“ସାନଲିଶାଙ୍କୁ ଗ୍ରୁପରୁ କେହି ଜଣେ କା-ଟି ଦେଇଛି । ସେ ଯିବା ବେଳକୁ ଜାଣିଲା” : ଅଖିଳ ପଟ୍ଟନାୟକ ।
ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ୫ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲେ ଚର୍ଚ୍ଚାରେ ଥିବା ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ । ଓଡ଼ିଆ ଫିଲ୍ମ ଜଗତକୁ ବଞ୍ଚାଇବା ତାଙ୍କ ଧାରଣାର ଲକ୍ଷ୍ୟ ବୋଲି ସେ କହିଥିଲେ । ସରକାର ତାଙ୍କ ଦାବି ପୂରଣ ନ କରିବା ଯାଏ ସେ ଧାରଣା ଜାରି ରଖିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେବେ ସନଲିଶାଙ୍କ ସମର୍ଥନରେ ଧାରଣାରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ଓଲିଉଡ଼ର ଛୋଟ ବଡ଼ ସମସ୍ତ କଳାକାର ତଥା ବିଭିନ୍ନ ଅଭିନେତା ମାନଙ୍କୁ ।
ଆଉ ସେମାନଙ୍କ ମଧ୍ୟରୁ ଉପସ୍ଥିତ ଥିଲେ ଅଭିନେତା ଅଖିଳ ପଟ୍ଟନାୟକ । ଧାରଣା ପରେ ସେ ଓଲିଉଡ଼ରେ ଚାଲିଥିବା କଳି ତଥା ସାନଲିଶାଙ୍କ ବିଷୟରେ ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ । ଆଜ୍ଞା ହଁ ନିକଟରେ ଏକ ସାକ୍ଷାତକାର ସମୟରେ ଅଖିଳ ପଟ୍ଟନାୟକ କହିଛନ୍ତି ଯେ, “ସାନଲିଶା ଗଲା ବେଳକୁ କଣ ହେଇଛି ନା କେହି ଜଣେ ତାଙ୍କୁ ଗ୍ରୁପ୍ ରୁ କାଟି ଦେଇଛି । କଣ ଗୋଟେ କିଏ ଲେଖି ଦେଇଛି ଆଉ ସେଇଟା ରୋଲିଂ ଚାଲୁଛି । ହଁ ସାନଲିଶା ଏମିତି କହିଲେ, ସେପଟେ ଚାଲିଛି ପ୍ରୀତମ ଭାଇ ଏମିତି କହିଗଲେ ।
ଅନ୍ୟପଟେ ଚାଲିଛି ଟୁଟୁ ଭାଇ ରାଗିକି ଜଳୁଛନ୍ତି । ସେ ୩ଟା ଯାକ ଚାଲୁ କିଛି ଅସୁବିଧା ନାହିଁ । କିନ୍ତୁ ଗୋଟେ କଥା ହେଉଛି ଯେତେବେଳେ ଆମର ଗୋଟେ ଅର୍ଗାନାଇଜେସନ୍ କରିଛେ । ସେଥିରେ ଆମେ କିଛି ଲୋକଙ୍କୁ ରଖିଛେ, କିଛି ଧଳିଆ ପଶିଯିବେ, କିଛି ନାଲିଆ ପଶିଯିବେ, କିଛି ନେଳିଆ ପଶିଯିବେ ସେ ସବୁ କଲରକୁ ମିଶେଇ ହ୍ୱାଇଟ୍ କରି ଦେବାର ଅଛି । ସାନଲିଶା ତୋ ବଢ଼ିଆ ସମ୍ବଲପୁରୀ ଶାଢ଼ୀ ଟା ପିନ୍ଧିକି ଯାଇଥିଲା ଆମ ସାଙ୍ଗରେ । ଆଉ ଆମେ ତୋ ଗଲୁ ତାଙ୍କ ସାଙ୍ଗରେ ଆମ ଭଉଣୀ ଟା ସାନଲିଶା ସେ ତୋ ଆମ ସାଙ୍ଗରେ ଆସି ବସିଲା । ଆଉ ମେସେଜରେ ମନୋଜ୍ ମିଶ୍ର ଲେଖୁଥିଲେ ମଧ୍ୟ ବଢ଼ିଆ । ଆଉ ସେପଟର ବହୁତ୍ ବଢିଆ ବଢିଆ ଆର୍ଟିସ୍ଟ ସବୁ ମେସେଜ ଦେଇଛନ୍ତି ।
ମୋତେ ତୋ ମିନିମମ୍ ୧୫/୨୦ଟା ଫୋନ୍ ଆସିଛି । କାଇଁ କେହି କିଛି ତୋ କହି ନାହାଁନ୍ତି ବିଭାଜନ ଏଟା ସେଟା କଥା । ବିଭାଜନ କଥା ଯିଏ କହିଛନ୍ତି ତାର ଗୋଟେ ସ୍ବାର୍ଥ ଥିବ । ସେମିତି କିଛି ନାହିଁ ଆମେ ଏକ, ଆମେ ଉତ୍କଳ” । ଶେଷରେ ଅଖିଳ ପଟ୍ଟନାୟକ କହିଥିଲେ ସେ ଭୁଲ୍ ମାଗିଲେ ଏଥିପାଇଁ ଯେ ସେ କାହାକୁ କଷ୍ଟ ଦେବାକୁ ଚାହାଁନ୍ତି ନାହିଁ ସମସ୍ତଙ୍କୁ ସେ ଭଲ ପାଆନ୍ତି । ଆହୁରି ସାନଲିଶା ହଲ୍ କରିବାକୁ ବାହାରିଲାଣି ତେଣୁ ତାଙ୍କୁ ସହଯୋଗ କରିବାକୁ କହିଥିଲେ ।