ଡାକ୍ତର ଦେଲେ କେସ ମହିଳା ଏବେ ଜେଲ୍ ରେ । କିନ୍ତୁ ମହିଳାଙ୍କ ପାଇଁ ରାସ୍ତାକୁ ବାହାରିବେ ୫୦ ହଜାର ଲୋକ ।
ଡାକ୍ତରଙ୍କୁ ମାଡ଼ ମାରିଥିଲେ ମହିଳା । ଆଉ କେସ୍ ଦେଇଥିଲେ ଡାକ୍ତର । ତାପରେ ମହିଳାଙ୍କୁ ଉଠାଇ ନେଇଥିଲା ପୋଲିସ୍ । ଯାହାକୁ ଏବେ ସହି ପାରିନାହାଁନ୍ତି ଲୋକେ । ୫୦ ହଜାର ଲୋକ ଏବେ ମହିଳାଙ୍କ ପାଇଁ ଆନ୍ଦୋଳନକୁ ବାହାରିଛନ୍ତି । ଆଜ୍ଞା ହଁ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ ଗତ ଦୁଇ ଦିନ ତଳେ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଗିରଫ ହୋଇଥିଲେ ମହିଳା । ମୃତ ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମାଆ ସୁଜ୍ଞାନୀ ଗମାଙ୍ଗଙ୍କୁ ଗିରଫ କରିଥିଲା ପୋଲିସ୍ । ତେବେ କଡା ସୁରକ୍ଷା ଭିତରେ ପାରଳାଖେମୁଣ୍ଡି ପୋଲିସ୍ ସୁଜ୍ଞାନୀଙ୍କୁ କୋର୍ଟ ଚାଲାଣ କରିଥିଲା ।
କାର୍ଯ୍ୟରତ ଡାକ୍ତରଙ୍କୁ ଜୋତାରେ ମାଡ ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା । ଡାକ୍ତରଙ୍କ ଲିଖିତ ଅଭିଯୋଗ ପରେ ସିସି ଟିଭି ଭିଜୁଆଲକୁ ଭିତ୍ତି କରି ପ୍ରଥମିକ ତଦନ୍ତ କରୁଥିଲା ପୋଲିସ । ସୂଚନା ମୁତାବକ, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ରଶ୍ମୀରଞ୍ଜନ ମିଶ୍ରଙ୍କୁ ମାଡ ମାରିଥିଲେ ସୁଜ୍ଞାନୀ । ପ୍ରଥମେ ହାତ ପରେ ଜୋତାରେ ନନ୍ଷ୍ଟପ ମାଡ ମାରିଥିଲେ ଡାକ୍ତର ମିଶ୍ରଙ୍କୁ ।
ସୌଦାମିନିଙ୍କ ମା ସୁଜ୍ଞାନୀ ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ତିକିତ୍ସାଳୟକୁ ଯାଇ ଧାଡିରେ ପ୍ରଥମେ ଜଗିଲେ ପରେ ତାଙ୍କ ନମ୍ବର ଆସିଥ୍ଲା ଡ୍ୟୁଟିରେ କଣ୍ଠ,ନାସା ଓ ଗଳା ବିଶେସଜ୍ଞ ଡାକ୍ତର ରଶ୍ମୀରଞ୍ଜନଙ୍କୁ ନିଜ ଝିଅର ଶବବ୍ୟବଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ପରେ ସେ ହଠାତ୍ ନିଜେ ପିନ୍ଧିଥିବା ଜୋତା ବାହାର କରି ମାଡ ଉପରେ ମାଡ ମାରିଥିଲେ । ଆଉ ମହିଳାଙ୍କୁ ଗିରଫ କରିବା ପରେ ବର୍ତ୍ତମାନ୍ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ତେବେ ମୃତା ସୌଦାମିନୀଙ୍କ ମାଆ ସୁଜ୍ଞାନୀ ଗମାଙ୍ଗ ଗିରଫର ପ୍ରତିବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନର ଚେତାବନୀ ଦେଇଛି ଗଜପତି ଜିଲ୍ଲା ଆଦିବାସୀ ମହାସଂଘ ।
ତେବେ ନୀରିହ ଆଦିବାସୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ସଂପୃକ୍ତ ଷ୍ଟାଫ୍ ମାନଙ୍କୁ ବଦଳି କରାଯିବା ସହ ଘଟଣାକୁ ଚାପି ଦିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି । ଆହୁରି ମଧ୍ୟ ସଂପୃକ୍ତ ଡ଼ାକ୍ତରଙ୍କୁ ଗିରଫ ନକରି ଓଲଟି ମହିଳାଙ୍କୁ ପୋଲିସ୍ କଣ ପାଇଁ ଗିରଫ କଲା ବୋଲି ମହାସଂଘ ପ୍ରଶ୍ନ କରିଛି । ଆହୁରି ମଧ୍ୟ କୁହାଯାଇଛି ଏହି ଗିରଫ ପ୍ରତିବାଦରେ ଆଗକୁ ୩୦ରୁ ୫୦ ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇବେ ।