ଆଧାର କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ। ଏମିତି କିଛି ବଡ଼ ଘୋଷଣା କରିଛନ୍ତି ସରକାର।

ତେବେ ଆଧାର କାର୍ଡକୁ ନେଇ ସରକାର ଦେଇଛନ୍ତି ଏକ ବଡ଼ ଅପଡେଟ। ୟୁନିକି ଆଇଡେଣ୍ଟିଫେକ୍ସନ ଅଥରଟି ଇଣ୍ଡିଆ ଆଧାରକୁ ମାଗଣାରେ ଅପଡେଟ କରେଇବାର ଡେଟଲାଇନକୁ ପୁଣି ଥରେ ବୃଦ୍ଧି କରିଛନ୍ତି। ତେବେ ଏହା ଅପଡେଟ କରିବାର ଶେଷ ତାରିଖ ରହିଥିଲା ୧୪ ମାର୍ଚ୍ଚ ୨୦୨୪। ଯାହା ଏବେ ଶେଷ ହେବାକୁ ଯାଉଥିଲା। ହେଲେ ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇଛି। ଯାହା ଫଳରେ ୟୁଜର ୧୪ ଜୁନ ୨୦୨୪ ପର୍ଯ୍ୟନ୍ତ ଏବେ ଆଧାର ଅପଡେଟ କରିପାରିବେ ପୁରା ମାଗଣାରେ।

ଏହା ଦ୍ୱାରା ଏକ ପ୍ରକାରର ଲୋକଙ୍କୁ ଆସ୍ୱସ୍ତି ମଧ୍ୟ ମିଳିଛି। ପୁରା ଆରାମରେ ସମୟ ନେଇ ଆଧାର କାର୍ଡ ଅପଡେଟ କରିପାରିବେ। ଯଦି ଆପଣଙ୍କ ଆଧାର କାର୍ଡ ୧୦ ବର୍ଷରୁ ଅଧିକ ପୁରୁଣା ହୋଇଯାଇଥିବ ତେବେ ସହଜରେ ଆପଣ ଘରେ ବସି ଅନଲାଇନ କିମ୍ବା ଅଫ ଲାଇନ ପ୍ରସେସରେ ଏହାକୁ ପୁରା କରିପାରିବେ। ଏହି ଘୋଷଣା ପରେ ଲୋକଙ୍କୁ ଆଉ ୫୦ ଟଙ୍କା ଫିସ ଦେବାକୁ ପଡିବ ନାହିଁ।

ଆଧାରରେ ସବୁ ଡେମଗ୍ରାଫିକ ତଥ୍ୟ ଅପଡେଟ କରିବା ଏବେ ପୁରାପୁରି ଫ୍ରି। ଘରେ ବସି ଆପଣ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିପାରିବେ। ଦେଖିବାକୁ ଗଲେ ୧୪ ମାର୍ଚ୍ଚ ୨୦୨୪ ଶେଷ ତାରିଖ ରହିଥିବାରୁ ଅନେକ ଲୋକେ ନିଜର ଆଧାର କାର୍ଡ ଅପଡେଟ କରାଇପାରିନଥିଲେ। ସେଥିପାଇଁ ଅନେକ ଚିନ୍ତାରେ ମଧ୍ୟ ପଡିଯାଇଥିଲେ।

ଏମିତି ମଧ୍ୟ ଭାବୁଥିଲେ ହୁଏତ ୧୪ ମାର୍ଚ୍ଚ ପରେ ସେମାନଙ୍କୁ ଅପଡେଟ କରାଇବା ପାଇଁ ଫିସ ମଧ୍ୟ ଲାଗିପାରେ କିନ୍ତୁ ବର୍ତ୍ତମାନ ସରକାର ଏହାର ଡେଟ ଲାଇନକୁ ବୃଦ୍ଧି କରି ଲୋକଙ୍କୁ ଏକ ପ୍ରକାରର ଆସ୍ୱସ୍ତି ପ୍ରଦାନ କରିଛନ୍ତି। ତେବେ ଏଠି ଆମେ ନିଶ୍ଚୟ ଆପଣଙ୍କୁ ଜଣେଇଦେବୁ କି ହେଳା ନକରି ସମୟ ଥାଉ ଥାଉ ନିଜର ଆଧାର କାର୍ଡ ଅପଡେଟ କରାଇନିଅନ୍ତୁ।।ନଚେତ ପରବର୍ତୀ ସମୟରେ ହୁଏତ ଆପଣଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

Leave a Reply

Your email address will not be published. Required fields are marked *