କିଏ ଏହି ଦବଙ୍ଗ IPS ଅଫିସର ଯିଏ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ।
ଲେଡି ଦବଙ୍ଗ IPS ଅଫିସର। ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ। ୨୦ ବର୍ଷରେ ୪୦ ଥର ଟ୍ରାନ୍ସଫର। IPS ଅଫିସରଙ୍କ କଥା ଆସିବ ମାନେ ସାମ୍ନାକୁ ଆସିଯାଏ ଅନେକ ଦବଙ୍ଗ ଅଫିସରଙ୍କ ନାଁ କିନ୍ତୁ ଏମିତି କିଛି ଅଫିସର ଅଛନ୍ତି ଯିଏକି ନିଜ କାମ ପାଇଁ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏପରି ଜଣେ IPS ଅଫିସର ହେଉଛନ୍ତି ଡି ଅବା ମଗିଲ। ନିଜର କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଲେଡି ଦବଙ୍ଗ IPS ଅଫିସର ଭାବେ ପରିଚିତ। ନାଁ ତାଙ୍କୁ ଅଟକାଇ ପାରିଛି ବଡ଼ ନେତାଙ୍କର ଚାପ ନାଁ ଲାଞ୍ଚର ପ୍ରଲୋଭ। ଅନେକ ପ୍ରତିବନ୍ଧକ ଆସିଥିଲେ ମଧ୍ୟ ତାଙ୍କ ସାମ୍ନାରେ ସାଜି ପାରିନାହିଁ କଣ୍ଟା। ତାଙ୍କର ୨୦ ବର୍ଷ କାର୍ଯ୍ୟକାଳ ଭିତରେ ସେ ୪୦ ଥର ହୋଇଛନ୍ତି ଟ୍ରାନ୍ସଫର।
ଡି ରୁପା କର୍ଣ୍ଣାଟକ କ୍ୟାଡ଼ରର ଆଇ.ପିଏସ ଅଫିସର ନିର୍ଭର ଏବଂ ସଚୋଟ ପଣିଆର ସେ ହେଉଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ। କିରଣ ବେଦୀଙ୍କ ପରେ ସବୁଠାରୁ ଶକ୍ତିଶାଳୀ ମହିଳା ଆଇ. ପିଏସ ମହିଳା ଭାବେ ଡି ରୁପା ଖୁବ ଜଣାଶୁଣା। ସେ ନିଜ କ୍ୟାରୀୟରରେ ଅନେକ କେସ ସଲ୍ଫ କରିଛନ୍ତି।
୨୦୦୦ ମସିହାରେ ସର୍ଭଭାରତୀୟ ପ୍ରଶାସନିକ ସେବାରେ ୪୩ ରାନରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ସହିତ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଟ୍ରେନିଂରେ ପଞ୍ଚମ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଥିଲେ।ଆଏ.ପିଏସ ଡି ରୁପା କର୍ଣ୍ଣାଟକ କୁବେନ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି।୨୦ ବର୍ଷ କାର୍ଯ୍ୟ କଳାପ ମଧ୍ୟରେ ସେ ପ୍ରାୟ ୪୦ ଥର ହୋଇଛନ୍ତି ଟ୍ରାନ୍ସଫର। ତେବେ ତାଙ୍କର ସାହସିକତାର ପରିଚୟ ଦେଇଥାଏ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା।
୨୦୦୪ ମଧ୍ୟପ୍ରଦେଶର ଅଦାଲତର ଆଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ଡି ରୁପା। ତାଙ୍କର ସାହସିକତାର ଅନେକ କେସ ସାମ୍ନାକୁ ଆସିଛି। ସେ ତାମିଲନାଡୁ ଡି.ଆଇଜି ଥିବା ବେଳେ ସୋସିକଳାଙ୍କ ଭଳି ପ୍ରମୁଖ ନେତାଙ୍କୁ ଜେଲରେ ମିଳୁଥିବା ଅନାବଶ୍ୟକ ସୁବିଧାର କରିଥିଲେ ପର୍ଦାଫାସ।
୨୦୧୩ ରେ ଡିସିପି ଭାବେ ଯୋଗ ଦେବା ପରେ ଖାଲି M.L.A/M P ମାନେ ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏ.ସିଏ ରୂପାଙ୍କୁ ମଧ୍ୟ ନିୟମ ବାହାରେ ନେଇଥିବା ଗାଡିର ମଧ୍ୟ ବ୍ୟବହାର ଉପରେ ରୋକ ଲଗାଇଥିଲେ। ଏପରି ଅନେକ ଥର ସେ ରାଜନେତା ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ମାନଙ୍କର ଆମ୍ନା ସାମ୍ନା ହୋଇଛନ୍ତି। ଏଥିପାଇଁ ତାଙ୍କୁ ଅନେକ ଚାପ ଓ ଟ୍ରାନ୍ସଫରର ସାମ୍ନା କରିବାକୁ ପଡିଛି। କିନ୍ତୁ ଏଥିରେ ବିଚଳିତ ହୋଇନାହାନ୍ତି ଡି ରୁପା। କେବେବି ସେ ତାଙ୍କର କାମ ଉପରେ କୌଣସି ଆଞ୍ଚ ଆସିବାକୁ ଦେଇନାହାନ୍ତି।