କଣ ପାଇଁ ସିରିଏଲ୍ ଛାଡ଼ିଦେଲେ ଚନ୍ଦନ ?
ସିରିଏଲ୍ ହଉ କିମ୍ୱା ମ୍ୟୁଜିକ୍ ଭିଡ଼ିଓ ହଉ କିମ୍ବା ଆଲବମ୍ ହଉ କିମ୍ବା ଯାତ୍ରା କଥା କୁହନ୍ତୁ ସବୁବେଳେ ସେ ଅଭିନୟରେ ଆପଣମାନଙ୍କୁ ନିଜ ଆଡ଼କୁ ଟାଣି ଆଣନ୍ତି। ନାଁ ତାଙ୍କର ତୁଷାର କିନ୍ତୁ ଆପଣମାନେ ତାଙ୍କୁ ଦେଇଛନ୍ତି ଚନ୍ଦନ, ଏତେ ଅଭିନୟ ତାଙ୍କର ଆପଣଙ୍କୁ ପସନ୍ଦ। ଆସନ୍ତୁ ତାଙ୍କ ସହ କଥା ହେବା ଯେ ଯାତ୍ରା, ସେରିଏଲ୍, ନିଜ ଲାଇଫ, ସ୍ତ୍ରୀ , ଝିଅ ସମସ୍ତଙ୍କୁ କେମିତି ଟାଇମ୍ ଦେଉଛନ୍ତି ଏବଂ ନିଜ କ୍ୟାରିଅରକୁ ନେଇକି ଆଗକୁ କଣ ଭାବିଛନ୍ତି ଏବଂ ସେରିଏଲ ଅପେକ୍ଷା ଯାତ୍ରାକୁ ଏତେ ପ୍ରେଫରେନ୍ସ କାହିଁକି ଦେଉଛନ୍ତି ଏବଂ ସେରିଏଲ୍ ଅପେକ୍ଷା ଯାତ୍ରାରେ ନିଜ ସମୟ ଦେବାକୁ ସେ କାହିଁକି ଏତେ ଭଲ ପାଆନ୍ତି ।
ସବୁପରେ ବି ସମସ୍ତଙ୍କ ପାଇଁ ସମୟ ବାହାର କରିବାକୁ ପଡ଼ିବ। ଯେହେତୁ ସମସ୍ତଙ୍କୁ ନେଇ ରହିବାର ଅଛି, ସମସ୍ତଙ୍କୁ ନେଇ ଚଳିବାର ଅଛି ଆଗକୁ। ତା ଭିତରେ କାମ ବି କରିବାକୁ ପଡ଼ିବ,ଫ୍ୟାମିଲିକୁ ବି ଦେଖିବାକୁ ପଡ଼ିବ । ସମସ୍ତଙ୍କୁ ଦେଖିବାକୁ ପଡ଼ିବ। ସେରିଏଲ୍ ଆଉ ଯାତ୍ରା ଦୁଇଟିକୁ ମ୍ୟାନେଜ୍ କରି କାମ କରିବାଟା ଭାରି କଷ୍ଟ। ସେରିଏଲ୍ ମାନେ ଡେଲି ସୁଟିଂ, ଡେଲି ଶୋ। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆଡଜଷ୍ଟ କରି କାମ କରୁଥିଲି ଆଉ ହେଲାନି ଦେହ ଖରାପ ହେଲା ସେଥିପାଇଁ ବାଧ୍ୟ ହୋଇ କାମ ଛାଡ଼ିଦେଲି। ସେରିଏଲରେ ମୁଁ କମ୍ ବି ପାଇନି ମୋର ପ୍ରାପ୍ୟ ଯେତିକି ମୁଁ ସେତିକି ପାଇଛି। ମୁଁ କେବେବି ଗୋଟେ ଷ୍ଟେଜକୁ ଚାହେଁନି, ଯଦି ଆଉ ଗୋଟେ ଷ୍ଟେଜ ମିଳୁଛି ମୋତେ ତାହାଲେ ମୁଁ ସେଇ ଷ୍ଟେଜଟା କରିବା ପାଇଁ ଚାହିଁବି।
ତ ସେଇ ହିସାବରେ ମୁଁ ସେରିଏଲ୍ ଯେତେବେଳେ କରୁଥିଲି ମୋତେ ସେତେବେଳେ ଯାତ୍ରା ମିଳିଲା। ତ ମୁଁ ଚାହିଁଲି ଯେ ମ୍ୟାନେଜ୍ କରି ପାରିବି। ମ୍ୟାନେଜ୍ କରି ପାରିବାଟା ବଡ଼ କଥା। ମ୍ୟାନେଜ୍ କରି ପାରୁଥିଲି ବୋଲି ସେରିଏଲ୍ କରୁଥିଲି ଆଉ ଯେତେବେଳେ ମ୍ୟାନେଜ୍ କରି ନପାରିଲି ସେତେବେଳେ ଛାଡ଼ିଦେଲି। ପ୍ରଥମେ ତ ମୁଁ ଆକ୍ଟିଂ କରିବାକୁ ଭଲ ପାଉ ନଥିଲି।ସେତେବେଳେ ଖାଲି ମ୍ୟୁଜିକ ଭିଡ଼ିଓ କରୁଥିଲି। ଫ୍ୟାମିଲିରେ ଫାଷ୍ଟ ସପୋର୍ଟ ନଥିଲା। ଫ୍ୟାମିଲିରେ କହୁଥିଲେ କି ପାଠ ପଢ , ଏସବୁରେ କଣ ମିଳିବ ଆଗକୁ। କିନ୍ତୁ ଯେତେବେଳେ ଲୋକମାନଙ୍କର ଭଲ ପାଇବା ମିଳିଲା, ମୁଁ ଯଦି ଏବେ କହିବି ମୁଁ ଆଉ ଆକ୍ଟିଂ କରିବିନି, ସେମାନେ କହିବେ ନାଇଁ ତୁ କାମ କରୁଚୁ କର କାଇଁ ମନା କରୁଚୁ।
ସେତେବେଳେ ଫ୍ୟାମିଲି ସପୋର୍ଟ ଅଧିକା ଆସିଗଲା। ଲାଇଫଟା ହେଉଛି ଷ୍ଟ୍ରଗଲ୍।ଷ୍ଟ୍ରଗଲ୍ ନ କରିଲେ କିଛି ବି ମନେ ରହିଲା ଭଳି କାମ କରି ହେବନି। କାମ କଲେ ବି ଷ୍ଟ୍ରଗଲ୍ ଚାଲିଥାଏ।ଯେତେବେଳେ ମୁଁ ଜାଣିଲି କି ଏଇ ଲାଇଫକୁ ନେଇ ଆଗକୁ ଚାଲିବାକୁ ପଡ଼ିବ ବୋଲି ସେବେଠୁ ମୋର ଷ୍ଟ୍ରଗଲ୍ ଷ୍ଟାର୍ଟ ହେଲା। ମୁଁ ସକ୍ସେସ ନଥିଲି କିନ୍ତୁ ସକ୍ସେସ ପାଇବା ପାଇଁ କାମ ପାଇଯାଇଥିଲି। ଲୋକଙ୍କ ରେସ୍ପେକ୍ଟ ସବୁବେଳେ ସମାନ ଥାଏ। ଆଉ ସବୁବେଳେ ଭଲ ରେସ୍ପେକ୍ଟ ଥାଏ। ସେ ଯାତ୍ରା କରୁଛି ବୋଲି ରେସ୍ପେକ୍ଟ କି ସେରିଏଲ୍ କରୁଛି ବୋଲି ରେସ୍ପେକ୍ଟ ସମିତି କିଛି ନାହିଁ। ଆମକୁ ଦୁଇଟା ଯାଗାରେ କାମ କରିବାର ଅଛି। ଲୋକମାନଙ୍କ ମନ ସବୁବେଳେ ଭଲ ବି ନଥାଏ ସେଥିପାଇଁ ମୁଁ ଟ୍ରାୟ କରିବି ଆଉ କିଛି ଭଲ ହେଇ ପାରିବ ବୋଲି।