ମୋ ସାଙ୍ଗ ଆଜି ରାଷ୍ଟ୍ରପତି ଆଉ ମୁଁ ଏଠି ଜରି ପାଲ ଘରେ ରହିଛି। ମୋ ପାଖରେ ସେହି ସକ୍ଷମ ନାହିଁ ମୁଁ ଦେଖାକରିପାରିବି।

ମୋ ସାଙ୍ଗ ଆଜି ରାଷ୍ଟ୍ରପତି ଆଉ ମୁଁ ଏଠି ଜରି ପାଲ ଘରେ ପଡିରହିଛି। ମୋ ପାଖରେ ସେହି ସକ୍ଷମ ବି ନାହିଁ ଆଜି ମୁଁ ଚାହିଁଲେ ବି ମୋର ରାଷ୍ଟ୍ରପତି ସାଙ୍ଗକୁ ଦେଖା କରିପାରୁନି।ହଁ ଆଜ୍ଞା ଏ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଗୌରୀ ମଲ୍ଲିକ। ହାତର ସେହି ସ୍କୁଲ ସମୟର ଫୋଟ ଧରି ବହୁତ କିଛି ଭାବୁଛନ୍ତି। ଭାବିବେନି ବା କେମିତି କାରଣ ସେହି ପିଲା ଦିନର ସାଙ୍ଗ ହେଉଛନ୍ତି ଆଜିର ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ। ୪ବର୍ଷ କାଳ ଏକାଠି ରାଷ୍ଟ୍ରପତିଙ୍କ ସହିତ ପାଠ ପଢୁଥିଲେ ପିଲାଦିନେ। ଆଉ ତା ପରଠୁ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ରୋମା ଦେବୀରେ ପାଠ ପଢିଲେ କିନ୍ତୁ ସେ ଆଉ ପାଠ ପଢିପାରିଲେ ନାହିଁ।

ସେ ଦିନଠୁ ସେ କହିବା ଅନୁସାରେ ମୁଁ ମୋ ସାଙ୍ଗ ଦ୍ରୌପତିଙ୍କୁ ବହୁତ ଦେଖା କରିବାକୁ ଚାହିଁଛି ସେ କୁଆଡେ ଗଲେ କଣ କରୁଛନ୍ତି। ଆଉ ଦିନେ ହଠାତ ଦେଖିଲି ସେ ରାଷ୍ଟ୍ରପତି ହୋଇଗଲେ। ସତରେ ମୋ ଖୁସିର ସୀମା ନଥିଲା।ଗୋରୀ ଏବେ କହୁଛନ୍ତି ସେ ଦେଖା ହେଲେ ନିଶ୍ଚୟ କହିବେ ସେ ପିଲା ଦିନର କଥା ଭାରି ମନେ ପଡୁଛି। ଆଜି ତୁମେ ରାଷ୍ଟ୍ରପତି ହୋଇଯାଇଛ। କିନ୍ତୁ ମୁଁ ସେହି ଗରିବ ଅସହାୟ ମହିଳାଟିଏ ହୋଇ ରହିଯାଇଛି। କିନ୍ତୁ ତୁମକୁ ମୁଁ କେବେବି ଭୁଲିନି।

ଦିନ ଥିଲା ସେମାନେ ଗୋଟିଏ ଘରେ ଗୋଟେ ଜାଗାରେ ଖାଉଥିଲେ। ସୁଖ ଦୁଃଖ କଥା କହୁଥିଲେ ଆଉ ମନକୁ ଅନୁମନା କରୁଥିବା ପ୍ରଶ୍ନର ଉତ୍ତର ସାଙ୍ଗ ଠାରୁ ଖୋଜୁଥିଲେ କିନ୍ତୁ ସମୟ ବଦଳିଲା ଜଣେ ସାଙ୍ଗ ପାଲଟିଲେ ଭାରତର ରାଷ୍ଟ୍ରପତି କିନ୍ତୁ ଅନ୍ୟ ଜଣେ ନିଜର ଭାଗ୍ୟକୁ ଆଦରି ଚାଳ ଘର ଆଉ ତା ଉପରେ ଘୋଡା ଯାଇଥିବା ଜରି ପଲଥିନରେ ଜୀବନ କାଟୁଛନ୍ତି।

ସାଙ୍ଗକୁ ଭେଟିବାକୁ ଭାରି ଇଚ୍ଛା ଅଛି ମନରେ। ହେଲେ ସେତିକି ପାଖରେ ଅର୍ଥ ନାହିଁ। ସେ ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ ସହ ପିଲା ଦିନେ କଟାଇଥିବା ସ୍ମୃତିକୁ ସାଇତି ରଖିଛନ୍ତି। ଏବେ ବି ତାଙ୍କ କଥା ମନେ ପକାଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ଗାଁର ଏ ହେଉଛନ୍ତି ଗୌରୀ।

ମହା ମହିମ ରାଷ୍ଟ୍ରପତି ଯେତେବେଳେ ଓଡିଶା ଆସିଥିଲେ ତାଙ୍କ ପିଲା ବେଳର ସବୁ ସାଙ୍ଗକୁ ଭେଟିଥିଲେ କିନ୍ତୁ ଗୋଟିଏ ଘରେ ପାଖାପାଖି ରହୁଥିବା ଗୌରୀ କିନ୍ତୁ ଏହି ଦେଖାରୁ ବଞ୍ଚିତ ହୋଇଥିଲେ। ରାଷ୍ଟ୍ରପତିଙ୍କ ସହିତ ମିଶି ପାରିନଥିଲେ। ତା ସ୍ୱତେ ଏବେବି ଜଗି ବସିଛନ୍ତି ମହା ମହିମ ତାଙ୍କୁ ଭେଟିବେ ଆଉ ପିଲା ଦିନର ସ୍ମୃତିକୁ ପୁଣି ଥରେ ମନେ ପକାଇ ଦେବେ ରାଷ୍ଟ୍ରପତିଙ୍କୁ।

ଗୋରୀ ଏବେ ଅର୍ଥ ଅଭାବରୁ ତାଙ୍କୁ ସାକ୍ଷତ କରି ପାରୁ ନାହାଁନ୍ତି ବୋଲି କ୍ଷବ ପ୍ରକାଶ କରିଛନ୍ତି। ତାଙ୍କ ମନରେ ବହୁତ ଇଛା ସେ ତାଙ୍କର ପିଲା ଦିନର ସାଙ୍ଗ ଦ୍ରୌପତି ମୁର୍ମୁଙ୍କୁ ସାକ୍ଷତ କରିବେ କିନ୍ତୁ ଅର୍ଥ ବାଧକ ସାଜିଛି। ଏବେ ଦେଖିବାକୁ ବାକି ରହିଲା ମହା ମହିମ ରାଷ୍ଟ୍ରପତିଙ୍କ ସହିତ କେବେ ଗୌରୀଙ୍କର ସାକ୍ଷତ ହେଉଛି। ତାଙ୍କର ଇଛା କେବେ ପୂରଣ ହେବ।

Leave a Reply

Your email address will not be published. Required fields are marked *