ଜଣା ପଡିଲା ନବୀନଙ୍କ ପରେ କିଏ ସମ୍ଭାଳିବା ବିଜେଡିର ମଙ୍ଗ। କିଏ ହେବେ ନବୀନଙ୍କ ଉତାରାଧିକାରୀ।

ବିଜେଡିକୁ ମିଳିଲା ନୂଆ ଉତ୍ତରାଧିକାରୀ। ଦଳର ବିପର୍ଯ୍ୟୟ ବେଳେ ବଢ଼ିଲା ଚର୍ଚ୍ଚା। ନବୀନଙ୍କ ଉତ୍ତରାଧିକାରୀ ମଙ୍ଗ ଧରିବେ। ଓଡିଶା ଆସିବେ ଦଳର ଡାଉତ୍ୱ୍ୱ ନେବେ।
।ଆଜ୍ଞା ହଁ ବନ୍ଧୁଗଣ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଭୋଗିଛି ବଡ଼ ବିପର୍ଯ୍ୟୟ। ଦୀର୍ଘ ୨୫ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ହୋଇଛି ବଡ଼ ପରାଜୟ। ବିଧାନସଭା ନିର୍ବାଚନରେ ଦଳକୁ ଲାଗିଛି ଅପ୍ରତ୍ୟାଶୀତ ଝଟକା। ଭୁଶୁଡି ଯାଇଛି ବିଜେଡିର ଦୁର୍ଗ। ଦଳକୁ ମିଳିଛି ମାତ୍ର ୫୧ ଟି ଆସନ। ୨ ଦଶନ୍ଧି ରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରିଥିବା ନବୀନ ସରକାରଙ୍କର ପତନ ଘଟିଛି। ଏମିତିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାସ୍ତ ହୋଇଛନ୍ତି।

୨ ଟି ଆସନରୁ ଲଢ଼ିଥିବା ନବୀନ କେବଳ ଗୋଟିଏ ଆସନରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ ଟି ଆସନରେ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ଚରମ ବିପର୍ଯ୍ୟୟର ସମୁଖୀନ ହୋଇଛି। ଗୋଟିଏ ବି ଲୋକସଭା ଆସନରେ ବିଜୟୀ ହୋଇ ପାରିନାହିଁ ବିଜୁ ଜନତା ଦଳ। ସେପଟେ ବିପୁଳ ବିଜୟ ସହ ବିଜେଡି ହାତରୁ ରାଜ୍ୟରୁ ଶାସନ କ୍ଷମତା ଛଡାଇ ନେଇଛି ବିଜେପି। ଏପଟେ ଏମିତି ଅପ୍ରତ୍ୟାଶିତ ପରାଜୟର କାରଣ ଖଜୁଛି ବିଜେଡି। ଆଉ ଏଭଳି ଏକ ପରିସ୍ଥିତିରେ ବିଜେଡିର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ।

ଚଳିତ ନିର୍ବାଚନରେ ବଡ଼ ପରାଜୟ ନେଇ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ କାର୍ଯ୍ୟ ପନ୍ଥା ନିର୍ଧାରଣ ପାଇଁ ଏକ ପ୍ରକାର ବାଧ୍ୟ କରିଛି। ବିଜୁ ଜନତା ଦଳର ପ୍ରତିଷ୍ଠା ଦିନ ଠାରୁ ନବୀନ ପଟ୍ଟନାୟକ ଏହାର ସଭାପତି ରହି ଆସିଛନ୍ତି। ଆଉ ତାଙ୍କ ନେତୃତ୍ୱରେ ଦଳ ଦୀର୍ଘ ୨୪ ବର୍ଷ ଧରି ସଫଳତା ମଧ୍ୟ ପାଇଆସିଛି। ହେଲେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଚରମ ବିଫଳତାର ସାମ୍ନା କରିଛି ବିଜେଡି। ଏହି ବିଫଳତା ପାଇଁ ନବୀନଙ୍କ ନିଷ୍କ୍ରିୟତା ଏବଂ ଭି.କେ ପାଣ୍ଡିଆନଙ୍କ ଅତ୍ୟଧିକ ସକ୍ରିୟତାକୁ ଦାୟୀ କରାଯାଉଛି।

ତେବେ ବିଜେଡିର ଅତ୍ୟଧିକ କର୍ମୀ ଏବଂ ସମର୍ଥକ ଏବେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ଦେଖିବାକୁ ଚାହୁଁଛନ୍ତି। କାରଣ ଯେଉଁ ନବୀନଙ୍କ ନାଁରେ ବିଜେଡିକୁ ଏପର୍ଯ୍ୟନ୍ତ ସମର୍ଥନ ଦେଇ ଆସୁଥିଲେ ପାଣ୍ଡିଆନ ସାମ୍ନାକୁ ଆସିବା ପରେ ତାହା ଆକ୍ରସରେ ପରିଣତ ହୋଇଛି। ଯାହା ଚଳିତ ନିର୍ବାଚନ ଫଳାଫଳ ରୁ ସ୍ପଷ୍ଟ ହୋଇଯାଇଛି। ଦଳର ସମସ୍ତ ନିଷ୍ପତ୍ତିକୁ ନିଜେ ନିୟନ୍ତ୍ରଣ କରିବା ସହ ନିର୍ବାଚନ ରଣନୀତି ଠାରୁ ପରିଚାଳନା କ୍ଷମତା ସବୁକିଛି ନିଜ ହାତରେ ରଖିଥିବା ପାଣ୍ଡିଆନ ପରାଜୟ ପର ଠାରୁ ଆଉ ଦେଖିବାକୁ ମିଳୁନାହାନ୍ତି।

ତାକୁ ଓଡ଼ିଶାବାସୀ ବିଜେଡିର କ୍ଷମତା କେନ୍ଦ୍ର ଭାବେ ରଖୁବାକୁ ଚାହୁଁନାହାନ୍ତି ମଧ୍ୟ ସ୍ପଷ୍ଟ ହୋଇଯାଇଛି। ତେଣୁ ରାଜ୍ୟର ସମସ୍ତ ବିଜୁ ପ୍ରେମୀ ଓ ନବୀନ ପ୍ରେମୀ ଏବେ ବିଜୁ ଜନତା ଦଳର ଉତ୍ତରାଧିକାରୀଙ୍କୁ ଦେଖିବାକୁ ଚାହୁଁଛନ୍ତି। କାରଣ ବୟସ ଅଧିକ ଯୋଗୁ ନବୀନ ପଟ୍ଟନାୟକ ଆଉ ଅଧିକ ଦିନ ଦଳର ସଭାପତି ଭାବେ ସକ୍ରିୟ ରହିପାରିବେନି ବୋଲି ସମସ୍ତେ ଅନୁଭବ କଲେଣି। ତେଣୁ ବିଜେଡିର ଉତ୍ତରାଧିକାରୀ ବା ନବୀନଙ୍କ ପରେ ଦଳର ଦାୟିତ୍ୱ କିଏ ନେବ ସେ ଏବେ ସାମ୍ନାକୁ ଆସିବା ଦରକାର ବୋଲି ଚାହୁଁଛନ୍ତି ଦଳର ନେତା କର୍ମୀ ଏବଂ ସମର୍ଥକ ମାନେ।

ଆଉ ଏଭଳି ସମୟରେ ସୋସିଆଲ ମିଡିଆରେ ଟ୍ରେଡ଼ କରୁଛନ୍ତି ଅରୁଣ ପଟନାୟକ ଫ୍ୟାନ କ୍ଳବ। ହଁ ଆଜ୍ଞା ଅରୁଣ ପଟ୍ଟନାୟକ ହେଉଛନ୍ତି ନବୀଙ୍କ ପୁତୁରା ଅର୍ଥାତ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ। ତେଣୁ ଅରୁଣ ପଟ୍ଟନାୟକଙ୍କ ଫ୍ୟାନ କ୍ଳବରେ ଏବେ ଅଧିକରୁ ଅଧିକ ଲୋକ ଯୋଡି ହେଉଛନ୍ତି ଏବଂ ତାଙ୍କ ପ୍ରତି ନିଜର ସମର୍ଥନ ଜଣାଉଛନ୍ତି। କିଛି ଲୋକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବିଜେଡିର ପରବର୍ତୀ ମୁଖ୍ୟ ବୋଲି ମଧ୍ୟ ଦର୍ଶାଉଛନ୍ତି

ଗତ କିଛି ବର୍ଷ ପୂର୍ବରୁ ମଧ୍ୟ ଅରୁଣ ପଟ୍ଟନାୟକଙ୍କୁ ଓଡ଼ିଶାରେ ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। ତେବେ ବିଜେଡିର ପରବର୍ତୀ ଦାୟିତ୍ୱ ନେବ ବା ଦଳର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ସ୍ଥିର କରିବେ ବୋଲି ପୂର୍ବରୁ କହିସାରିଛନ୍ତି ଦଳର ସୁପ୍ରିମ ନବୀନ ପଟ୍ଟନାୟକ। ତେଣୁ ଅରୁଣ ପଟ୍ଟନାୟକଙ୍କୁ ନେଇ ଯେଉଁ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ତାର ସତ୍ୟତା କ’ଣ ରହିଛି ତାହା ଆଗକୁ ଜଣା ପଡିବ।

Leave a Reply

Your email address will not be published. Required fields are marked *