ହଜିଗଲା ମାନବିକତା, ଟ୍ରକ ତଳେ କାନ୍ଦୁଥିଲା ଡ୍ରାଇଭର, ହେଲେ ଲୋକେ ବୋହୁଥିଲେ ପିଆଜ, ଚାଲିଗଲା ଡ୍ରାଇଭର।
ହଜିଗଲା ମାନବିକତା। ମ-ରିଗଲା ମଣିଷ ପଣିଆ। ହଁ ଆଜ୍ଞା ପିଆଜ ବୋଝେଇ ଟ୍ରକଟି ଓଲଟି ପଡିଥିଲା। ଡ୍ରାଇଭର ହେଲ୍ପର ସେହି ଟ୍ରକ ତଳେ ଚାପି ହୋଇ ରହିଥିଲେ। ହେଲେ ଏପଟେ ଲୋକମାନେ ଡ୍ରାଇଭର ହେଲ୍ପରକୁ ବଞ୍ଚାଇବେ କଣ ସେପଟେ ପିଆଜ ବୋହିବାରେ ବ୍ୟସ୍ତ ରହିଲେ। ଆଉ ଯେଉଁଥି ପାଇଁ ଉ-ଦ୍ଧାର କାର୍ଯ୍ୟରେ ବିଳମ୍ବ ହେବାରୁ ଆଜି ଟ୍ରକ ଡ୍ରାଇଭରର ଜୀବନ ଚାଲି ଯାଇଛି। ବଞ୍ଚି ପାରିଥାନ୍ତା ଟ୍ରକ ଡ୍ରାଇଭର। ଯଦି ତାକୁ ଉ-ଦ୍ଧାର କରାଯାଇଥାନ୍ତା। କିନ୍ତୁ ଲୋକମାନଙ୍କ ନଜର ମାଗଣା ପିଆଜ ଉପରେ। କେମିତି ପିଆଜକୁ ସେଠାରେ ବୋହିନେବେ।ହେଲେ ବଞ୍ଚେଇବାକୁ ବିଳମ୍ବ କରିଦେଲେ ଯେଉଁଥି ପାଇଁ ଜୀବନ ହାରିଦେଲେ ଡ୍ରାଇଭର ଜଣକ।
ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୁସି ଥା-ନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ ଦୁର୍ଘ-ଟଣା କମିବାର ନାମ ନେଉନି। ଗତ ୧୮ ତାରିଖରେ ଧଉଳି ଗଣନାଟ୍ୟରେ ଲାଇଟ ଓ ମାଇକ ବୋଝେଇ ଟ୍ରକ ଓଲଟି ୬ ଜଣକର ମୃ-ତ୍ୟୁ ହୋଇଥିବା ବେଳେ ୧୧ ଜଣ ଆ-ହତ ହୋଇଥିଲେ। ପୁଣି ଘାଟିରେ ନାସିକରୁ ଏବେ କଲିକତା ଯାଉଥିବା ଏହି ପିଆଜ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆଉ ତାପରେ ଟ୍ରକରେ ଥିଲା ପିଆଜ। ହେଲେ ଲୋକମାନେ ପିଆଜ ବୋହିବାର ଲାଗିଲେ।
ହେଲେ ଏପଟେ ଛଟପଟ ହୋଇ କା-ନ୍ଦୁଥିଲେ ଡ୍ରାଇଭର ଓ ହେଲ୍ପର। ହେଲେ ସେମାନଙ୍କୁ ବଞ୍ଚେଇବାକୁ କାହାରି ନଜର ଯାଇନଥିଲା ଆଉ ବିଳମ୍ବରେ ସେମାନେ ଉ-ଦ୍ଧାର ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା। ହେଲେ ମେଡିକାଲରେ ଡାକ୍ତର ଡ୍ରାଇଭରକୁ ନୃତ ଘୋଷଣା କଲେ। ସେପଟେ ହେଲ୍ପର ଗୁରୁ-ତ୍ୱର ହୋଇ ଏବେ ଚିକିତ୍ସଧିନ ଅବସ୍ଥାରେ।
ହଁ ଆଜ୍ଞା ଚାଳକ ଜଣଙ୍କ ଚାପି ହୋଇ ଗୁରୁ-ତ୍ୱର ହୋଇଯାଇଥିଲେ। ଆଉ ତଙ୍କୁ ଚିକିତ୍ସା ପାଇଁ ବାଙ୍ଗରିପୁସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଆଉ ସେହିଠାରେ ତାଙ୍କର ମୃ-ତ୍ୟୁ ହୋଇଗଲା।ଆଉ ଏପଟେ ଗୁରୁ-ତ୍ୱର ଆ-ହତ ହୋଇଛନ୍ତି ହେଲ୍ପର।ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ଜାନୁଆରୀ ୨୦୨୩ ରୁ ଜାନୁଆରୀ ୨୦୨୪, ୨୮ ତାରିଖ ସୁଧା ୫୪ ଟି ମା-ମଲା ଆସିଲାଣି।
ଯେଉଁଥିରେ କି ୩୪ ଜଣଙ୍କର କୁଆଡେ ଜୀବନ ଚାଲି ଗଲାଣି ଆଉ ୨୬ ଜଣ ଗୁରୁ-ତ୍ୱର ଆ-ହତ ହୋଇଛନ୍ତି ବୋଲି ଯାହା ପୋ-ଲିସ ରିପୋର୍ଟରୁ ସୂଚନା ମିଳୁଛି।ହେଲେ ସ୍ଥାନୀୟ ଅଞ୍ଚଳରେ ଏବେବି ଦେଖିବାକୁ ମିଳିଛି ଅସନ୍ତୋଷର ବାତାବରଣ। ଲୋକେ କହୁଛନ୍ତି ଏତେ ଯଦି ଦୁର୍ଘ-ଟଣା ହେଉଛି ତାହେଲେ ପ୍ରଶାସନ କ’ଣ କରୁଛି। କାହିଁକିତନଜର ଦେଉନି କାହିଁକି ସୁର-କ୍ଷାର ବ୍ୟବସ୍ଥା ବି ଏଠାରେ କରାଯାଉ ନାହିଁ।