ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ମୋହନ ମାଝୀଙ୍କ ବାସଭବନରେ ଆରମ୍ଭ କଡା କଡି ଚେକିଂ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବା ନବୀନ ନିବାସରେ ଯେଉଁ ସୁରକ୍ଷା କର୍ମୀମାନେ ନିୟୋଜିତ ଥିଲେ ଏବେ ସେମାନେ ନୂତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁତୟନ ହୋଇଛନ୍ତି। ଆଉ କିଛି କର୍ମୀ ଏବେ କିଛି ସମୟ ପୂର୍ବରୁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘର ଭିତରକୁ ଯାଇଛନ୍ତି ଆଉ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଚାରିପାଖର।

କାରଣ ଏ ଯେଉଁ ସରକାରୀ ବାସଭବନରେ ସେ ସୁରକ୍ଷିତ ରହିପାରିବେ କି ଅନ୍ୟ କେଉଁଠି ରହିବେ ତାହା ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇପାରୁନାହିଁ। ସୁରକ୍ଷା କର୍ମୀ ମାନେ ଚାରିପାଖ ଯାଞ୍ଚ କରୁଛନ୍ତି। ବାହାରେ ମୁତୟନ ହୋଇଛନ୍ତି ସେଣ୍ଟ୍ରାଲ ଫୋର୍ସ ମୁତୟନ ହୋଇଛନ୍ତି ଏବଂ ତାଙ୍କ ଘରର ଚାରିପାଖକୁ ଯାଞ୍ଚ କରୁଛନ୍ତି ସୁରକ୍ଷା କର୍ମୀମାନେ। କାରଣ କେତେ ସୁରକ୍ଷିତ ରହିପାରିବେ ଯିଏ ଭାବି ମୁଖ୍ୟମନ୍ତ୍ରୀ ଆମେ କହୁଛେ।

ସୁରକ୍ଷା କର୍ମୀମାନେ ଏହି ସରକାରୀ କୁୱାଟରର ଚାରି ପାଖକୁ ଅନୁଧ୍ୟାନ କରି ଯାଞ୍ଚ କରୁଛନ୍ତି। ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଜଣେ ମୁଖ୍ୟମନ୍ତ୍ରୀ ରହିବେ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ଉଚିତ। ଆଉ ସୁରକ୍ଷା ଦୃଷ୍ଟିରୁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ଏହି ଦୃଷ୍ଟିରୁ ଯାଞ୍ଚ ଚାଲିଛି ବର୍ତ୍ତମାନ। ସେ ଏଠାରେ ରହି ପାରିବେ କି ନାହିଁ ସେଥିପାଇଁ ଯାଞ୍ଚ ଚାଲିଛି କାରଣ ମୋହନ ମାଝୀ ଏବେ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି।

ସେଥିପାଇଁ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସେଣ୍ଟ୍ରାଲ ଫୋର୍ସ ଏବଂ ରାଜ୍ୟ ପୋଲିସ ବାହିନୀ ସମସ୍ତେ ନିୟୋଜିତ ଅଛନ୍ତି ଆଉ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯାଞ୍ଚ ପରେ ଜଣା ପଡିବ ମୋହନ ମାଝୀ ଏହି ସରକାରୀ କ୍ବାଟରରେ ରହି ପାରିବେ କି ନାହିଁ ଯାହା ତାଙ୍କୁ ବିଧାୟକ ଭାବେ ମିଳିଛି ନାଁ ଅନ୍ୟ କୋଉଠି ରହିବେ ଯେହେତୁ ସେ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି।

ଆଜି ତାଙ୍କର ଶପଥ ଗ୍ରହଣ ହେବ ଏସବୁର ସ୍ଥିତି ଯାଞ୍ଚ କରୁଛନ୍ତି ସୁରକ୍ଷା କର୍ମୀମାନେ। ଆଉ ଯେଉଁ ସୁରକ୍ଷା କର୍ମୀମାନେ ପୂର୍ବତନ CM ଙ୍କ ଘରେ ନିୟୋଜିତ ଥିଲେ ସେମାନେ ଆଜି ନୂତନ CM ଙ୍କ ଘରେ ନିୟୋଜିତ ଅଛନ୍ତି। ଆଉ କ୍ବାଟରର ତନ ତନ କରି ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *