ପାଣ୍ଡିଆନ ପଚାରିଲେ ଏମିତି ପ୍ରଶ୍ନ, ଏହାର ଉତ୍ତରରେ ଏମିତି କିଛି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
5T ଅଧ୍ୟକ୍ଷ ପଚାରିଲେ ପ୍ରଶ୍ନ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ। ଭି କେ. ପାଣ୍ଡିଆନଙ୍କୁ ବିଜୟର ସୂତ୍ର କହିଲେ ନବୀନ। ୨୪ ବର୍ଷ ରାଜନୀତିର ରହସ୍ୟ ଖୋଲି କହିଦେଲେ। ନିର୍ବାଚନ ଆରମ୍ଭ ପୂର୍ବରୁ 5T ଅଧ୍ୟକ୍ଷ .କେ.ପାଣ୍ଡିଆନଙ୍କୁ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ। ମନରେ ଯାହା ସବୁ ଥିଲା ଖୋଲି କହିଦେଇଛନ୍ତି। ବିଜୟର ସୂତ୍ର କ’ଣ ପାଣ୍ଡିଆନଙ୍କୁ କହି ଦେଇଛନ୍ତି। ଖାଲି ପାଣ୍ଡିଆନ ନୁହଁନ୍ତି ସାରା ଓଡ଼ିଶା ଶୁଣିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏମିତି କଥାକୁ।
ହଁ ଆଜ୍ଞା ନିର୍ବାଚନକୁ ଆଉ ମାତ୍ର ୨ ମାସ ରହିଲା। ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କର ଭିଡିଓ ଏବେ ଓଡ଼ିଶାର ପ୍ରତି ଜନସାଧାରଣଙ୍କ ପାଖରେ ପହଞ୍ଚି ସାରିଛି। ତେବେ .କେ. ପାଣ୍ଡିଆନଙ୍କର ପ୍ରଶ୍ନ କିଛି ଏମିତି ରହିଥିଲା। ସେ ପଚାରିଥିଲେ କି କ୍ଳାସରେ ପ୍ରଥମ ହେବାକୁ ପିଲାଟିଏ ବହୁତ ପରିଶ୍ରମ କରେ। ୧ ନମ୍ବର ସ୍ଥାନ ବଜାୟ ରଖିବାକୁ ବର୍ଷ ସାରା କଠିନ ପରିଶ୍ରମ କରେ। ମାତ୍ର ଆପଣ ୨୪ ବର୍ଷ ହେବ ଦେଶର ନଂ-1 ମୁଖ୍ୟମନ୍ତ୍ରୀ। ଏହାର ରହସ୍ୟ କ’ଣ? ଯାହାର ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି ରଖିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡିଶାବାସୀଙ୍କ ଆଶୀର୍ବାଦରୁ ସମ୍ଭବ ହୋଇପାରିଛି। ଓଡିଶାବାସୀ ମୋତେ ସବୁବେଳେ ସାହାର୍ଯ୍ୟ କରି ଆସିଛନ୍ତି। ଆଉ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ମୁଁ ଏତେ ବାଟରେ ପହଁଚି ପାରିଛି। ଆଉ ଏଭଳି ଭିଡ଼ିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି 5T ଅଧ୍ୟକ୍ଷ।
ତେବେ ଏକ ହାଲକା ମୁହୂର୍ତ୍ତରେ ନବୀନ ପଟ୍ଟନାୟକଙ୍କୁ 5T ଅଧ୍ୟକ୍ଷ ପାଣ୍ଡିଆନ ଏମିତି କିଛି ପ୍ରଶ୍ନ କରିଛନ୍ତି ସେ କହିଛନ୍ତି କି ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଣି ଆପଣଙ୍କୁ ଦେଶରେ ନଂ-1 ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ସର୍ଭେ ଫଳା ଫଳରୁ ଦର୍ଶାଇଛି। ଲଗାତାର ଏମିତି ଲୋକପ୍ରିୟତାରେ ଶୀର୍ଷରେ ରହିବା ବିରଳ। ନବୀନ କିନ୍ତୁ ବେସ ନମ୍ରତାର ସହ ନିଜ ସ୍ୱାଭାବିକ ଢଙ୍ଗରେ ଏହାର ଜବାବ ରଖି ସମସ୍ତ ଶ୍ରେୟ ମହାପ୍ରଭୁ ଜଗନ୍ନାଥ ଏବଂ ରାଜ୍ୟବାସୀଙ୍କୁ ଦେଇଛନ୍ତି।