ବହୁତ ଶସ୍ତା ହୋଇଗଲା ବିମାନ ଯାତ୍ରା…ମାତ୍ର ୧୦୦ ଟଙ୍କା ଦେଇ ଆପଣ ବି କରିପାରିବେ ବିମାନ ଯାତ୍ରା।
ବାଇକ ଠାରୁ ବି ଶସ୍ତା ହେଲା ବିମାନ ଯାତ୍ରା। ମାତ୍ର ୧୦୦ ଟଙ୍କାରେ କରିହେଉଛି ଉଡାଣ। ମାସକ ଆଗରୁ କରିବାକୁ ପଡିବନି ବୁକିଂ। ଦୁଇ ଦିନ ଆଗରୁ ବି କରିପାରିବେ ଟିକେଟ।ହଁ ଆଜ୍ଞା ବିମାନ ଯାତ୍ରା ଆଉ ଏକ ସ୍ୱପ୍ନ ହୋଇ ରହିବ ନାହିଁ। ଯେକୌଣସି ସାଧାରଣ ଲୋକ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ଆକାଶ ପଥରେ କରିପାରିବେ ଯାତ୍ରା। ବିମାନ ଯାତ୍ରାର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଏବେ ବହୁତ ଶସ୍ତା ଦାମରେ ଏହି ଆନନ୍ଦ ମିଳି ପାରିବ। ଏଣିକି ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ଆପଣ ବି ମଧ୍ୟ ବିମାନରେ ଯାଇପାରିବେ।
ବିମାନ ଟିକେଟର ଦାମ ମାତ୍ର ୧୦୦ ଟଙ୍କା ଏକଥା ପଢି ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ। ହେଲେ ଏହା କିନ୍ତୁ ସମ୍ପୂର୍ଣ୍ଣ ଏବଂ ସତ ପ୍ରତିଶତ ସତ। କାରଣ ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ଅଫର ଆଣିଛନ୍ତି ଆଲାୟାନ୍ସ ଏୟାର। ଯେଉଁଥିରେ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ମୂଲ୍ୟରେ ବିମାନ ଟିକେଟ ମିଳିବାକୁ ଯାଉଛି।
ତେବେ ଆସନ୍ତୁ ଜାଣିବା ଏହି ଅଫର ସମ୍ପର୍କରେ।
ଆଲାୟାନ୍ସ ଏୟାରର ଏହି ସଂସ୍ଥା ବିମାନ ଟିକେଟ ବିଭିନ୍ନ ୱେବସାଇଟରେ ଉପଲବ୍ଧ ହେଉଛି। ଏହି ଟିକେଟର ମୂଲ୍ୟ ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ହେଉଛି। ଆଉ ଏଥିପାଇଁ ଆପଣଙ୍କୁ ମାସକ ଆଗରୁ ମଧ୍ୟ ବୁକିଂ କରିବାକୁ ପଡିବ ନାହିଁ। ଯଦି ଦିନେ ବା ଦୁଇଦିନ ପରେ ଆପଣଙ୍କୁ ଯାତ୍ରା କରିବାର ଅଛି ତେବେ ମଧ୍ୟ ଆପଣ ଏହି ଟିକେଟ ଶସ୍ତାରେ ପାଇପାରିବେ।
ତେବେ ଏହି ଶସ୍ତା ଟିକେଟ ଅଫର ଉପରେ ତର୍ଜମା କରିବା ପରେ ଜଣା ପଡ଼ିଛି ଯେ ସିଲଙ୍ଗରୁ ଗହ୍ବଆକୁ ବିମାନ ଟିକଟର ଦାମ ହେଉଛି ମାତ୍ର ୧୦୦ ଟଙ୍କା। ଏହି ଦୁଇ ସହର ମଧ୍ୟରେ ଦୂରତା ପାଖାପାଖି ପ୍ରାୟ ୯୦ କିଲୋମିଟର। ଯଦି ଆପଣ ପାହାଡିଆ ରାସ୍ତାରେ ବାଇକରେ ବି ଯିବେ ତଥାପି ଆପଣଙ୍କୁ ୧୦୦ ଟଙ୍କାରୁ ଅଧିକ ଖର୍ଚ୍ଚ ପଡିବ। ହେଲେ ଏବେ କିନ୍ତୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ଅତି ଆରାମରେ ଖୁବ କମ ସମୟ ଭିତରେ ବିମାନ ଯାତ୍ରା କରି ସିଲଙ୍ଗରୁ ଗହ୍ବଆଟିକୁ ପହଞ୍ଚି ପାରିବେ।
ଯାଞ୍ଚ ବେଳେ ଆହୁରି ମଧ୍ୟ ଜଣା ପଡିଛି ଯେ ଏ ଦୁଇ ସହର ମଧ୍ୟରେ ବିମାନ ଟିକଟର ପ୍ରକୃତ ମୂଲ୍ୟ ହେଉଛି ମାତ୍ର ୪୦୦ ଟଙ୍କା। ଆଉ ଏବେ ପୁଣି ଏଥିରେ ୩୦୦ ଟଙ୍କାର ଡ଼ିସକାଉଣ୍ଟ ଦିଆଯାଉଛି। ଏଣୁ ଏହି ଯାତ୍ରା ଲାଗି ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ମାତ୍ର ୧୦୦ ଟଙ୍କା।
ଆଲାୟାନ୍ସ ଏୟାରର ୱେବ୍ସାସାଇଟରେ ଏହି ଟିକଟର ମୂଲ୍ୟ ୪୦୦ ଟଙ୍କା ରହିଛି। ସେହିପରି goibibo ସାଇଟରେ ଏହି ଟିକେଟର ମୂଲ୍ୟ ୪୦୦ ଟଙ୍କା ଏବଂ happyfares ୱେବ୍ସାସାଇଟରେ ଟିକେଟର ଦାମ ୨୮୫ ଟଙ୍କା ରହିଛି। ଆଲାୟାନ୍ସ ଏୟାର ହେଉଛି AIR ହେଉଛି ASSETS HOLDING LIMITED ବା AIAHlଙ୍କ ପୂର୍ଣ୍ଣ ମାଲିକାନା ଅଧିନସ୍ଥ ଏକ କମ୍ପାନୀ। ଏହାକୁ ଭାରତ ସରକାରଙ୍କ ଏୟାର ଇଣ୍ଡିଆ ପୁଞ୍ଜି ପ୍ରତ୍ୟାହାର ପରେ ସ୍ଥାପନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ରିଜନାଲ କୋନେକଟିଭିଟି ସ୍କିମ ଅନ୍ତର୍ଗତ ଦେଶର ଛୋଟ ସହର ଗୁଡିକୁ ଯୋଡିବା ପାଇଁ ଏହାକୁ ତିଆରି କରାଯାଇଥିଲା। ଏହା ପାଖାପାଖି ୭୫ ଟି ସ୍ଥାନରୁ ଉଡାଣ କରୁଛି। ଦିଲ୍ଲୀ ମୁମ୍ବାଇ କୋଲକତା ହାଇଦ୍ରାବାଦ ଓ ବେଙ୍ଗାଲୁରୁରୁ ଏହା ରିଜନାଲ ସେବା ଦେଉଛି।