ସେପଟେ ଚାଲୁଛି ଝିଅର ବାହାଘର। ଏପଟେ ପଡୁଛି ଝିଅର ପି-ଣ୍ଡଦା-ନ…. ସ ପରିବାର ମିଶି କରୁଛନ୍ତି ଝିଅର ଶୁ-ଦ୍ଧିକ୍ରି-ୟା।
ସେଦିନ ଦୀପାଞ୍ଜଳି ଏବଂ ରାଜେନ୍ଦ୍ରର ପ୍ରେମ କାହାଣୀକୁ ନେଇ ଓଡିଶାରେ କେନ୍ଦ୍ରାପଡାର ଚର୍ଚ୍ଚା ହୋଇଥିଲା। କାରଣ ଦୀପାଞ୍ଜଳିଙ୍କ ବାପା ଯେଉଁ ଦିନ ଦୀପାଞ୍ଜଳିଙ୍କ ବାହାଘର ହେଉଛି ସେଦିନ ଦୀପାଞ୍ଜଳିଙ୍କୁ ଶୁ-ଦ୍ଧି ହେଉଥିଲା।ଆଜି ଏକ ଝିଅକୁ ଶୁଦ୍ଧି ହେବାର ଭିଡିଓ ପୁରା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏ ହେଉଛି କଟକ ଜିଲ୍ଲା ମାହାଙ୍ଗାର ଦୃ-ଶ୍ୟ। ଘର ଆଗରେ ଧଳା ରଙ୍ଗର ଟେଣ୍ଡ ବନ୍ଧା ଯାଇଛି। ଆଉ ସେ ଫାଟକ ପାଖରେ ଲେଖା ଯାଇଛି ସ୍ୱର୍ଗତ ପାୟଲ ମହାପାତ୍ର ଡାକ ନାମ ବର୍ଷା। ପାୟଲ ମହାପାତ୍ର ବା ବର୍ଷାଙ୍କର ଆଜି ଏକାଦଶ ଓ ଦ୍ଵାଦଶ କର୍ମ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ତଳକୁ ଲେଖା ଯାଇଛି ତାଙ୍କର ଜନ୍ମ ଦିନ ତାରିଖ। ଆବିର୍ଭାବ- ୨୨.୧୦.୨୦୦୫ ଏବଂ ଚିରୋଧାନ ୧. ୧୧.୨୦୨୩।ଏଇ ନଭେମ୍ବର ୧୧ ତାରିଖ ଦିନ ଘଟିଛି ଘ-ଟଣା। ନଭେମ୍ବର ୧୧ ତାରିଖ ଦିନ ଘରର ଝିଅ ପାୟଲ ମହାପାତ୍ର( ବର୍ଷା) ଆର ପାରିକୁ ଚାଲି ଯାଇଛନ୍ତି ବୋଲି ଆଜି ତାଙ୍କ ପରିବାର ଲୋକେ ଶୁଦ୍ଧି ହେଉଛନ୍ତି।
କିନ୍ତୁ ଅସଲ କଥା ହେଉଛି ସେଦିନ କେନ୍ଦ୍ରାପଡାର ଦୀପାଞ୍ଜଳି ଓ ରାଜେନ୍ଦ୍ର ଭଳି ପାୟଲ ଘର ଛାଡ଼ି କାହାକୁ ଭଲ ପାଇ ତା ସହିତ ଚାଲିଯାଇଛନ୍ତି।ଏଠି ଜଣେଇ ଦେବାକୁ ଚାହିଁବୁ ପାୟଲ ବା ବର୍ଷା କାହାକୁ ଭଲ ପାଇ କୁଆଡେ ଯାଇଛନ୍ତି ସେ ଖବର ଆମ ପାଖରେ ନାହିଁ କିନ୍ତୁ ଏତିକି ସୂଚନା ଆସିଛି ଯେ ଭଲ ପାଇ କାହାକୁ ବାହା ହୋଇ ରହିଛନ୍ତି। ନଭେମ୍ବର ୧ ତାରିଖ ଠାରୁ। ଆଉ ସେଇ ଦିନ ଠାରୁ ହିଁ ତାଙ୍କ ପରିବାରଙ୍କ ପାଇଁ ମରିଯାଇଛନ୍ତି। ନଭେମ୍ବର ୧ ରୁ ଆଜି ହେଉଛି ନଭେମ୍ବର ୧୧ ତାରିଖ ଅର୍ଥାତ ଆଜିକୁ ୧୧ ଦିନ। ହିନ୍ଦୁ ରୀତିନୀତି ଅନୁସାରେ ୧୦ ଦିନ ଶୁଦ୍ଧି ହେବା ପରେ ଆଜି ହେଉଛି ୧୧ ଦିନ। ଆଉ ଘରେ ବି ୧୧ ଦିନରେ ମାର୍ଜନା ଚାଲିଛି। ବ୍ରାହ୍ମଣ ମନ୍ତ୍ର ପଢି ଘରକୁ ଶୁ-ଦ୍ଧ କରୁଛି।
ଆଉ ଏପଟେ ଘରର ମୁରବି ବାପା ବି ଲ-ଣ୍ଡା ହୋଇ ପୂଜାରେ ବସିଛନ୍ତି। ଆଉ ସେପଟେ ବ୍ରାହ୍ମଣ ମନ୍ତ୍ର ପଢି ସାରିବା ପରେ ସମସ୍ତଙ୍କ ଉପରେ ପଞ୍ଚାମୃତ ଛିଞ୍ଚନ କରୁଛନ୍ତି। କାରଣ ଏ ଘରର ଝିଅ କୁଆଡେ ଅଲାଜୁକି ଭଳି ଆଉ କୁଆଡେ ଚାଲିଯାଇଛି। ସେଥିପାଇଁ ଏ ଘରେ ତାର ଆଉ ସ୍ଥାନ ନାହିଁ। ଏ ଘରେ ତାର ମୃ-ତ୍ୟୁ ହୋଇସାରିଛି। ସେଥିପାଇଁ ତାର ପିଣ୍ଡଦାନ କରାଯାଉଛି।ଏ ଦୃଶ୍ୟ ଯେତେବେଳେ ସାମ୍ନାକୁ ଆସିଛି ସେତେବେଳେ କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳର ଦୀପାଞ୍ଜଳି ଓ ରାଜେନ୍ଦ୍ରଙ୍କ କଥା ପୁଣି ଥରେ ତାଜା ହୋଇଛି।