ନୂଆବର୍ଷରେ ବର୍ଷା ଅନୁଭବଙ୍କୁ କି ଗିଫ୍ଟ ଦେଲେ ଯେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଏମିତି ପୋଷ୍ଟ କଲେ।

ସ୍ତ୍ରୀ ବର୍ଷା ପ୍ରିୟାଦର୍ଶନୀ ଅନୁଭବ ମହାନ୍ତିଙ୍କୁ ଦେଲେ ବଡ଼ ଗିଫ୍ଟ। ଯାହାକୁ ପାଇ କୁଆଡେ ବହୁତ ଖୁସି ଅନୁଭବ ମହାନ୍ତି। କହିଲେ ଯାହା ଆଶା କରୁଥିଲି ସେଇୟା ହେଲା।ନୂଆବର୍ଷ ଆରମ୍ଭରୁ ଅନୁଭବଙ୍କୁ ବର୍ଷା ଦେଇଛନ୍ତି ଗିଫ୍ଟ। ଏମିତି ଗିଫ୍ଟ ଦେଇଛନ୍ତି ଯାହାକୁ ପାଇ ହସୁଛନ୍ତି ଅନୁଭବ। ଅନୁଭବ ଚାହୁଁଥିବା ଆଶା ପୂରଣ ହୋଇଛି।

ହଁ ଆଜ୍ଞା ବିବାଦ ତୁଟିବାରେ ନାଁ ହିଁ ଧରୁନାହିଁ। ଏହା ଏମିତି ଏକ ବିଛେଦ ମାମଲା ଯାହା ବର୍ଷ ବର୍ଷ ଧରି କୋର୍ଟରେ ଗଡି ଚାଲିଛି। ହେଲେ ଷ୍ଟାର ଦମ୍ଫତ୍ତିଙ୍କର ବିବାହ ବିଛେଦ ହୋଇପାରୁନାହିଁ। କଟକ ପରିବାର ଅଦାଲତରୁ ଆସି କଟକ ହାଇକୋର୍ଟରେ ଆସି ମାମଲା ପହଁଚିଲାଣି। ଆଉ ଏହାରି ଭିତରେ ନୂଆବର୍ଷରେ ଆଉ ଗୋଟିଏ ଗିଫ୍ଟ ଅନୁଭବଙ୍କୁ ଦେଇଛନ୍ତି ବର୍ଷା। ଯାହାକୁ ପାଇ ଅନୁଭବ ଆଶ୍ଚର୍ଯ୍ୟ ହେବେ ନାଁ ଖୁସି ହେବେ କିଛି ବି ବୁଝିପାରୁ ନାହାଁନ୍ତି।

ବର୍ଷା ପ୍ରିୟାଦର୍ଶନୀ କୁଆଡେ ଅନୁଭବଙ୍କ ନାମରେ ଆଉ ଏକ ମିଥ୍ୟା ଅଭିଯୋଗକୁ ଯୋଡି ଦେଇଛନ୍ତି।ଯାହା ୨୦୨୪ ରେ ଅନୁଭବ ପାଇଁ ବର୍ଷାଙ୍କ ତରଫରୁ ହୋଇଛି ବଡ଼ ଗିଫ୍ଟ। ଏହା ଆମେ ନୁହେଁ ଆଜ୍ଞା ଏମିତି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ସେହି ପୋଷ୍ଟରେ ଅନୁଭବ ମହାନ୍ତି ଲେଖିଛନ୍ତି ଯେ ବର୍ଷା ନୂଆବର୍ଷରେ ମୋ ବିରୋଧରେ ପୁଣି ଥରେ ନୂଆ ମିଥ୍ୟା ଅଭିଯୋଗ କରିଛନ୍ତି। ବିଗତ ୪ ବର୍ଷ ହେଲା ଛାଡ଼ପତ୍ର ପାଇଁ ମୁଁ ଲଢ଼ି ଲଢ଼ି ଆସୁଛି। ହାଇକୋର୍ଟରେ ଛାଡ଼ପତ୍ର ପାଇଁ ଅନୁମତି ମଧ୍ୟ ମିଳି ସାରିଛି। ହେଲେ ଏହା ପରେ ବର୍ଷା ୨୦୨୪ ଆଉ ଏକ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ପୁଣି ଥରେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି।

ସେ ଆହୁରି ଲେଖିଛନ୍ତି କି ବର୍ଷାଙ୍କ ସହ ତାଙ୍କ ପରିବାରର ମିଛକୁ ମୁଁ ପୁଣି ଥରେ ପ୍ରମାଣିତ କରିବି। ମୋ ବିରୋଧରେ ହୋଇଥିବା ସବୁ ମିଥ୍ୟା ଅଭିଯୋଗକୁ ମୁଁ ସବୁଦିନ ପାଇଁ ସମାପ୍ତ କରିଦେବି।ତେବେ ବର୍ଷା କଣ ଅଭିଯୋଗ କରିଛନ୍ତି ତାହା ଜଣା ପଡ଼ିନାହିଁ। ଯଦି ଦେଖିବା ପରିବାର ଅଦାଲତ ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇପାରିବନି ବୋଲି ନିର୍ଦେଶ ଦେଇଛନ୍ତି। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅନୁଭବ ମହାନ୍ତି। ତେବେ ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଚ୍ୟାଲେଞ୍ଜ ପରେ ପରିବାର ଅଦାଲତଙ୍କର ରାୟ କୁ ଖାରୋଜ କରି ଛାଡ଼ପତ୍ର ହୋଇପାରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *