ମୁଁ ସବୁବେଳେ କାନ୍ଦେ, ହେଲେ ମୋ କାନ୍ଦ କେହି ଦେଖି ପାରନ୍ତିନି
ମୁଁ ସବୁବେଳେ କାନ୍ଦେ, କିନ୍ତୁ ସେ କାନ୍ଦ କେହି ଦେଖି ପାରନ୍ତିନି, ମୁଁ ହସିକି କାନ୍ଦେ ମୁଁ ଯେତେବେଳେ କାରଣ ଯେଉଁ ଦିନ ଲୋକଙ୍କ ଆଗରେ ତମେ କାନ୍ଦିବ ଲୋକ ତମକୁ ସାହାର୍ଯ୍ୟ କରିବେନି ଲୋକ ତା’ର ମଜାକ୍ ଉଡେଇବେ ଆଗରେ ବହୁତ୍ ସିମ୍ପାତି ଦେଖେଇବେ କିନ୍ତୁ ପଛରେ ଭାରି ମଜାକ୍ ଉଡେଇବେ, ସେଇଟା ଯେତେବେଳେ ତମେ ଶୁଣିବ ବେଶି କଷ୍ଟ ଲାଗିବ।ଗୋଟେ ୟୁନିଭର୍ସାଲ୍ ପାୱଆର୍ ଅଛି ତମେ ତାକୁ କାଳୀ ରୂପ ଦେଇପାରନ୍ତି, ହନୁମାନଙ୍କ ରୂପ ଦେଇପାରନ୍ତି, ରାମଚନ୍ଦ୍ର ଙ୍କ ରୂପ ଦେଇପାରନ୍ତି କିନ୍ତୁ ଗୋଟେ ସ୍ପେଶାଲ୍ ପାୱଆର୍ ଅଛି ତମେ ଯଦି ତାକୁ ଯାହା ପଜିଟିଭ୍ଲି ମାଗିବ ସେ ନିଶ୍ଚିତ ତମକୁ ଦେବେ।
ଏତେ ଏକା ରହିଛି ଯେ ପିଲା ଦିନରୁ ମୁଁ ଆଉ ଏକାଟା କେବେ ଫିଲ୍ କରି ପାରୁନି, ମୁଁ ଏକାନ୍ତ ଟା ଫିଲ୍ କରୁଛି। ଏକୁଟିଆ ରହିବ ଆଉ ଏକାନ୍ତ ରହିବା ଭିତରେ ପାର୍ଥକ୍ୟ ଅଛି ମୁଁ ଆଜି ଯେଉଁ ମାଆଙ୍କୁ ଧରିଛି ମୁଁ ଏକାନ୍ତରେ ଅଛି ଆଉ ଏକାନ୍ତରେ ବହୁତ୍ ପ୍ଲେଜର୍ ମିଳେ, ଏକୁଟିଆରେ ଭାରି କଷ୍ଟ ମିଳେ। ଯେଉଁମାନେ ନାସ୍ତିକ ଯେଉଁମାନେ ଭାବନ୍ତି ଯେ ନାହିଁ କୌଣସି ଶକ୍ତିର ପ୍ରଭାବ ନାହିଁ କିଛି ନାହିଁ।
ଆପଣ ହାର୍ଟ ଭିତରୁ ଯାହାଙ୍କୁ ଭଲପାଉଛନ୍ତି ତାଙ୍କୁ ଅନ୍ତରରୁ ଭଲପାଆନ୍ତୁ ଆପଣ ଜାଣି ପାରିବେ ସେ କଥା ଶୁଣୁଛନ୍ତି ଆଉ ଆପଣଙ୍କୁ ସବୁ ଅସୁବିଧାରେ ସାହାର୍ଯ୍ୟ କରୁଛନ୍ତି। ମୁଁ ବହୁତ୍ ପରୀକ୍ଷା କରି ଦେଖି ସାରିଛି ଇଭିନ୍ ମୋ କଥା ନୁହେଁ ମୁଁ ଏବେ ନିକଟରେ ମୋର ଜଣେ ଭଣଜା ତାଙ୍କ କଥା ବି ମୁଁ କହିବି ତାଙ୍କ ପାଇଁ ମୁଁ ପୂଜା କରିଥିଲି ଲୋକ ମାନଙ୍କୁ କହିଲେ ସେ ସେଇଟା ବିଶ୍ଵାସ କରିବେନି ସେ ସମ୍ପୂର୍ଣ ସୁସ୍ଥ, ଯେଉଁ ରୋଗଟାକୁ କେହି କହି ପାରିବେନି ସେ ସୁସ୍ଥ ହେବ ବୋଲି।
ମୁଁ ସେମିତି କିଛି ଜିନିଷ କରି ନାହିଁ ଯେ ଲୋକମାନେ ଯେଉଁଥି ପାଇଁ କି ମୋତେ ଟ୍ରୋଲ୍ କରିବେ କିନ୍ତୁ କିଛି କାହାଣୀ ଅଛି ଯେଉଁ ଗୁଡାକୁ ଆମେ କହିବା ମାନେ ପରଦା ପଛର କାହାଣୀ ଲୋକ ନବୁଝିକି ମୋତେ ଗାଳି ଦିଅନ୍ତି, ଟ୍ରୋଲ୍ କରନ୍ତିନି ଡାଇରେକ୍ଟ ଗାଳି ଦିଅନ୍ତି। ମୁଁ ମନ ଦୁଃଖ କରେନି କାହିଁକି ନା ମୁଁ ଜାଣିଛି ଯେ ଏଇଟା ଗୋଟେ ମୋର ଭାଗ୍ୟ ତମର ଯଦି ସୋଧା ଶୁଣିବାର ଥିବ ଗାଳି ଶୁଣିବାର ଥିବ ତମେ ଶୁଣିବ ଯେତେ ଭଲ କାମ କରିଲେ ବି। ମୁଁ ବି ସେଇ ଦିନକୁ ଅପେକ୍ଷା କରିଛି ଯେବେ ମୋର ଦର୍ଶକ ମୋ ଓଡ଼ିଶାବାସୀ ସବୁ ସତ୍ୟାସତ୍ୟ ଜାଣିକି ମୋତେ ବୁଝି ପାରିବେ ଆଉ ମୋତେ ଭଲପାଇବେ।