କଣ କରନ୍ତି ଅନନ୍ତ ଆମ୍ବାନୀଙ୍କ ଭାବିପତ୍ନୀ ରାଧିକା, ଆଉ ତାଙ୍କ ରୋଜଗାର ଶୁଣି ଆପଣଙ୍କ ହୋସ ଉଡିଯିବ।

କ’ଣ କରନ୍ତି ଅନନ୍ତ ଆମ୍ବାନୀଙ୍କ ହେବାକୁ ଥିବା ଧର୍ମ ପତ୍ନୀ? କେତେ ଟଙ୍କାର ମାଲିକାଣି ରାଧିକା ମୋର୍ଚାଣ୍ଟ। ପୁଅର ପ୍ରି-ୱେଣ୍ଡିଂରେ କେତେ ଖର୍ଚ୍ଚ କରିଛନ୍ତି ମୁକେଶ ଆମ୍ବାନୀ?

ବନ୍ଧୁଗଣ ଏବେ ଜାମୁନଗରରେ ଅନନ୍ତ ଆମ୍ବାନୀ ଓ ରାଧିକା ମୋର୍ଚାଣ୍ଟ ପ୍ରି-ୱେଣ୍ଡିଂ ସିଜିନ ଆରମ୍ଭ ହୋଇ ପ୍ରାୟ ସାରିବାକୁ ବସିଲାଣି। ଦେଶ ବିଦେଶରୁ ଅତିଥି ଏହି ପ୍ରଗ୍ରାମରେ ଯୋଗ ଦେଇଥିବାରୁ ଦେଶ ସହିତ ମିଡ଼ିଆର ମଧ୍ୟ ନଜର ରହିଛି ଏହି ପ୍ରଗ୍ରାମ ଉପରେ। ପ୍ରତିଟି ମୁହୂର୍ତ୍ତରେ ଆମ୍ବାନୀ ପରିବାରର ଏହି ଫାଙ୍କସନକୁ ନେଇ ବିଭିନ୍ନ ପ୍ରକାରର ଅପଡେଟ ସାମ୍ନାରେ ଆସିବାକୁ ଲାଗିଛି। ସମସ୍ତେ ତ ଅନନ୍ତ ଆମ୍ବାନୀଙ୍କ ବିଷୟରେ ଜାଣିଛନ୍ତି ହେଲେ ଅନନ୍ତ ଆମ୍ବାନୀ ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ଅର୍ଥାତ ରାଧିକା ମୋର୍ଚାଣ୍ଟଙ୍କ ବିଷୟରେ ହୁଏତ ବହୁତ କମ ଲୋକଙ୍କୁ ଜଣାଥିବ।

ଆଜ୍ଞା ହଁ ଆମେ କହୁଛୁ ବିଜନେସ ମ୍ୟାନ ମୋର୍ଚାଣ୍ଟଙ୍କ ଝିଅ ମୋର୍ଚାଣ୍ଟଙ୍କ କଥା। ପ୍ରଥମେ ଆମେ ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ କି ଆମ୍ବାନୀ ପରିବାରର ବୋହୂ ହେବାକୁ ଯାଉଥିବା ରାଧିକା ଏକ ମାତ୍ର ସନ୍ତାନ ନୁହଁନ୍ତି ବରଂ ତାଙ୍କର ଆଉ ଜଣେ ଭଉଣୀ ମଧ୍ୟ ଅଛନ୍ତି। ଯାହାଙ୍କର ନାଁ ହେଉଛି ଅଞ୍ଜଳି। ରାଧିକା ମୋର୍ଚାଣ୍ଟ ଓ ବିଜନେସ ମ୍ୟାନ ବିରେନ ମୋର୍ଚାଣ୍ଟଙ୍କ ପତ୍ନୀ ସାଇଳା ମୋର୍ଚାଣ୍ଟଙ୍କ ଝିଅ। ଆଉ ଲୋକଙ୍କୁ ଲାଗୁଛି କି ରାଧିକା ମୋର୍ଚାଣ୍ଟ ମାତା ପିତାଙ୍କର ଏକ ମାତ୍ର ସନ୍ତାନ। କିନ୍ତୁ ଆମେ ଯେମିତି ଜଣେଇଲୁ ଏହା ଭୁଲ କଥା।କାରଣ ରାଧିକାଙ୍କର ଭଉଣୀ ବି ଅଛନ୍ତି। ରାଧିକାଙ୍କ ପରି ଭଉଣୀ ଅଞ୍ଜଳି ମଧ୍ୟ କୋଟି କୋଟି ଟଙ୍କାର ମାଲିକାଣି।

ତେବେ ପ୍ରଥମେ ଆମେ ଜାଣିନେବା ରାଧିକାଙ୍କର ମୋଟ ସମ୍ପତ୍ତି କେତେ? ଆଉ ଏ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନକୁ ଆସୁଥିବ। ଆପଣ ମାନେ ତ ଜାଣିଥିବେ ଅନନ୍ତ ଆମ୍ବାନୀ ନିଜ ବାପାଙ୍କର କମ୍ପାନୀ ରିଲାଇନ୍ସ ଇଣ୍ଡଷ୍ଟ୍ରିଜ ପାଇଁ କାମ କରନ୍ତି। ଆଉ ଏଥିରେ ସେ ସାଲେରୀ ନିଅନ୍ତି ନାହିଁ। ଏହା ପରେ ବି ତାଙ୍କର ମୋଟ ସମ୍ପତି ୩ ଲକ୍ଷ ୪୪ ହଜାର କୋଟି ଟଙ୍କା।

ସେହିଭଳି ରାଧିକା ମୋର୍ଚାଣ୍ଟ ମଧ୍ୟ ଇନକମ କରିବା ମାମଲାରେ ନିଜର ହେବାକୁ ଥିବା ପତ୍ନୀଙ୍କୁ ମଧ୍ୟ ଟକର ଦିଅନ୍ତି। ରାଧିକା ମୋର୍ଚାଣ୍ଟ ରୀୟଲିଷ୍ଟାଟ ଫାର୍ମରେ ସେଲ୍ସ ପ୍ରଫେସନାଲ ଭାବରେ କାମ କରୁଛନ୍ତି। ତାଙ୍କର ମୋଟ ସମ୍ପତି ପ୍ରାୟ ୮ ରୁ ୧୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ବାଦ ଦେଲେ ରାଧିକା ଜଣେ ଟ୍ରେଣ୍ଡ ଭାରତନାଟ୍ୟ ଡ୍ୟାନ୍ସର। ଆଉ ଷ୍ଟେଜରେ ମଧ୍ୟ ସେ ପରଫମାନ୍ସ କରନ୍ତି।

ଜଣାଇ ରଖିବୁ କୁ ଅନନ୍ତ ଏବଂ ରାଧିକାଙ୍କର ବିବାହ ୧୨ ଜୁଲାଇ ୨୦୨୪ ରେ ହେବାକୁ ଯାଉଛି। ଏହାକୁ ବାଦ ଦେଲେ ଯଦି ଆମେ ବର୍ତ୍ତମାନର ପ୍ରି-ୱେଣ୍ଡିଂର ବଜେଟ କଥା କହିବା ତେବେ ଜଣେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଅନନ୍ତ ଆମ୍ବାନୀଙ୍କର ଏହି ପ୍ରି-ୱେଣ୍ଡିଂ ଇଭେଣ୍ଟରେ ପ୍ରାୟ ହଜାରେ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଖାସ କଥା ହେଲାକି ନିତା ଆମ୍ବାନୀ ଓ ମୁକେଶ ଆମ୍ବାନୀ ନିଜର ସାନ ପୁଅର ବିବାହ କାର୍ଯ୍ୟକ୍ରମରେ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ସେସବୁ ତାଙ୍କର ମୋଟ ସମ୍ପତିର ମାତ୍ର ୦.୧ ପ୍ରତିଶତ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *