ସାପ ସାଜିଲା କାଳ । କରାଇ ଦେଲାନି ପୋ-ଲିସ୍ ଚାକିରି । ଅଧାରେ ରହିଗଲା ପରିବାରର ସ୍ବପ୍ନ।
ପୁଅ ପାଇଥିଲା ପୋ-ଲିସ୍ ଚାକିରି । ଆଉ ଦିନ କେଇଟା ପରେ ଜଏନ୍ କରିଥାନ୍ତା । ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସାଥୀ ସାହି ପଡିଶା ସମସ୍ତେ ଭାରି ଖୁସି ହୋଇଯାଇଥିଲେ । ଗର୍ବରେ ଛାତି କୁଣ୍ଢେମୋଟ ହୋଇ ଯାଉଥିଲା । ହେଲେ ସେମାନଙ୍କର ସେ ହଁସ ଖୁସି ବେଶୀ ସମୟ ରହିଲା ନାହିଁ । ସତେ ଯେପରି ସେହି ହଁସଖୁସିରେ କାହାର ଖରାପ୍ ନଜର ଲାଗିଗଲା । ସମସ୍ତେ ସାଙ୍ଗ ହୋଇ ଶୋଇଥିବା ବେଳେ ହଠାତ୍ ପୁଅ ଚି-ତ୍କାର କରିଥିଲା ଆଉ ଚି-ତ୍କାର ଶୁଣି ସମସ୍ତେ ପୁଅ ପାଖକୁ ଦୌଡ଼ି ଗଲା ବେଳକୁ ପୁଅର ଦେହ ନୀଳ ପଡ଼ି ଯାଇଥିବା ବେଳେ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିଲା ।
ଆଉ ଏହାକୁ ଦେଖି ପରିବାର ଲୋକେ ପୁଅକୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇ ଯାଇଥିଲେ । ହେଲେ ଡ଼ାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ଏକଥା ଶୁଣିବା ପରେ ପରିବାର ଲୋକଙ୍କ ମୁଣ୍ଡରେ ଯେପରି ଚଡ଼କ ପଡ଼ି ଯାଇଥିଲା । ମୁଣ୍ଡ ବୋବାଳିରେ ଫାଟି ପଡ଼ିଲା ମେଡିକାଲ୍ ପରିସର । ମୃ-ତ୍ୟୁ ସାପ ରୂପରେ ଆସି ପୁଅକୁ ଦଂଶନ କଲା ଆଉ ଭେଣ୍ଡିଆ ପୁଅର ଜୀବନ ନେଇଗଲା ।
ହଁ ଆଜ୍ଞା ବନ୍ଧୁଗଣ ୨୦୧୫ ମସିହା ରେ ହିନ୍ଦୋଳ ବ୍ଲକ କଂସାରା ଗାଁର ଏହି ଘଟଣା । ୨୧ ବର୍ଷ ଭେଣ୍ଡିଆ ପୁଅର ଯିଏ ପୋ-ଲିସ୍ ଚାକିରି କରି ବାପା ମାଙ୍କ ଦୁଃ-ଖ ଦୂର କରିଥାନ୍ତା ତାର ସାପ କାମୁଡାରେ ଜୀବନ ଯିବା ପରେ ବୁଢା ବାପା ମା’ ପ୍ରଶାସନିକ ସହାୟତା ରାଶି ପାଇ ପାରିଲେ ନାହିଁ । ଆଉ ଯାହାକୁ ନେଇ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହେଉଥିଲେ ପରିବାର ଲୋକେ । ହେଲେ ସବୁଥର ତାଙ୍କୁ ନି-ରାଶ ହୋଇ ଫେରିବାକୁ ପଡୁଥିଲା । ଗୋଟାଏ ପଟେ ପୁଅ ଚାଲି ଯିବାର ଦୁଃ-ଖ ଓ ଅନ୍ୟପଟେ ହତାଦର ହେବାର ଯ-ନ୍ତ୍ରଣା ଯାହାକି ତାଙ୍କୁ ରାତିରେ ଶାନ୍ତିରେ ଶୋଇବାକୁ ଦେଉନଥିଲା ।
ଆଉ ଦୀର୍ଘ ୮ ବର୍ଷର ସଂଘର୍ଷ ପରେ ଏବେ ମାନ୍ୟବର ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବା ଉପରେ ଘରେ ଆନନ୍ଦର ଲହରୀ ଖେଳିଯାଇଛି । ହଁ ଦର୍ଶକବନ୍ଧୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଂସାରା ଗାଁ ମୁଣ୍ଡିଆ ସାହିର ବାସିନ୍ଦା ରସାନନ୍ଦ ଭୋଇ ଓ ଶ୍ରିରୂପଶ୍ରୀ ଭୋଇ ଅତି ଗରିବ ଭଙ୍ଗା ଚାଳ ଘରେ ଦୟନୀୟ ସ୍ଥିତି ବିତାଉଛନ୍ତି । ତାଙ୍କ ବଡ଼ ପୁଅ ଶୁଭେନ୍ଦୁର ଶୋଇଥିବା ଅବସ୍ଥାରେ ସାପ କାମୁ-ଡ଼ାରେ ମୃ-ତ୍ୟୁ ହୋଇଯାଇଥିଲା । ଆଉ ସବୁଠାରୁ ଦୁଃ-ଖର ବିଷୟ ଥିଲା ସେ ଦିନ କେଇଟା ପରେ ଓଡ଼ିଶା ପୋ-ଲିସ୍ ଚାକିରି କରିଥାନ୍ତେ । ଦୀର୍ଘ ବର୍ଷର ସଂ-ଘର୍ଷ ପରେ ଏବେ ଖୁସି ଖବର ମିଳିଛି ।