ନବୀନଙ୍କ ପୁତୁରାକୁ ମିଳିଲା ବଡ଼ ଦାୟିତ୍ୱ। ପାଣ୍ଡିଆନ ପ୍ରସ୍ତୁତ କଲେ ରଣନୀତି।

ନବୀନଙ୍କ ପୁତୁରାକୁ ଦିଆଗଲା ବଡ଼ ଦାୟିତ୍ୱ। ହେଲେ କାହିଁକି ରାଗିଛନ୍ତି କିଛି ବିଜେଡି ନେତା? ଏବେ ନବୀନ ନିବାସକୁ ଫେରିଛନ୍ତି ପାଣ୍ଡିଆନ। ରାତିଦିନ ଲାଗି ପୁଣି ପ୍ରସ୍ତୁତ କରୁଛନ୍ତି ରଣନୀତି। ୨୫ ବର୍ଷର ସଫଳତା ପରେ ହଠାତ ଯେମିତି ବଡ଼ ପରିବର୍ତ୍ତନ ହୋଇଛି ଓଡ଼ିଶାରେ। ତେବେ ଟାଣୁଆ ଟାଣୁଆ ନେତା ବି ମୁଣ୍ଡରେ ହାତ ଦେଇ ଭାବୁଥିଲେ ଏମିତି କେମିତି ହେଲା। ଆଉ ସମସ୍ତଙ୍କୁ ଏପଟୁ ନବୀନ ପଟ୍ଟନାୟକ ଡାକି ପ୍ରଶ୍ନ ପଚାରିଥିଲେ। ଆଉ କେମିତି କାହିଁକି ଏ ପ୍ରଶ୍ନ ଭିତରେ ଏପଟେ ପାଖରେ ନଥିଲେ ପାଣ୍ଡିଆନ। ଆଉ ଯାହାକୁ ନେଇ ଓଡ଼ିଶାରେ ହୋଇଥିଲା ଅନେକ ଚର୍ଚ୍ଚା।

କିନ୍ତୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ଏବଂ ପାଣ୍ଡିଆନ ଏବେ ନବୀନ ନିବାସରେ। ହେଲେ ହଠାତ ଯେମିତି ନବୀନ ନିବାସରେ ପହଁଚିଥିଲେ ଅରୁଣ ପଟ୍ଟନାୟକ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଅରୁଣଙ୍କୁ ଦିଆଯିବ ବିଜେଡିର ବଡ଼ ଦାୟିତ୍ୱ। ଯାହାକି ଆଗକୁ ଯାଇ ବିଜେଡିର ଭବିଷ୍ୟତ ରେଖାକୁ ଆଗକୁ ଟାଣିବେ ଅରୁଣ। ତେବେ ବିଜେଡି ଦଳ ସରକାର ଚାଲିଗଲା ପରେ ପାଣ୍ଡିଆନଙ୍କୁ ସମାଲଚନାର ଶିକାର ହେବାକୁ ପଡିଥିଲା କି ପାଣ୍ଡିଆନଙ୍କର ଏବେ ନୂଆ ରଣନୀତିକୁ ନେଇ ହେଉଛି ଚର୍ଚ୍ଚା ଯେ ପାଣ୍ଡିଆନ ହଠାତ ଅରୁଣ ପଟ୍ଟନାୟକଙ୍କୁ ଧରି ପହଁଚିଛନ୍ତି ନବୀନ ନିବାସରେ। ଆଉ ବନାଉଛନ୍ତି ରଣନୀତି।।

ତେବେ ଦଳର ଯୁବ ଏବଂ ଛାତ୍ର କର୍ମୀମାନେ ଏହି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଶଙ୍ଖ ଭବନରେ ପୁରାଇନଦେବାକୁ ଚେତାବନୀ ଦେଇଥିଲେ। ଏପରିକି ପାଣ୍ଡିଆନଙ୍କ ପାଇଁ ଖବରଦାତା ସମ୍ମିଳନୀ ନକରିବାକୁ ଦଳର ମୁଖ ପାତ୍ରଙ୍କୁ ମଧ୍ୟ ସତର୍କକରାଇଛନ୍ତି କେବଳ ଦଳର ତଳ ସ୍ତର କର୍ମୀ ନୁହଁନ୍ତି ଆଗାମୀ ଦିନରେ ଉପରସ୍ତରର ନେତାମାନେ ମଧ୍ୟ ବିରୋଧ କରିବେ ବୋଲି ରାଜନୀତି ବିଶେଷଜ୍ଞ ମାନେ ମତ ଦେଲେଣି।

ତେବେ ଦଳରୁ ବିରୋଧୀ ହେବା ଜାଣି ଶନିବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ଏକ ଜାତୀୟ ଗଣମାଧ୍ୟମରେ ମତ ରଖିଥିଲେ ଆଉ କହିଥିଲେ ପରାଜୟ ପରେ ପାଣ୍ଡିଆନକୁ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ପାଣ୍ଡିଆନ ଜଣେ ଭଲ ଅଫିସର। ଆଉ ସେ ଭଲ କାମ କରିଛନ୍ତି।

ଅନ୍ୟପଟେ ଦଳ ଭିତରେ ହେଉଥିବା ଅସନ୍ତୋଷକୁ ଚପେଇବା ପାଇଁ ପାଣ୍ଡିଆନ ନୂଆ ଦିଲ୍ଲୀରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଆଣି ନବୀନ ନିବାସରେ ପହଂଚାଇଛନ୍ତି। ଆଉ ଦଳରେ ଦେଖାଦେଇଥିବା ଅସନ୍ତୋଷକୁ ଦବାଇବା ପାଇଁ ଅରୁଣଙ୍କୁ ଉତ୍ତରାଧିକାରୀ ଭାବେଦର୍ଶାଇବାକୁ ନବୀନ ଉଦ୍ୟମ କରୁଥିବା କଥା କୁହାଯାଉଛି।ତେବେ ପାଣ୍ଡିଆନଙ୍କର ଏହି ପଦକ୍ଷେପକୁ ଦଳର ଗୋଟିଏ ଗୋଷ୍ଠୀ ସହଯୋଗ କରୁଥିବା କଥା ଚର୍ଚ୍ଚା ହେଉଛି। ତେବେ ନବାଗତ ପୁତୁରାଙ୍କୁ ନବୀନ ଦଳର ମଙ୍ଗ ଧରେଇ ଉତ୍ତରାଧିକାରୀ କରିବା ନିଷ୍ପତିକୁ ଆଗାମୀ ଦିନରେ ବରିଷ୍ଠ ନେତାମାନେ କ’ଣ କରୁଛନ୍ତି ତାକୁ ହିଁ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *