ପୁଅ ପ୍ରତାରଣା କଲେ ଜେଲ୍ ଝିଅ କଲେ ମାଫ୍

ଭାରତର ପରମ୍ପରା,ଭାରତର ଭାଇଚାରା,ଭାରତର ପାରିବାରକୁ ଧ୍ଵଂସ ଏବଂ ନଷ୍ଟ କରିବା ପାଇଁ ଏଇଟା ଗୋଟେ ବାଟ କହିଲେ ଅତ୍ୟୁକ୍ତି ହେବ ନାହିଁ।ଯେତେବେଳେ ଗୋଟେ ସରକାରୀ ଦଳ କାମଟେ କରନ୍ତି ତାକୁ ଜେନେରାଲ ସେନ୍ସରେ ବିରୋଧୀ ଦଳମାନେ ଏନାଲିସିସ କରନ୍ତି। ଯେଉଁ ଲୋ’ଟା ଏବେ ହେବାକୁ ଯାଉଛି ଏହା ଦ୍ବାରା ସମାଜରେ କଣ ଇଫେକ୍ଟ ପଡ଼ିବ,ଏହା ଦେହରେ ଭଲ କେତେ ଖରାପ କେତେ,ଏହାକୁ ଏନାଲିସିସ କରିବା କାମ କାହାର ବିରୋଧୀ ଦଳର। ଯେଉଁମାନେ ବିରୋଧୀ ଦଳ ସେମାନେ ଲୋକମାନଙ୍କର ସମସ୍ୟାକୁ ନେଇ ବିରୋଧ କରୁ ନାହାଁନ୍ତି। ଆମର ଇଣ୍ଟେନସନ୍ ଯେ କେବଳ ଜଣଙ୍କୁ ବ୍ଲେମ୍ କରିବା ନୁହେଁ ଆମର ଇଣ୍ଟେନସନ୍ ହେଉଛି ପବ୍ଲିକ କେମିତି ନ୍ୟାୟ ପାଇବ ।

ଏଇଟା ହିଁ ଲୋକମାନଙ୍କର ଭୂମିକା। କିନ୍ତୁ ବର୍ତ୍ତମାନ ସେମାନେ ପଥ ବୁଡ଼ି ଯାଇଛନ୍ତି। ସେମାନେ କହୁଛନ୍ତି ଆମକୁ ସତ୍ୱା ଦରକାର,ଆମକୁ ଚୌକି ଦରକାର। ଗୋଟେ ସମୟ ଥିଲା ପ୍ରେସ ରିପୋର୍ଟର ମାନଙ୍କୁ ଡାକିକି ତାଙ୍କ ସହ ଡାଇରେକ୍ଟ କଥା ହେଉଥିଲେ। ଏବଂ ପ୍ରେସ ରିପୋର୍ଟର ମାନଙ୍କ ନାଁ ଶୁଣିଲେ ସରକାରୀ ଦଳ, ଜେନେରାଲ ଦଳ, ଜେନେରାଲ ପବ୍ଲିକ, ଅଫିସର୍ସ୍ ଏମାନଙ୍କ ଛାତି ଭିତରେ କେଉଁଠି ନା କେଉଁଠି ଗୋଟେ ଜଳା ଉଠୁଥିଲା। ଜଣେ ରିପୋର୍ଟର ଆସୁଛନ୍ତିମାନେ ତାଙ୍କର ଗୋଟେ ସ୍ଵତନ୍ତ୍ର ମର୍ଯ୍ୟାଦା ଥିଲା।

ଗୋଟେ ପ୍ରେସମିଟ କରି ତାଙ୍କୁ ଅପେକ୍ଷା କରୁଥଲେ। ଯେଉଁମାନେ ଶାସନ କରୁଛନ୍ତି, ଯେଉଁମାନେ ବିରୋଧୀ ଦଳରେ ଅଛନ୍ତି ।ବିରୋଧୀ ଦଳର ଲୋକମାନେ ପୁରା ଗୋଡ଼ ଟେକିକି ଅଛନ୍ତି କେଉଁଦିନ ଶାସକ ଦଳ ଆମକୁ ଡାକିବେ ଆମେ ସେଇଆଡ଼କୁ ଦୌଡ଼ିକି ପଳେଇବୁ। ଲୋକମାନେ ବି କିଛି ବୁଝୁନାହାଁନ୍ତି। ମହିଳାମାନେ ଏବେ ତିଆରି କରିଦେଲେ ଏବେ ସ୍ଵତନ୍ତ୍ର ପୁରୁଷ ଧ୍ଵଂସ ଆଇନ୍। ତାକୁ ଆପଣ ଦେଖୁଛନ୍ତି କେହି ବିରୋଧ କରୁଛନ୍ତି। ଭାରତ ସ୍ୱାଧୀନ ହେବାର ୭୫ବର୍ଷ ବିତି ଗଲାଣି ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଭାରତ ସ୍ୱାଧୀନତା ପାଇଲା। ଆପଣ ଏ ଆଇନ୍ ଗୁଡ଼ିକ ଦେଖିଲେ ଆପଣ ଭାବି ପାରୁଛନ୍ତି ପୁରୁଷମାନେ ସ୍ଵାଧୀନତା ପାଇଛନ୍ତି।

ଯଦିଓ ଆମର ସମ୍ମାନୀୟ ଗ୍ରନ୍ଥ କହିଲେ ଲୋ ଆଗରେ ପୁରୁଷ ଆଉ ମହିଳା ସମାନ ଅଧିକାର ପାଇବେ।ଯଦି ତୁମେ କହିଲ ପ୍ରତିଶ୍ରୁତି ଦେଇ ପ୍ରତାରଣା କଲା ପରେ ପୁଅକୁ ଦଶ ବର୍ଷ ଜେଲ ହେଇଯିବ,ଝିଅ ପାଇଁ କଲନି। ଝିଅ ଯେଉଁଠି ପ୍ରତିଶ୍ରୁତି ଦେଇ ତାର ବ୍ୟାକ୍ ଓହୋରିକି ପଳେଇ ଆସିବ, ଗୋଟେ ପୁଅର କଣ ମାନ,ସମ୍ମାନ, ଇଜ୍ଜତ, ପରିଚୟ,ମହତ ତାର କିଛି ନାହିଁ। ତାମାନେ ସେ ସ୍ଵାଧୀନ। ଏବଂ ଆଉ ଗୋଟେ ଜିନିଷ ଆପଣ ଦେଖିବେ ଏ ସବୁ ଘଟଣାଗୁଡ଼ିକରେ ଆପଣ ଭାବୁଛନ୍ତି ନେତା,ମନ୍ତ୍ରୀଙ୍କର ପିଲାମାନେ ପଢ଼ିବେନି। ତାଙ୍କ ପିଲା ଆଗ ପଢ଼ିବେ। କିନ୍ତୁ ଯେହେତୁ ପବ୍ଲିକ ଆୱାରନେସ୍ ନାହିଁ ସାଧାରଣ ଜନତା ଜାଣି ପାରୁନି,କେହି ଡରିବେନି।

ଯେମିତି ଚାଲୁଥିଲା ସେମିତି ଚାଲିବ। ଆଗରୁ ଯେମିତି ପ୍ରେମ କରୁଥିଲେ ସେମିତି ପ୍ରେମ କରିବେ। ଯେମିତି ଗୋଟେ ସମାଜକୁ ବଞ୍ଚିବା ପାଇଁ ହେଲେ,ସମାଜରେ ତିଷ୍ଠି ରହିବା ପାଇଁ ହେଲେ ପୁରୁଷମାନଙ୍କର ଯେତିକି ଅଧିକାର ଅଛି ମହିଳାମାନଙ୍କର ମଧ୍ଯ ସେମିତି ସମାନ ଅଧିକାର ଅଛି। ଗୋଟେ ରୁମ୍ ଭିତରେ ଦଶ ଜଣ ପୁଅ ବର୍ଷସାରା ରହିଯିବେ କିନ୍ତୁ ଗୋଟେ ରୁମ୍ ଭିତରେ ଆପଣ ଚାରିଟା ଝିଅକୁ ରଖି ପାରିବେ, ସେମାନେ ମରିଯିବେ ଚୁଟି ଘୋଷୋଡ଼ା ହେଇ। ସେଥିପାଇଁ ମୁଁ ଅନୁରୋଧ କରୁଛି ପୋଲିଟିସିଆନ ମାନଙ୍କୁ ଯେ ନିଜ କଥା ଚିନ୍ତା ନକରି ସମାଜ ପାଇଁ କିଛି ଚିନ୍ତା କରିବା ଦରକାର । ପୁରୁଷମାନେ ଆଗରୁ ବି ଟର୍ଚର୍ ହଉଥିଲେ, ଏବେବି ହେଉଛନ୍ତି ଆଉ ଆଗକୁ ମଧ୍ୟ ହେବେ ଯେତେଦିନ ପର୍ଯ୍ୟନ୍ତ ଆମ ପୁରୁଷ ମାନେ ସାମୁହିକ ଭାବେ ଏହା ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ନାହାଁନ୍ତି।

Leave a Reply

Your email address will not be published. Required fields are marked *