ସିଜରିଂ କରିଲନି ମୋ ଛୁଆ ମ-ରିଗଲା

“ମୋତେ ଡାକ୍ତର କହିଥିଲେ ମୋର ସିଜରିଙ୍ଗ ହେବ। ମୁଁ ତ ସିଜରିଙ୍ଗ କରିଥାନ୍ତି ନର୍ମାଲ କାହିଁକି କଲ”? ମୋର ସିଜରିଙ୍ଗ ଥିଲା ନା, ସେ କାହା ଓର୍ଡରରେ ମୋର ନର୍ମାଲ କଲେ। ମୋର ରିପୋ-ର୍ଟରେ ସିଜରିଙ୍ଗ ବାହାରିଥିଲା। ମୁଁ ଚାନ୍ଦପୁରରେ ଟ୍ରିଟମେଣ୍ଟ ହେଉଥିଲି , ସେଠିକାର ଡାକ୍ତରମାନେ କହିଥିଲେ କି ସିଜରିଙ୍ଗ ହେବ। ସେ ମୋର କାହିଁକି ନର୍ମାଲ କଲେ। ମୁଁ ତ କହୁଛି ନର୍ମାଲ ହେଲେ ମୋ ଛୁଆ କ୍ଷତି ହେବ ବୋଲି, ମୋ କଥା କାହିଁକି ଶୁଣିଲେଣି। ମୋର ସିଜରିଙ୍ଗ ପୋଜିସନ୍ ତ ସେଥିପାଇଁ ମୁଁ ଚାନ୍ଦପୁର ହସ୍ପିଟାଲରୁ ରେ-ଫର୍ ହେଇଥିଲି କ୍ୟାପିଟାଲ ହସ୍ପିଟାଲକୁ ।

ଏଠିକାର ଡାକ୍ତରମାନେ ବି ମୋର ସବୁ ରିପୋର୍ଟ୍ ଚେକ୍ କଲେ ଆଉ ମୋର ଅଲଟ୍ରାସାଉଣ୍ଡ ବି କଲେ ଆଉ କହିଲେ କି ତମର ସିଜରିଙ୍ଗ ହେବ। ରାତି ଦୁଇଟାରେ ମୋର ପେନ୍ ଷ୍ଟାର୍ଟ ହେଲା। ତ କିଛି ନର୍ସ ଆଉ ଜଣେ ଡ଼ାକ୍ତର ଆସି କହିଲେ କି ତମର ନର୍ମାଲ ଡେଲିଭରି କରିଦେବା।

କିନ୍ତୁ ମୁଁ କହିଲି ମୋର ତ ରିପୋ-ର୍ଟରେ ସିଜରିଙ୍ଗ ଲେଖା ଅଛି ମୁଁ ସିଜରିଙ୍ଗ ହେବି। ସେମାନେ କହିଲେ କି ନାଇଁ ତମର ଛୁଆ ପୁରାପୁରି ଠିକ୍ ଅଛି। ମୁଁ କହିଲି ନାଇଁ ନର୍ମାଲ ହେଲେ ମୋ ଛୁଆର କ୍ଷତି ହବ। ସେମାନେ କହିଲେ ନାଇଁ ଛୁଆର କିଛି ହବନି। ତାପରେ ମୋ ପେଟରେ ପ୍ରେସର୍ ପକେଇ ଛୁଆ ବାହାର କଲେ ଆଉ ମୋ ଭଉଣୀକୁ ଦେଲେ ଆଉ ତାକୁ କହିଲେ କି ତାକୁ ଶିଶୁ ୱାର୍ଡକୁ ନେଇଯାଅ।

ମୋ ଛାତି ଉପରେ ଖାଲି ଟିକେ ଛୁଆକୁ ରଖି ନେଇଗଲେ।ମୁଁ ତ କହୁଛି ନର୍ମାଲ ହେଲେ ମୋ ଛୁଆ କ୍ଷ-ତି ହେବ ବୋଲି, ମୋ କଥା କାହିଁକି ଶୁଣିଲେଣି। ହଁ ଏବେ ମୋ ଛୁଆର ଡେଥ୍ ହେଇଯାଇଛି। କାହିଁକି ସେ ମୋର ସିଜରିଙ୍ଗ କେଶଟିକୁ ନର୍ମାଲରେ ନେବେ।ମୁଁ ଏବେ ସୁପର୍ ଟେନ୍ଡେଣ୍ଟଙ୍କ ପାଖରେ ଆପ୍ଲିକେସନ୍ କରିବି।

Leave a Reply

Your email address will not be published. Required fields are marked *