ମନୋଜ ମିଶ୍ରଙ୍କ ଝଡରେ, ଫିଲ୍ମ ଫିଲ୍ମ ରିଲିଜ ଡେଟ ନ ଘୁଞ୍ଚେଇଲେ ବ-ର୍ବାଦ ହେବା ଥୟ।

,ମନୋଜ ମିଶ୍ରଙ୍କ ଗି-ରଫ ଦାରୀ ଓରିଜ ଡେଟ ଘୁଞ୍ଚାଇବାକୁ ଅପିଲ କରୁଛନ୍ତି ବ ପ୍ରଯଯୋଜ ଓ ସିନେମା ପ୍ରେମୀ। ବେଫିକର ଅଛନ୍ତି ମନୋଜ ଏବଂ ଅନ୍ୟପଟେ ଲସ ଖାଉଛନ୍ତି ପ୍ରଯୋଜକ।ଓଡ଼ିଆ ସିନେମାର ତଣ୍ଟି ଚିପୁଉଛନ୍ତି ମନୋଜ। ଭାଷା ଭିତରେ ଏବେ ବିରୋଧ ହେଉଛି ପ୍ରତିଟି ରିଲିଜ ହେଉଥିବା ସିନେମା। ପ୍ରଶୟ ଦେଉଛନ୍ତି ମନୋଜଙ୍କ ସମର୍ଥନ ଗୋଷ୍ଠୀ। ଆଉ ନିରବ ସମର୍ଥ ଦେଉଛନ୍ତି ମନୋଜ ମିଶ୍ର।ଓଡିଆ ସିନେମାକୁ ଆଗକୁ ନେବା ପାଇଁ ଯେଉଁ ଯେଉଁ ବଡ଼ ବଡ଼ କଥା ହେଉଥିଲେ ତାହା ଆଜି ପାଣିର ଗାର ପାଲଟିଛି। କାରଣ ଯେଉଁଠି ମନୋଜଙ୍କ ସମର୍ଥକ ଆଜି ପୋଷ୍ଟର ଛିଡାଇବାରେ ବ୍ୟସ୍ଥ ଅଛନ୍ତି ସେଠାରେ ମନୋଜ ମିଶ୍ର କିଛି ବି କହୁ ନାହାନ୍ତି ଚୁପ ରହୁଛନ୍ତି। କାହିଁକି ପୋଷ୍ଟର ଚିରୁଛନ୍ତି ଏନେଇ ପଦୁଟିଏ ବି ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ନାଁ କହିଛନ୍ତି ନାଁ ହିଁ ଭିଡିଓ କରି କହିଛନ୍ତି। କେବଳ ନିଜ ବିଷୟରେ ଗୋଟିଏ ଉପରେ ଗୋଟିଏ ଖୋଳସା କରି ଚାଲିଛନ୍ତି। କାହିଁକି ସମସ୍ତ ପ୍ରଡ୍ୟୁସର ମାନଙ୍କୁ କ୍ଷତି ସହିବା ପାଇଁ ବାଧ୍ୟ କରିଦେଉଛନ୍ତି ମନୋଜ ମିଶ୍ର।

ଯେଉଁ ନିଆଁ ସେ ଲଗାଇ ଦେଇଛନ୍ତି ତାହା ଏବେ ଧୀରେ ଧୀରେ ବଢିବାକୁ ଲାଗିଲାଣି। ଆଉ ଯେଉଁଥିରେ ଓଡ଼ିଶାର ଟେକ୍ନିସିଆନ ଓ ଓଡ଼ିଆର ଅଭିନେତା ଏବଂ ଓଡ଼ିଆର ଅନେକ କଳାକାର ଜଳିପଡି ପାଉଁଶ ହେବାର ସମ୍ଭାବନା ଜଳ ଜଳ ହୋଇ ଦେଖିବାକୁ ମିଳିଲାଣି। କାହିଁକିନା ଏସବୁଥିରେ ଏବେ ମନୋଜ ମିଶ୍ର ମୌନ ରୂପ ଧାରଣ କରିଛନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିଜର ଉନ୍ନତିର ବଡ଼ ବଡ଼ କଥା କହୁଥିବା ମନୋଜ ମିଶ୍ର ଏବେ କେଉଁଠି ଅଛନ୍ତି ଯେଉଁଠି ପ୍ରଡ୍ୟୁସର ମାନଙ୍କ ଫିଲ୍ମକୁ ବିରୋଧ କରାଯାଉଛି। ତାଙ୍କ ଫିଲ୍ମର ପୋଷ୍ଟର ଚିରାଯାଉଛି। ଏବଂ ଅନେକ ଗୁଡିଏ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ପ୍ରଡ୍ୟୁସର ମାନେ ଏବଂ ଏମିତି କି ଫୋନ କରି ଟିକେ ସୋପର୍ଟ ମାଗିଲେ ବି ସାମ୍ନାକୁ ଆସୁନାହାନ୍ତି ମନୋଜ ମିଶ୍ର। ଆଉ ସବୁ ହଁ ହା ମାରି ଚୁପ ବସି ପଡୁଛନ୍ତି।

ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କା କ୍ଷତି ସହି ସାରିବା ପରେ ଏବଂ ଟେକ୍ନିସିଆନ ମାନେ ଯେତେବେଳେ ଭୋକରେ ମରିବେ ଏବଂ ପ୍ରଡ୍ୟୁସର ମାନେ ଯେତେବେଳେ ଫିଲ୍ମ ତିଆରି କରିବା ବନ୍ଦ କରିଦେବେ ସେତେବେଳେ କଣ ମନୋଜ ମିଶ୍ର ମୁମ୍ବାଇରୁ ବଡ଼ ବଡ଼ ପ୍ରଡ୍ୟୁସର ମାନଙ୍କୁ ଆଣି ଓଡ଼ିଆ ଫିଲ୍ମ ତିଆରି କରିବେ କି? କାରଣ ତାଙ୍କ ଦ୍ବାରା ତିଆରି କରାଯାଇଥିବା ମାଇଣ୍ଡ ଗେମ ସିନେମାରେ ଯଦି ଦେଖିବେ ତେବେ ମ୍ୟୁଜିକର ସ୍କୋର ତିଆରି କରାଯାଇଛି ଓଡିଶା ବାହାରେ। ଓଡିଶା ବାହାରେ ମାଳ ମାଳ କଳାକାର ମାନେ ଆସି ଅଭିନୟ କରିଛନ୍ତି। ଏବଂ ଯେଉଁ କିଛିଟା ବି ବଡ଼ କଳାକାର ଅଛନ୍ତି ସେଥିରୁ ମନୋଜ ମିଶ୍ର କୋଉଠି ଏବଂ ଅନ୍ୟ ପକ୍ଷରେ ଯଦି ଓଡ଼ିଆ ଫିଲ୍ମ କଥା ଦେଖିବା ବା ରିଲିଜ ହୋଇଥିବା ମାଇଁ ସୁଇଟ ହାଉସ ଉଆଇଫ କଥା ଦେଖିବା ବା ରାଉଡି ରାଜା କଥା ଦେଖିବା ସବୁଥିରେ ଓଡ଼ିଆ କଳାକାର ଓଡ଼ିଆ ଟେକ୍ନିସିଆନ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରିଜର ଅନେକ ସାରା ଓଡ଼ିଆ କଳାକାର ତଥା ବ୍ୟକ୍ତି ବିଶେଷ କରିଛନ୍ତି।

ତେବେ ସେମାନଙ୍କ ଦାନା ମାରି କାହାକୁ ଦେବାକୁ ଚାହୁଁଛନ୍ତି ମନୋଜ ମିଶ୍ର। ବାସ୍ତବରେ ଓଡ଼ିଆ ଫିଲ୍ମ ଜଗତକୁ ବଢ଼ାଇବେ ବୋଲି ଓଡିଆ ପ୍ରଡ୍ୟୁସର ମାନଙ୍କୁ ତଣ୍ଟି ଚିପି ମାରିବାକୁ ଚାହୁଁଛନ୍ତି? ଯଦି ନାଁ ତାହେଲେ କାହିଁକି ଏପର୍ଯ୍ୟନ୍ତ ଚୁପ ହୋଇ ବସିଛନ୍ତି ଯେତେବେଳେ କି ନୂଆ ୩ ଟି ଫିଲ୍ମ ରିଲିଜ ହୋଇଥିବା ବେଳେ ସବୁ ଗୁଡାକାର ପୋଷ୍ଟର ଚିରି ଦିଆଯାଇଛି ପଶ୍ଚିମ ଓଡିଶା ଏବଂ ଝାରସୁଗୁଡାରେ।ଏମିତିକି ଫିଲ୍ମଏ ପ୍ରଡ୍ୟୁସର ସାଲିସା ସେ ନିଜେ ପଶ୍ଚିମ ଓଡିଶାର ହୋଇଥିବା ବେଳେ ତାଙ୍କ ଫିଲ୍ମକୁ ମଧ୍ୟ ବିରୋଧ କରାଯାଇଛି। ଓ ଏଠାରେ ପ୍ରଶଂସକ ମାନେ ଲେଖୁଛନ୍ତି ଯେ ଫିଲ୍ମର ଡେଟ କୁ ଘୁଞ୍ଚାଇ ଦେବାର ଥିଲା। କାରଣ ମାହଲ ଏବେ ଜମାବି ଠିକ ନାହିଁ। ଯଦି ଏକଥା ସତ ହୁଏ ତେବେ ପ୍ରଡ୍ୟୁସର ମାନେ ଆଉ କେତେ କୋଟି ଟଙ୍କା କ୍ଷତି ସହିବେ କାରଣ ଫିଲ୍ମ ମାଇଣ୍ଡ ଗେମ ନିଜେ ୫ ବର୍ଷ କାଳ ବିଭିନ୍ନ କେଶରେ ଫସି ରହି ଅନେକ ଥର ଏହାର ରିଲିଜ ଡେଟକୁ ଘୁଞ୍ଚା ଯାଇଥିଲା। କଣ ସମାନ ଧାର୍ଯ୍ୟ ଚାହୁଁଛନ୍ତି କି ଅନ୍ୟ ଫିଲ୍ମ ପ୍ରଡ୍ୟୁସର ପାଇଁ।

ଅନ୍ୟ ପଟେ ଆଜି ଟୁଟୁ ନାୟକ ଗିରଫ ହେବା ପରେ ମନୋଜ ମିଶ୍ରଙ୍କୁ ବି ଗିରଫ କରି ଏହି ମାମଲାକୁ ସମାଧାନ କରିଦେବା ପାଇଁ ଯୁକ୍ତି କରିଛନ୍ତି ଅନେକ ସିନେପ୍ରେମୀ। କାରଣ ମନୋଜ ମିଶ୍ର ଯେ ପର୍ଯ୍ୟନ୍ତ ଯାଏଁ ବାହାରେ ଥିବେ ସେ ପର୍ଯ୍ୟନ୍ତ ଯାଏଁ ଗୋଟିଏ ଗୋଟିଏ ଭିଡିଓ ପୋଷ୍ଟ କରୁଥିବେ ଏବଂ ସୋସିଆଲ ମିଡିଆରେ ଗୋଟିଏ ଗୋଟିଏ କଥା ଲେଖି ସମସ୍ତଙ୍କୁ ଉସୁକାଉ ଥିବେ। ଯାହା ଦ୍ୱାରା କି ନାଁ ଏ ବିବାଦ କମିବ ବରଂ ଆଗକୁ ଆଗକୁ ବଢିବାକୁ ଲାଗିବ। ଆଉ ଏସବୁ ଭିତରେ ପେଷି ହୋଇଗଲାଣି ତିନି ତିନୋଟି ଓଡ଼ିଆ ସିନେମା।

ଯଦି ହଲ ବାହାରେ ଫିଲ୍ମକୁ ବିରୋଧ କରାଯିବ ଏହାର ପୋଷ୍ଟରକୁ ଜଳାପୋଡା କରାଯିବ ଏବଂ ଦର୍ଶକ ମାନଙ୍କୁ ଦେଖବାକୁ ଭିତରକୁ ଯିବାକୁ ଦିଆଯିବ ନାହିଁ ଏଭଳି ଏକ ନେଗେଟିଭ ୱାଡ଼ ଅଫ ମାଉଥକୁ ପ୍ରସାରିତ କରାଯିବ ତେବେ ଭାବନ୍ତୁ କାହିଁକି ପ୍ରଡ୍ୟୁସର ମାନେ ଓଡ଼ିଆ ସିନେମା ତିଆରି କରିବେ କାହିଁକି ଏବଂ କୋଉଥି ପାଇଁ ଓଡ଼ିଆ ସିନେମା ଆଗକୁ ବଢିବ। ବଡ଼ ବଡ଼ କଥା କହିଦେଲେ ହେବ ନାହିଁ। ବାସ୍ତବିକ ସମସ୍ୟାକୁ ବୁଝି କାମ କରିବାର ଆବଶ୍ୟକତା ଅଛି।

ଅନ୍ୟ ପଟେ ଯେଉଁ ଡିଷ୍ଟ୍ରୀବୁଟରକୁ ଦାୟୀ କରିଛନ୍ତି ସେହି ଡିଷ୍ଟ୍ରୀବୁଟର ସହିତ ବସି କଥାବାର୍ତ୍ତା କରିବା ପରିବର୍ତେ ଧମକ ଚମକ ଦେଇ ଏବଂ ଆଉ ଏଭଳି ପ୍ରଡ୍ୟୁସର ମାନଙ୍କ ଆଖିରେ ଲୁହ ଦେଇ କଣ ଏଇ ସିଷ୍ଟମକୁ ବଦଳାଇ ଦିଆ ଯାଇପାରିବ। ତାହା ହିଁ ରହିବ ବଡ଼ ପ୍ରଶ୍ନ। ଯାହାର ଉତ୍ତର ମନୋଜ ନିଜେ ଦେବାର ଆବଶ୍ୟକତା ରହିଛି।ତେବେ ପ୍ରଶ୍ନ ଉଠୁଛି ମନୋଜ ମିଶ୍ରଙ୍କୁ ଗିରଫ କରାଯିବ। କାରଣ ଏଭଳି କଥା କହିଛନ୍ତି ପ୍ରଥା ଫିଲ୍ମର ପ୍ରଡ୍ୟୁସର। କାରଣ ସେ ମଧ୍ୟ ସେହି ସମାନ ଅଭିଯୋଗ ଦହରାଇଛନ୍ତି ଯାହା ଅରିନ୍ଦମ ଦହରାଇ ଥିଲେ। ଯେ ତାଙ୍କ ଫିଲ୍ମକୁ ଚଳାଇନଦେବା ପାଇଁ। ତା ସହିତ ପୋଷ୍ଟରକୁ ଚିରା ଫୋଡା କରିବା ପାଇଁ ମନୋଜ ମିଶ୍ର ନିଜେ ସମର୍ଥକ ମାନଙ୍କୁ କହିଛନ୍ତି।

ଗୋଟେ ପଟେ ମନୋଜ ନାଁ ହିଁ ଏସବୁ କଥାକୁ ସୋପର୍ଟ କରୁଛନ୍ତି ନାଁ ହିଁ ଅନ୍ୟ ପଟେ ଭିଡିଓ କରି ଏସବୁରୁ ବିରୋଧ ରହିଵା ପାଇଁ ତାଙ୍କର ସମର୍ଥକଙ୍କୁ କହୁଛନ୍ତି। ତେବେ ଏସବୁ କଥା ଭିତରେ କେମିତି ଓଡ଼ିଆ ଫିଲ୍ମର ଭବିଷ୍ୟତ ନିର୍ଦ୍ଧାରିତ ହେବ ସେ କଥା କହିବାର ଆବଶ୍ୟକତା ନାହିଁ। ଆଉ ଯେଉଁମାନେ ମଧ୍ୟ ମନୋଜ ମିଶ୍ରଙ୍କୁ ସମର୍ଥନ କରୁଛନ୍ତି ତାଙ୍କ ସମର୍ଥନ କେତେ ଯେ ଓଡ଼ିଆ ଟେକ୍ନିସିଆନ ଓ କେତେ ଯେ ଓଡ଼ିଆ କଳାକାର ମାନଙ୍କୁ ଭୋକରେ ମାରିଦେଵ ତାହା ହେଉଛି ବଡ଼ କଥା।

ଏବଂ ତାହା ସହିତ ଯେଉଁ କଳାମାନଙ୍କର ସ୍ଥିତି ହିଁ ନାହିଁ ସେମାନଙ୍କ କଥାରେ ପଡି ଆଉ କିଛି କଳାକାର ଯେଉଁ ଭଳି ଭାବରେ ଏ ମାମଲାଟିକୁ ଆହୁରି ବଢ଼େଇ ଚଢେଇ ଉପସ୍ଥାପନ କରୁଛନ୍ତି ସେମାନଙ୍କୁ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି। ଆଉ ବାକି ରହିଲା ଗଣ ମାଧ୍ୟମ। ଗଣ ମାଧ୍ୟମ ଠିକ ଦେଖାଉଛି କି ଭୁଲ ଦେଖାଉଛି ତାହାର ନିଷ୍ପତ୍ତି ସାଧାରଣ ଲୋକେ ନେବେ। ଗଣ ମାଧ୍ୟମ ସେଇୟା ହିଁ ଦେଖାଉଛି ଯାହା ଗଣ ମାଧ୍ୟମ ଦେଖୁଛି ତେବେ ଲୋକମାନେ କାହାକୁ ବିରୋଧ କରିବେ କାହାକୁ ସମର୍ଥନ କରିବେ ତାହା ଲୋକେ ନିଷ୍ପତ୍ତି ନେବେ ଯେମିତି ଓଡ଼ିଆ ଟେକ୍ନିସିଆନ ଓଡ଼ିଆ କଳାକାର ମରି ନଜାନ୍ତୁ ଏଭଳି ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *