉ ଅନ୍ଧାର ଘରରେ ରହିବନି ଗାଁ। ଏମିତି କିଛି ଘୋଷଣା କରିଛନ୍ତି ଆମ ନବୀନ ସରକାର। ମାସକୁ ୧୦୦ ୟୁନିଟରୁ କମ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ବିଜୁଳି। ଏହା ସହିତ ୧୦୦ ରୁ ୧୫୦ ୟୁନିଟ ବ୍ୟବହାର କରୁଥିବା ପରିବାର ବର୍ଗଙ୍କ ପାଇଁ ୫୦ ୟୁନିଟର ରିହାତି ବି ମିଳିବ।

ଖାଲି ସେତିକି ନୁହେଁ ଗ୍ରାଞ୍ଚଳରେ ବସବାସ କରୁଥିବା ପାଖାପାଖି ସବୁ ପରିବାର ଏହି ଯୋଜନାରେ ନିଶ୍ଚୟ ଉପକୃତ ହେବେ।ଖାଲି ଗ୍ରାମାଞ୍ଚଳରେ ନୁହେଁ ସହରାଞ୍ଚଳରେ ମଧ୍ୟ ବିତ ଏବଂ ମଧ୍ୟବିତ୍ତ ପରିବାର ବି ଏହା ଦ୍ବାରା ବିଶେଷ ସୁବିଧା ସୁଯୋଗ ପାଇବେ। ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟର ୯୦% ଜନତା ଏହା ଦ୍ଵାରା ଫାଇଦା ପାଇବେ ଓ ସେମାନଙ୍କ ଭବିଷ୍ୟତ ମଧ୍ୟ ବିକଶିତ ହେବ। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ନିଶ୍ଚିତ ଭାବରେ ଲୋକଙ୍କୁ ଖୁସି ଆଣିଦେବା ସହିତ ଆସ୍ୱସ୍ତି ମଧ୍ୟ ଆଣିଦେବ।

Leave a Reply

Your email address will not be published. Required fields are marked *